Updated: Mar 6, 2024, 23:53 IST

ପ୍ରଥମଥର ମୁଁହ ଖୋଲିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦେଖନ୍ତୁ କଣ କହିଲେ - Exclusive

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀ ନିଜେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ରିଲିଜ୍ ହୋଇଯାଇଛି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଫିଲ୍ମ 'ବସ୍’ର ଅଫିସିଆଲ୍ ଟ୍ରେଲର୍
Barsha
ଯେଉଁ ଟ୍ରେଲରରେ ବର୍ଷାଙ୍କୁ ଏକଦମ୍ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ବର୍ଷା ଶାଢ଼ୀରେ ନୁହେଁ ବରଂ କୋର୍ଟ ପ୍ୟାଣ୍ଟ ପିନ୍ଧି ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି। 
ଟ୍ରେଲରରେ ବର୍ଷାଙ୍କୁ କେତେବେଳେ ବଡ ବଡ ଦାମି କାରରୁ ବାହାରୁଥିବାର ଦେଖିବାକୁ ମିଳୁଛି ତ ଆଉ କେତେବେଳେ ପ୍ରାଇଭେଟ୍ ଜେଟରୁ। ଟ୍ରେଲରରେ ତାଙ୍କର ଏହି ବସ ଫିଲ୍ମରେ ନିଆରା ଅନ୍ଦାଜ ଆଉ ଦମଦାର ଅଭିନୟ ଦର୍ଶକଙ୍କୁ ବେସ୍ ପସନ୍ଦ ଆସୁଛି।
ଜଣେ ମହିଳା କିପରି ବଡ଼ବଡ଼ ବ୍ୟକ୍ତିବିଶେଷଙ୍କୁ ପଛରେ ପକାଇ ଗୋଟେ ବଡ଼ ଇଣ୍ଡଷ୍ଟ୍ରିକୁ ନିଜ ବୁଦ୍ଧି ବଳରେ ଆଗେଇ ନେଉଛି ଓ ବିଭିନ୍ନ ପରିସ୍ଥିତିର ସାମ୍ନା କରୁଛି ତାହା ଏଥିରେ ଦେଖିବାକୁ ମିଳିଛି। ଖାସ୍ କରି ଟ୍ରେଲରରେ ବର୍ଷା କହିଥିଲେ - “ଅଗ୍ନିପରୀକ୍ଷା ରାମଙ୍କୁ ଦିଆଯାଏ ରାବଣକୁ ନୁହେଁ” ଏହି ଡାଇଲଗଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। 
Barsha
ଫିଲ୍ମରେ ବର୍ଷାଙ୍କ ବିପକ୍ଷରେ ଅଭିନେତା ରାଜ ରାଜେଶଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ। ଟ୍ରେଲରରେ ଦୁହିଁଙ୍କ ଭିତରର କଡ଼ା ଟକ୍କର ଦେଖିବାକୁ ମିଳିଛି। ଯାହା ଫିଲ୍ମର କାହାଣୀକୁ ଆହୁରି ଆକର୍ଷଣୀୟ କରିଛି।
ତେବେ ଏହି ପୁରା ଫିଲ୍ମର ମୁଖ୍ୟ ଆକର୍ଷଣ ସାଜିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବହୁ ସମୟ ପରେ ବର୍ଷାଙ୍କ ଏହି ନୂଆ ଲୁକ୍ ସାଙ୍ଗକୁ ତାଙ୍କ ଅଭିନୟକୁ ସିନେପ୍ରେମୀ ବେସ୍ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି। ଫିଲ୍ମ କଥା ଯଦି କହିବା ନାରୀ ସଶକ୍ତିକରଣକୁ କେନ୍ଦ୍ର କରି ଏହାର କାହାଣୀକୁ ପ୍ରସ୍ତୁତ କରାଯାଇଛି। 
ଆର୍ ଆର୍ ଏଭେଣ୍ଟସ୍ ଓ ସିନେ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଯୁବ ପ୍ରଯୋଜକ ରମେଶ ବାରିକ। ପ୍ରଥମଥର ପାଇଁ ଫିଲ୍ମର କାହାଣୀ ଚିତ୍ରନାଟ୍ୟ ଓ କ୍ରିଏଟିଭ ହେଡ୍ ଦାୟିତ୍ୱ ତୁଲାଇଛନ୍ତି ନିଜେ ବର୍ଷା ପ୍ରିୟଦର୍ଶିନୀ।
ଫିଲ୍ମର ଡାଇଲଗ୍ ଲେଖିଛନ୍ତି ବିଜୟ ମଲ୍ଲା। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଲିରିକ୍ସ ଲେଖିଛନ୍ତି ଡ଼ ନିର୍ମଳ ନାୟକ। ସୂଚନା ମୁତାବକ ଆସନ୍ତା ମାର୍ଚ୍ଚ ୮ରେ ମହିଳା ଦିବସ ଥିବାବେଳେ ଫିଲ୍ମଟି ମାର୍ଚ୍ଚ ୭ ତାରିଖରେ ମହିଳା ଦିବସ ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଛି।

Advertisement