Jun 18, 2024, 23:37 IST

ପ୍ରେମିକ ଅଧ ରାତି ରେ ଏମିତି କଣ କହିଦେଲା ଯେ , ତଡପି ତଡ଼ପି ଜୀବନ ଚାଲିଗଲା ସୁନ୍ଦରୀ ପ୍ରେମିକା ର

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଥା ଦେଇଥିଲା ପ୍ରେମିକ। ପ୍ରେମିକ କୁ ଘର ଲୋକ ଙ୍କ ସହିତ ମଧ୍ୟ କଥା କରାଇଥିଲା। ବାହାଘର ପାଇଁ ମଧ୍ୟ ଅନେକ ସ୍ବପ୍ନ ଦେଖିଥିଲା ପ୍ରେମିକ।
Special report
ନିଜ ମନରେ ଖୁବ୍ ସ୍ବପ୍ନ ଥିଲା କି ବୋହୂ ବେଶରେ ସଜେଇ ହୋଇ ବେଦୀରେ ବସିବ ବୋଲି। ଭାବିଥିଲା କି ନିଜ ପ୍ରେମିକକୁ ସବୁଦିନ ପାଇଁ ସେ ନିଜର ମଧ୍ୟ କରି ନେବ ବୋଲି। ହେଲେ ସେହି ସ୍ବପ୍ନ ,
ଯେ ଅଧା ରେ ରହିଯିବ ବୋଲି ସେ କେବେ ହେଲେ ମଧ୍ଯ ଜାଣି ନଥିଲା। ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର, କାମାକ୍ଷାନଗର ଉପଖଣ୍ଡ , ଭୁବନ ଥାନା ଅନ୍ତର୍ଗତ, ନୁଆଟିପିଲେଇ ଗ୍ରାମରେ।
ପ୍ରେମିକ ଘରୁ ବିବାହ ପ୍ରସ୍ତାବ ନଆସିବା ରୁ ବେକରେ ଓଢଣୀ ଲଗାଇ ପ୍ରେମିକା ଆ-ତ୍ମ-ହ-ତ୍ୟା କରିଛି। ଏନେଇ ଭୂବନ ଥାନାରେ ସୋମବାର ଦିନ ଏକ ଅଭିଯୋଗ ହୋଇଥିଲା।
Spe
ଦୁହିଁଙ୍କ ବିବାହ ମାଘ ମାସରେ ହେବ ବୋଲି ଗ୍ରାମର ବୈଠକରେ ସ୍ଥିର କରାଯାଇ ଥିଲା। ଏହାକୁ ନେଇ ଝିଅର ବାପା ମଧ୍ୟ ଝିଅକୁ ଦେବା ପାଇଁ ସମସ୍ତ ସାମଗ୍ରୀ ପ୍ରସ୍ତୁତ କରି ରଖିଥିଲେ। ହେଲେ ମାଘ ମାସ ଗଡି ଯିବାରୁ ଝିଅର ବାପା ମଧ୍ୟସ୍ଥି ଙ୍କୁ ଫୋନ କରି ପଚାରିଥିଲେ।
ଏହାପରେ ସେ କହିଥିଲେ କି ପୁଅ ଘର ଏକ ନୁଆ ଘର ନିର୍ମାଣ କରୁଛନ୍ତି ଆଉ ତାହା ଶେଷ ହେଲେ ହିଁ ବହାଘତ ହେବ ବୋଲି। ହେଲେ ପହିଲି ରଜ ଦିନ ଝିଅର ଭିଣୋଇ କୁ ପ୍ରେମିକ ଫୋନ କରି ଧମକ ଦେଲା ବିବାହ ପ୍ରସ୍ତାବରୁ ଓହରି ଯିବା ପାଇଁ।
ପ୍ରେମିକ ର ମାଆ ମଧ୍ୟ ବିବାହ କଥା ନ ଉଠାଇବାକୁ ଧମକ ପ୍ରଦାନ କରିଥିଲେ। ଫଳରେ ପ୍ରେମିକା ଜଣକ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ ଆଉ ଆ-ତ୍ମ-ହ-ତ୍ୟା କରି ଦେଇଥିଲେ।
ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement