ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାହାନଗା ଷ୍ଟେସନରେ ମାଲଗାଡି ଲୁପ୍ ଲାଇନରେ ଥିବା ବେଳେ ମେନ ଲାଇନରେ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ ମିଳିଥିଲା। କରମଣ୍ଡଳ ମେନ ଲାଇନରେ ଆସୁଥିବା ବେଳେ ହଠାତ୍ ପୁଣି ଲୁପ୍ ଲାଇନରେ ଯିବାକୁ ସିଗନାଲ ମିଳିଥିଲା।
ଟ୍ରେନକୁ ଲୁପ୍ ଲାଇନ ସିଗନାଲ ମିଳିବା ପରେ କରମଣ୍ଡଳ ଡ୍ରାଇଭର ଗାଡିକୁ ଲୁପ୍ ଲାଇନକୁ ନେଇଥିଲେ। ହେଲେ ସେଠାରେ ପୂର୍ବରୁ ରହିଥିବା ମାଲଗାଡି ସହିତ କରମଣ୍ଡଳର ଧ-କ୍କା ହୋଇଥିଲା
ଧ-କ୍କା ଏତେ ଭୟଙ୍କର ଥିଲା ଯେ, ଏକ୍ସପ୍ରେସର ଇଂଜିନ ମାଲଗାଡି ଉପରେ ଚଢିଯାଇଥିଲା। ଆଉ ୨୧ଟି ବଗି ଲାଇନଚ୍ୟୁତ ହୋଇଥିଲା। ବଗିଗୁଡିକୁ ଲାଇନଚ୍ୟୁତ ହୋଇ ଅନ୍ୟ ଲାଇନରେ ପଡିଥିଲା।
ଆଉ ଡାଉନ ଲାଇନରେ ଆସୁଥିବା ଯଶବନ୍ତପୁର ହାୱାଡା ଏକ୍ସପ୍ରେସ ଏହି ବଗି ସହିତ ଧକ୍କା ହୋଇଥିଲା। ଫଳରେ ଆଉ ଏକ ଟ୍ରେନ ଦୁ-ର୍ଘ-ଟ-ଣାର ଶିକାର ହୋଇଥିଲା। ତେବେ ବନ୍ଧୁଗଣ ବାହାନଗା ରେଳ ଦୁ-ର୍ଘ-ଟ-ଣାରେ ଅ-ଭି-ଯୁ-କ୍ତ-ଙ୍କୁ ମିଳିଲାନି ଜାମିନ।
ସିନିୟର୍ ସେକସନ ଅରୁଣ କୁମାର ମହାନ୍ତ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ସିବିଆଇ କୋର୍ଟ ଅରୁଣ ମହନ୍ତଙ୍କ ଜାମିନକୁ ଖାରଜ କରିଦେଇଛନ୍ତି। ବାହାନଗା ରେଳ ଦୁ-ର୍ଘ-ଟ-ଣାରେ ୨୯୪ ଜଣଙ୍କର ଜୀବନ ଯାଇଥିଲା।
ଆଉ ଏନେଇ ତିନି ଜଣଙ୍କୁ ସସପେଣ୍ଡ ମଧ୍ୟ କରାଯାଇଥିଲା। ସେମାନେ ହେଲେ ସିନିୟର୍ ସେକ୍ସନ ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାନ୍ ଏବଂ ଟେକ୍ନିସିୟାଲ ପପୁ କୁମାର ଏହି ତିନି ଜଣଙ୍କୁ ଚାକିରୀରୁ ସସପେଣ୍ଡ କରାଯାଇଥିଲା।
ଆଉ ଏବେ ଏମାନେ ଝାରପଡ଼ା ଜେଲରେ ଅଛନ୍ତି। ସିନିୟର୍ ସେକ୍ସନ ଅରୁଣ କୁମାର ମହାନ୍ତ ସେ ଜାମିନ ପାଇଁ ଆବେଦନ କରିଥିଲେ କିନ୍ତୁ ସିବିଆଇ କୋର୍ଟ ଏହି ଜାମିନକୁ ଖାରଜ କରିଦେଇଛନ୍ତି। ଏହି ଦୁ-ର୍ଘ-ଟ-ଣାରେ ସିବିଆଇ ଏହି ତିନି ଜଣଙ୍କୁ ଜେରା କରିଥିଲା।
ଏହି ତିନିଜଣ ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି। ତେବେ ବାହାନଗା ରେଳ ଦୁ-ର୍ଘ-ଟ-ଣାର କିଏ ଷଡ଼ଯନ୍ତ୍ରକାରୀ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ସିବିଆଇ ହାତରେ ପ୍ରମାଣ ଲାଗିଛି ବୋଲି କୁହାଯାଇଛି। ଏବେ ସିନିୟର୍ ସେକ୍ସନ ଅରୁଣ କୁମାର ମହାନ୍ତ ହାଇକୋର୍ଟ ଯିବେ।