ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଧାନ ବିଲରେ ମୋବାଇଲ ଦେଖିବା ପଡିଲା ମହଙ୍ଗା। ସାଙ୍ଗ ହୋଇ ବିଲକୁ ଯାଇଥିବା ବେଳେ ବିଲ ହିଡ ଉପରେ ବସି ମୋବାଇଲ ଦେଖୁଥିଲେ। ହେଲେ ମୋବାଇଲ ଦେଖୁ ଦେଖୁ ଚାଲି ଯାଇଥିଲା ଯୁବକ ଙ୍କ ଜୀବନ।
ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ହେଉଛି ଏକ ସତ ଘଟଣା। ଯୁବକ ଜଣକ ନାମ ହେଉଛି ମନୋରଞ୍ଜନ ନାୟକ। ତାଙ୍କର ବୟସ ମଧ୍ୟ ୧୮ ବର୍ଷ।
ଆଉ ସେହି ଯୁବକ ଙ୍କ ସାଙ୍ଗ ହେଉଛନ୍ତି ମନୋଜ ତରାଇ। ଏହି ଦୁହେଁ ଯାଇଥିଲେ ଧାନ ବିଲକୁ। ମନୋଜ ନିଜ ମୋବାଇଲ ରେ କଥା ହେବା ସମୟରେ ସେଠାରେ ଘଟି ଯାଇଥିଲା ଏକ ବଡ଼ ଅଘଟଣ।
ସେତେବେଳେ ଆକାଶରେ କଳା ବାଦଲ ଘୋଟୀ ରଖିଥିବା ବେଳେ ଖୁବ ଜୋରେ ଘଡ଼ଘଡ଼ି ମଧ୍ୟ ମାରୁଥିଲା। ହେଲେ ସେତେବେଳେ ଦୁଇ ସାଙ୍ଗ ନିଜ ନିଜର ମୋବାଇଲ ରେ ବ୍ୟସ୍ତ ଥିଲେ। ଏହାପରେ ମନୋରଞ୍ଜନ ଙ୍କ ମୋବାଇଲ ଉପରେ ଶୁଖିଲା ଘଡଘଡି ପଡିଥିଲା।
ଆଉ ସେତେବେଳେ ମୋବାଇଲ ରେ ମନୋରଞ୍ଜନ କଥା ହେବା ସମୟରେ ହିଁ ତାଙ୍କ ସହ ଏହି ଅଘଟଣ ଘଟି ଯାଇଥିଲା। କିଛି ସମୟ ପାଇଁ ସେହି ଅଞ୍ଚଳ ସଂପୂର୍ଣ୍ଣ ଭାବରେ ଧୂଆଁ ମୟ ହୋଇ ଯାଇଥିଲା।
ବିଲ ରେ ଥିବା ପାଣି ମଧ୍ୟ ଘଡଘଡି ନିଆ ମାଡ଼ ରେ ସଂପୂର୍ଣ୍ଣ ଭାବରେ ଶୁଖି ଯାଇଥିଲା। ସେତେବେଳେ ମନୋରଞ୍ଜନ ତଳେ ପଡ଼ି ଯାଇଥିବା ବେଳେ ମନୋଜ ଙ୍କ ମୁଣ୍ଡରେ ମଧ୍ୟ ଘଡଘଡି ଆଘାତ ଲାଗିଥିଲା
ସେ ଆସି ମନୋରଞ୍ଜନ ଙ୍କୁ ଉଠାଇ ଥିବା ବେଳେ ମନୋରଞ୍ଜନ ଙ୍କ ସେଠାରେ ହିଁ ଜୀବନ ଚାଲି ଯାଇଥିଲା। ମନୋରଞ୍ଜନ ର ମୋବାଇଲ କୁ ଯେଉଁ ବିଜୁଳୀ ମାରିଥିଲା ସେଥିରେ ହିଁ ମନୋରଞ୍ଜନ ଙ୍କୁ ଜୀବନ ଚାଲି ଯାଇଥିଲା।
ଟିକେ ଅସାବଧାନତା କାରଣରୁ କେତେ ବଡ଼ ଅଘଟଣ ଘଟିଗଲା ତାହା ଆପଣ ମାନେ ନିଶ୍ଚିତ ଭାବରେ ଜାଣି ପାରିଥିବେ। ସେଥିପାଇଁ ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ ଅଟେ।