Updated: Mar 14, 2024, 21:12 IST

ଛିଡିଲା BJD BJP ମେଣ୍ଟ ଦେଖନ୍ତୁ ହେଲା ଏତିକି ସିଟ ରେ ସମାଧାନ !!!

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨୦୨୨ ପୌର ନିର୍ବାଚନରେ ଛତ୍ରପୁର ନିର୍ବାଚନମଣ୍ଡଳୀର ଛତ୍ରପୁର ଓ ରମ୍ଭା ଏନ୍‌ଏସିକୁ ବିଜେପି ଦଖଲ କରିଥିଲା। ଗଞ୍ଜାମ ଏନ୍ଏସି ସ୍ବାଧୀନ ଅଧ୍ୟକ୍ଷଙ୍କ ହାତରେ ରହିଥିଲା।
ସେହିପରି ୨୦୨୨ ପଞ୍ଚାୟତ ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ଆସନ ବିଜେପି ଅକ୍ତିଆର କରିବା ସହିତ ପାତ୍ରପୁର ବ୍ଲକ୍‌ ଅଧ୍ୟକ୍ଷ ପଦ ମଧ୍ୟ କବ୍‌ଜା କରିଥିଲା। ସେପଟେ ସୋରଡ଼ା ନିର୍ବାଚନମଣ୍ଡଳୀର ମଧ୍ୟ ଗୋଟିଏ ଜିଲ୍ଲା ପରିଷଦ ଆସନ ବିଜେପି ଦଖଲ କରିଥିଲା।
Viral
ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ୩ଟି ନିର୍ବାଚନମଣ୍ଡଳୀରେ ବିଜେପିର ସ୍ଥିତି କିଛିଟା ଭଲ ରହିଛି। ସେହିପରି ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାନସଭା ଆସନ ବର୍ତ୍ତମାନ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବିଜେପି ଏହା ଉପରେ ଆଖି ପକାଇଛି।
ଏଣୁ ମେଣ୍ଟ ହେଲେ ବିଜେପି ଏହି ୪ଟି ଆସନ ମଧ୍ୟରୁ ତା’ର ଭାଗ ନେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏଣୁ ମେଣ୍ଟ ହେଲେ ବିଜେପି ଭାଗରେ ଗଞ୍ଜାମ ଜିଲ୍ଲାର କେତେ ବିଧାନସଭା ଆସନ ପଡ଼ିବ ତା’ ଉପରେ ସମସ୍ତଙ୍କ ନଜର।
ଗଞ୍ଜାମ ଜିଲ୍ଲାରେ ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବା ବେଳେ ୨୦୧୯ ନିର୍ବାଚନରେ ବିଜେଡି ୧୨ଟି ଆସନରେ ବିଜୟୀ ହୋଇଥିଲା। କେବଳ ସାନଖେମୁଣ୍ଡି ବିଧାନସଭା ଆସନ କଂଗ୍ରେସ ଖାତାକୁ ଯାଇଥିଲା।
Bjd bjp
ଏବେ ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟ ଯୋଗୁଁ ନିଶ୍ଚିତ ଭାବେ ବିଜେଡି କିଛି ଆସନ ବିଜେପି ପାଇଁ ଛାଡ଼ିବ। ତେବେ ଏହାର ସଂଖ୍ୟା କେତେ ହେବ ତାକୁ ନେଇ ବହୁ ବରିଷ୍ଠ ନେତା ଓ ଆଶାୟୀ ଚିନ୍ତାରେ। ସୁନିଶ୍ଚିତ ବିଜୟ ସମ୍ଭାବନା ରହିଥିବା ବିଧାନସଭା ଆସନକୁ ବିଜେଡି କେବେ ବି ହାତଛଡ଼ା କରିବ ନାହିଁ।
ଏଣୁ ଯେଉଁ ଆସନରେ ବିଜେପି ସ୍ଥିତି ଭଲ ରହିଛି ତାକୁ ବିଜେଡି ଛାଡ଼ିଦେବ ବୋଲି ଆଲୋଚନା ହେଉଛି। ବର୍ତ୍ତମାନ ଛତ୍ରପୁର, ଗୋପାଳପୁର, ଚିକିଟି ଓ ସୋରଡ଼ା କଥା ଉଠୁଛି।
ଏହି ନିର୍ବାଚନମଣ୍ଡଳୀ ଯଦି ବିଜେପି ଭାଗରେ ପଡ଼ିବ ତେବେ ବିଜେଡିର ଆଶାୟୀ ଓ ବର୍ତ୍ତମାନର ବିଧାୟକ କ’ଣ କରିବେ ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସେମାନେ ଦଳ କଥା ମାନିବେ ନା ବିଦ୍ରୋହୀ ଭୂମିକାରେ ରହିବେ ତାହା ସମୟ କହିବ। ଏଣୁ ମେଣ୍ଟ ହେଲେ ଗଞ୍ଜାମ ଜିଲ୍ଲାରେ ରାଜନୀତି ଗଣିତ ବିଗିଡ଼ିଯିବା ସମ୍ଭାବନା ରହିଛି।

Advertisement