Updated: Jun 1, 2023, 22:05 IST

ଏପରି ଭଦ୍ର ଚୋର ଆପଣ ଆପଣଙ୍କ ଜୀବନରେ ଦେଖି ନଥିବେ ଦେଖନ୍ତୁ ଚୋର ତ ଚୋର ୟେ ପୁଣି ଭଦ୍ର ଚୋର CCTV FOOTAGE ରେ ରେକର୍ଡ ହେଲା ଦୃଶ୍ୟ

Viral video

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଅନେକ ଚୋରି ବିଷୟରେ ଶୁଣିଥିବେ ଏବଂ ଦେଖିଥିବେ। ଆଜି କାଲି ଏନେକ ଉପାୟରେ ଚୋରି ମଧ୍ୟ ହୋଉଛୁ। କୋଉଠି କମ୍ପୁଟର ଚୋରି ତ କୋଉଠି ଦେଶୀ ଚୋରି। ଯାହା ଦେଶ ଏବଂ ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢିବାରେ ଲାଗିଛି।
ଚୋରି, ଲୁଟ୍‌ ଭଳି ଅପରାଧିକ ଖବର ପ୍ରାୟ ନିତିଦିନିଆ ଘଟଣା ପାଲଟିଲାଣି। ପ୍ରତ୍ୟେକ ଦିନ କେଉଁଠିନା କେଉଁଠି ଏପରି ଖବର ଘଟୁଥିବାବେଳେ ନଜରକୁ ମଧ୍ୟ ଆସୁଛି। 
ଚୋରି କହିଲେ ଆପଣ ରାତିର ଅନ୍ଧକାର ହେଉ କି ଦିନର ଆଲୁଅରେ ଚୋରମାନେ ଲୁଚି ଲୁଚି ଚୋରିକରୁଥିବା କଥା ଜାଣିଥିବେ। ହେଲେ ସମସ୍ତଙ୍କ ସାମ୍ନାରେ ରାସ୍ତାରେ ଚୋର ଚୋରି କରିନେଉଥିବା କଥା କେବେ ବି ଜାଣିନଥିବେ।
ବନ୍ଧୁଗଣ ଆପଣଙ୍କୁ ଏକ ନିଆରା ଚୋରିର ଭିଡିଓ ଆଜି ଦାଖାଇବୁ। ଯାହାକୁ ଦେଖିଲେ ଆପଣ କହିବେ ଏମିତି ବି ଚୋରି କେହି କରନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭଦ୍ର ଚୋରଙ୍କ କାରନାମା ସିସିଟିଭିରେ କଏଦ ହୋଇଯାଇଛି। ବନ୍ଧୁଗଣ ଆପଣ ମାନେ ତ ଦେଖିଥିବେ ବ୍ୟକ୍ତି ଜଣକ କେମିତି ଜଣେ ଭଦ୍ର ବ୍ୟକ୍ତି ପରିକା ଚୋରି କରୁଛନ୍ତି।
ଭିଡିଓରେ ଦେଖାଯାଉଥିବା ଏହି ଭଦ୍ର ବ୍ୟକ୍ତି ଜଣକ ତାଙ୍କର ପୁରୁଣା ହେଲମେଟକୁ ବଦଳାଇ ଅନ୍ୟ ଜଣଙ୍କ ନୂଆ ହେଲମେଟକୁ ନେଇଯାଇଛନ୍ତି। ଏହି ଘଟଣାଟି ଘଟିଛି କେନ୍ଦୁଝରରେ। କେନ୍ଦୁଝରର କୋଷକ ବଜାର ଠାରେ ସିସିଟିଭିରେ କଏଦ ହୋଇଛି। 
ଭିଡିଓରେ ଦେଖୁଥିବେ କେମିତି ଭଦ୍ର ଲୋକ ପରି ଆସି ସ୍କୁଟିକୁ ରାସ୍ତା କଡ଼କୁ ସାଇଡ କରୁଛନ୍ତି। ଏହାପରେ ପାଖରେ ଥିବା କିଛି ଗାଡ଼ିର ହେଲମେଟକୁ ନଜର କରୁଛନ୍ତି।
ଏହାପରେ ଠିକ୍ ଏକ ଭଦ୍ର ଲୋକ ପରି ଫୋନରେ କଥା ହେବାର ଅଭିନୟ କରି ବ୍ୟକ୍ତି ଜଣକ ସ୍କୁଟି ଉପରେ ଏକ ନୂଆ ହେଲମେଟ ଥୁଆ ହେଇଥିବାର ଦେଖି ବଦଳ କରି ନେଇଯାଉଛନ୍ତି। କିନ୍ତୁ ବ୍ୟକ୍ତି ଜଣକ ଜାଣି ନାହାଁନ୍ତି ତାଙ୍କର ଏହି କଳାକାରନାମା ସିସିଟିଭିରେ କଏଦ ହେଉଛି।

Advertisement