Updated: Aug 20, 2023, 18:23 IST

କ୍ଷମା ଦେଇଦେଲେ Vk Pandian ଦେଖନ୍ତୁ ଜେଲ ରୁ ବାହାରିଲେ ଭାସ୍କର - Exclusive

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଗତ କାଲି ପୁରୀ ପୁରୀ ଜିଲ୍ଲା ର ସତ୍ୟବାଦୀ ଠାରେ ଏକ ସଭା ର ଆୟୋଜନ ହୋଇ ଥିଲା।ଏହି ସଭା ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୫ ଟି ସଚିବ ଭିକେ ପାଣ୍ଡିଆନ।ଆପଣ ଙ୍କୁ ଜଣା ଥିବ ଯେ ଅନେକ ସମୟ ରେ ବିଭିନ୍ନ ରାଜନେତା ମାନଙ୍କ ଉପରେ ଆକ୍ରମଣ ହୋଇ ଥାଏ।
Viral
ଗତ କାଲି ପୁରୀ ଠାରେ ମଧ୍ୟ ସେହି ଭଳି କିଛି ଘଟଣା ଘଟିଛି।୫ ଟି ସଚିବ ଭିକେ ପାଣ୍ଡିଆନ ଙ୍କ ଉପରେ ମଧ୍ୟ କାଲି ଆକ୍ରମଣ କରା ଯାଇଚି।ସେହି ଅଞ୍ଚଳ ର ଜଣେ ବ୍ୟକ୍ତି ହେଉଛନ୍ତି ଭାସ୍କର ସାହୁ।ଯିଏ କି ଜଣେ ସମାଜସେବୀ।ଦୀର୍ଘ ଦିନ ହେଲାଣି ନିଜ ଅଞ୍ଚଳ ର ବିକାଶ ପାଇଁ ସେ ଚେଷ୍ଟା କରୁଥିଲେ।
ଏଥିପାଇଁ ସେ ଅନେକ ଥର ରାଜନୈତିକ ଦଳ ନିକଟ ରେ ଗୁହାରି କରିଛନ୍ତି। ସରକାର ଙ୍କ ପାଖକୁ ଅନେକ ଦରଖାସ୍ତ ଦେଇଛନ୍ତି।ହେଲେ କେହି ତାଙ୍କ ଦୁଃଖ ବୁଝି ନାହାନ୍ତି।ସମସ୍ତେ କେବଳ ନିଜ ନିଜର ସ୍ବାର୍ଥ ଉପରେ ଗୁରୁତ୍ୱ ଦେଇଛନ୍ତି।
ତାଙ୍କ ଗାଁ ରେ ରାସ୍ତା ନାହିଁ।ଲୋକ ଙ୍କ ପାଖରେ ପାଣି ପହଞ୍ଚି ପାରୁ ନାହିଁ।ଏହାର ସମାଧାନ ପାଇଁ ସରକାର କୌଣସି କାର୍ଯ୍ୟାନଷ୍ଠାନ ଗ୍ରହଣ କରି ନାହାନ୍ତି।କେବଳ ସଭା କରି ଲୋକ ଙ୍କୁ ଭୋଟ ମାଗୁଛନ୍ତି।ଯାହାକୁ କି ସହି ପାରି ନ ଥିଲେ ସେହି ଅଞ୍ଚଳ ର ସମାଜ ସେବୀ ଭାସ୍କର ସାହୁ।
ଗତ କାଲି ତାଙ୍କ ଅଞ୍ଚଳ କୁ ଆସି ଥିଲେ ୫ ଟି ସଚିବ ଭିକେ ପାଣ୍ଡିଆନ।ସେ ହଟାତ ଯାଇ ତାଙ୍କ ଉପରେ କାଳୀ ଫୋପାଡି ଆକ୍ରମଣ କରିଥିଲେ।ସାଙ୍ଗେ ସାଙ୍ଗେ ସେଠାରେ ଉପସ୍ଥିତ ପୋଲିସ ମାନେ ତାଙ୍କୁ ଧରି ପକାଇ ଥିଲେ।
ତାଙ୍କୁ ହାଜତ କୁ ନେଇ ଯାଇଥିଲେ।ଗତ କାଲି ରାତିରେ ୫ ଟି ସଚିବ ଭିକେ ପାଣ୍ଡିଆନ ଙ୍କ କହିବା ଅନୁସାରେ ତାଙ୍କୁ ହାଜତ ରୁ ମୁକ୍ତ କରା ଯାଇଥିଲା।ଅନେକ ଠାରେ ଚର୍ଚ୍ଚା ହେଉଛି କି ସେ ବିଜେପି ଦଳ ର କର୍ମୀ ଅଟନ୍ତି।ସେଥିପାଇଁ ସେ ଏପରି କରିଛନ୍ତି।
ହେଲେ ସେ ହାଜତ ରୁ ମୁକ୍ତ ହେବା ପରେ ଗଣମାଧ୍ୟମ କୁ ଏକ ସାକ୍ଷାତକାର ଦେଇଥିଲେ।ସେ କହିଥିଲେ କି ମୁ କୌଣସି ରାଜନୈତିକ ଦଳ ର କର୍ମୀ ନୁହେଁ।ମୁ ହେଉଚି ଜଣେ ସମାଜ ସେବୀ।
ସମାଜ ରେ ରହୁଥିବା ଲୋକ ଙ୍କ ଉନ୍ନତି ପାଇଁ ମୁଁ କାମ କରେ।ଆମ ଗାଁ ର ରାସ୍ତା ଓ ପାଣି ପାଇଁ ମୁ ଅନେକ ଥର ସରକାରୀ ଅଫିସ କୁ ଯାଇଛି କିନ୍ତୁ କୌଣସି ସୁଫଳ ମିଳି ପାରି ନାହିଁ।ଯେଉଁଥିପାଇଁ ମୁ ଏସବୁ କାମ କରିଛି।

Advertisement