ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସି ଯାଇଛି ଏକ ବଡ଼ ଖବର ଏହି ରୋଗ ଥିଲେ ବିବାହ କରିବା ମନା। ଆଉ ଏହି ରୋଗ ସମ୍ପର୍କରେ ବାହାଘର ଆଗରୁ ପରୀକ୍ଷା କରିବା ବାଧ୍ୟତା ମୂଳକ।
ଦେଶକୁ ମଧ୍ୟ ସିକେଲଶର ମୁକ୍ତ କରିବା ହେଉଛି ଉଦ୍ଦେଶ୍ୟ। ସିକେଲସର୍ ମୁକ୍ତ ହେବ ଦେଶ। ଯଦି ଏହି ରୋଗ ଥିବ ତେବେ ବିବାହ କରିବା ମନା। ବିବାହ ପୂର୍ବରୁ ବାଧ୍ୟତା ମୂଳକ ହେବାକୁ ଯାଉଛି ଏବେ ସିକେଲଶର ପରୀକ୍ଷା।

ଯଦି ଉଭୟଙ୍କ ମଧ୍ୟରୁ କାହାର ଏହି ରୋଗ ନଥିବ ତେବେ ଯାଇ ବିବାହ କରିବା ପାଇଁ ପରାମର୍ଶ ଦିଆ ଯିବ। ଏହି ରୋଗ ଯେପରି ଆଗକୁ ନ ବ୍ୟାପେ ସେଥିପାଇଁ ମ୍ୟାଚ୍ ମେକିଂ କରାଯିବ ।
୨୦୪୭ ସୁଦ୍ଧା ଜଣେ ହେଲେ ମଧ୍ୟ ଦେଶରେ ରହିବେ ନାହିଁ ସିକେଲଶର ରୋଗୀ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଓଡ଼ିଶାର ୨୦ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ସିକେଲଶର ପରୀକ୍ଷା ଏହା ସହିତ ଦଶ ଅନ୍ୟ ଜିଲ୍ଲାରେ ନିଜସ୍ବ ଖର୍ଚ୍ଚରେ ପରୀକ୍ଷା କରାଇବେ ରାଜ୍ୟ ସରକାର।

ଏହାକୁ ନେଇ ଫୋକସ୍ ରେ ଅଛନ୍ତି ୨୫ ବର୍ଷ ବୟସ୍କ ଯୁବପିଢୀ ମାନେ। ଏହି ରୋଗ ଯେମିତି ଆଗାମୀ ପିଢ଼ି କୁ ନ ବ୍ୟାପେ ସେଥିପାଇଁ ମଧ୍ୟ ମ୍ୟାଚ୍ ମେକିଙ୍ଗ କରାଯିବ।
ଯେବେ ତାଙ୍କର ବିବାହ ପ୍ରସ୍ତାବ ପଡ଼ିବ ସେବେ ସିକେଲଶର ରୋଗୀ ଙ୍କୁ ମିଳିଥିବା କାର୍ଡ କୁ ମ୍ୟାଚ୍ କରାଯିବ। ଯଦି ଉଭୟଙ୍କର ସିକେଲଶର ରୋଗ ଥିବ ତେବେ ତାଙ୍କୁ ବିବାହ ନକରିବା ପାଇଁ ପରାମର୍ଶ ଦିଆ ଯିବ। ଏନେଇ ସୁଚନା ଦେଇଛନ୍ତି ରକ୍ତ ନିରାପତ୍ତା ଡ଼ାକ୍ତର ।
ବର୍ତ୍ତମାନ୍ ସମୟରେ ରାଜ୍ୟରେ ଏହି ରୋଗରେ ୨୫% ଲୋକ ଶିକାର ହେଉଛନ୍ତି। ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ଏହି ରୋଗ ପ୍ରବଳ ମାତ୍ରାରେ ଦେଖିବାକୁ ମିଳୁଛି। ଆସନ୍ତା ୨୦୪୭ ସୁଦ୍ଧା ଏହାର ମୁଳତ୍ପଟନ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି। ଏହି ରୋଗ ହେବା ଦ୍ଵାରା ବିଶେଷ ଭାବରେ ଲୋହିତ ରକ୍ତ କଣିକାରେ ଅସୁବିଧା ହୋଇଥାଏ। ଏବେ ଆଗକୁ ସିକେଲଶର ମୁକ୍ତ ହେବାକୁ ଯାଉଛି ସାରା ଦେଶ।