ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଲୋକ ମାନେ ପ୍ରତି ମୁହୂର୍ତ୍ତ ରେ ଖରାପ କାମ ରେ ଲିପ୍ତ ରହୁଛନ୍ତି।ନିକଟ ରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ର ଭି ଏସ ଏସ ନଗର ଠାରେ।ଭଡ଼ା ଘରେ ଏପରି କିଛି ଘଟଣା ଘଟିଛି।

ଯାହାକୁ କି ଆପଣ ମାନେ ଦେଖିଲେ ବିଶ୍ଵାସ କରି ପାରିବେ ନାହିଁ।ଝିଅ ମାନଂକ ଖରାପ ଖରାପ ଭିଡିଓ ସେଠାରେ ଭାଇରାଲ ହେଉ ଥିଲା।କିଛି ଝିଅ ଏହାକୁ ବିରୋଧ କରିଥିଲେ।
ଭୁବନେଶ୍ୱର ରେ ଭଡ଼ା ଘରେ ଏବେ ରହିବା ମଧ୍ୟ ଏବେ ବିପଦ ସାଜି ଗଲାଣି।କିଛି ଘର ମାଲିକ ମାନେ ସେମାନଙ୍କ ଘରେ ଏବେ ସି ସି ଟିଭି କ୍ୟାମେରା ଲଗାଉଛନ୍ତି।ଓ ଘରେ ବସି ଭଡ଼ା ଘର ର ସମସ୍ତ ଭିଡିଓ ସେମାନେ ଦେଖିଛନ୍ତି।

ଝିଅ ମାନେ ପାଠ ପଢ଼ିବା ପାଇଁ ବାହାର ଗାଁ ରୁ ଆସି ଭୁବନେଶ୍ୱର ର ରୁହନ୍ତି।କେତେ ଆଶା ଓ ସ୍ବପ୍ନ ନେଇ ସେମାନେ ପାଠ ପଢନ୍ତି।ହେଲେ କିଛି ଲୋକ ମାନେ ସେମାନଙ୍କର ଫାଇଦା ନେବା ପାଇଁ ଇଚ୍ଛା କରି ଥାଆନ୍ତି।

ଚାରି ଜଣ ଝିଅ ଗୋଟିଏ ଘର ଭଡ଼ା ନେଇ ରୁହନ୍ତି।କିଏ ଜାଣି ଥିଲା ତାଙ୍କ ସହିତ ଏପରି କିଛି ଘଟଣା ଘଟିବ ବୋଲି।ରୁମ୍ ରେ ଥିବା ସମୟ ରେ ରୁମ୍ ଭିତରେ ଏକ ସି ସି ଟିଭି କ୍ୟାମେରା ଲାଗିଥିଲା।ଏଥିରେ ସେ ଝିଅ ମାନଂକ ର ସମସ୍ତ ଭିଡିଓ ରହିଥିଲା।
ଓ ନିଜ ଘରେ ବସି ଦେଖୁଥିଲେ ରୁମ୍ ର ମାଲିକ।ପ୍ରାୟ ଭୁବନେଶ୍ୱର ର ଅଧିକାଂଶ ସ୍ଥାନ ରେ ଭଡ଼ା ଘରେ ମାଲିକ ମାନେ ସି ସି ଟିଭି କ୍ୟାମେରା ଲଗାଉଛନ୍ତି।ଝିଅ ମାନଂକ ଭିଡିଓ କୁ ଭାଇରାଲ କରୁଛନ୍ତି।

ଏହି ଘଟଣା ଟି ଭୁବନେଶ୍ୱର ଅଞ୍ଚଳ ରେ ଘଟିଛି।ଜଣେ ମହିଳା ନିଜ ସାଙ୍ଗ କୁ ଭଡ଼ା ଘରେ ଦେଖା କରିବା ପାଇଁ ଆସି ଥିଲେ।ସେ ଆସି ଦେଖିଲା ବେଳ କୁ ତାଙ୍କ ସାଙ୍ଗ ବସି କାନ୍ଦୁଛନ୍ତି।
ଏହା ପରେ ଏଠାରେ କଣ ପାଇଁ ସି ସି ଟିଭି କ୍ୟାମେରା ଲଗା ଯାଇଚି ବୋଲି ସେ ପ୍ରଶ୍ନ କରିଥିଲେ।ଏହା ପରେ ସେ ପୋଲିସ ର ସାହାର୍ଯ୍ୟ ନେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି।