Updated: Jun 15, 2023, 10:04 IST

ବାହାଘର ମାତ୍ର ୩ ଦିନ ହେଇନି ନିଜ ପ୍ରେମିକ ସହ ମିଶି ସ୍ଵାମୀ କୁ କଲା ଶେଷ, ପରେ ସୁନା ରୂପା ନେଇ ଫେରାର ହେଇଗଲା ନବବଧୂ

Viral News

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ବିବାହର ତୃତୀୟ ଦିନରେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ହ-ତ୍ୟା କରିଥିବା ଘଟଣା ବର୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ବିହାରର ଗୟା ଠାରେ ଦେଖିବାକୁ ମିଳିଛି।ସୂଚନା ଅନୁସାରେ ଲକ୍ଷ୍ମୀ ଗାଁର ବାସିନ୍ଦା ଅଶୋକ କୁମାର ମେ ୨୯ ତାରିଖ ରେ ରେବତୀ କୁମାରୀଙ୍କୁ ବିବାହ କରିଥିଲେ। 
Viral
ଅଶୋକ ତାଙ୍କ ସ୍ତ୍ରୀ ଙ୍କୁ ମେ ୩୦ ରେ ବାହା ହୋଇ ଘରକୁ ଆଣିଥିଲେ।ସମସ୍ତେ ବେଶ ଖୁସି ଥିଲେ।ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା।ତାପରଦିନ ଅର୍ଥାତ୍ ମେ ୩୧ ତାରିଖ ରେ ହଠାତ୍ ଅଶୋକ ଗାୟବ ହୋଇ ଯାଇଥିଲେ।ସମ୍ପର୍କୀୟମାନେ ତାଙ୍କୁ ସବୁଆଡେ ଖୋଜିଥିଲେ, କିନ୍ତୁ ତାଙ୍କୁ ପାଇଲେ ନାହିଁ।ଏହାପରେ ଅଶୋକ ଙ୍କୁ ପରିବାର ଲୋକେ ନ ପାଇବାରୁ ପୋଲିସ ଷ୍ଟେସନ ରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।
ପୋଲିସ ଏହି ଘଟଣା ରେ ତଦନ୍ତ ଆରମ୍ଭ କରିଥିଲେ।ପୋଲିସ ଯେତେବେଳେ ଏହି ଘଟଣା ବିଷୟରେ ପଚରାଉଚରା କରିଥିଲେ ସେତେବେଳେ ମହିଳା ଜଣଙ୍କ କହିଥିଲେ ଯେ ସେ ବାହାଘର ହେଉଥିବା ସମୟରେ ତାଙ୍କ ସ୍ୱାମୀଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କରିଥିଲେ।ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ମୃ-ତ ଅଶୋକଙ୍କ ଭାଇ ଧର୍ମେନ୍ଦ୍ର ପୋଲିସକୁ କହିଛନ୍ତି ଯେ ତାଙ୍କ ଭାଇ ଙ୍କ ପାଖକୁ ଜଣେ ସାଙ୍ଗ କଲ୍ କରିଥିଲେ।ଏହାପରେ ମେ ୩୧ ତାରିଖ ରେ ସନ୍ଧ୍ୟାବେଳେ ବାହାରକୁ ଯାଇଥିଲେ।ଏହା ପରେ ସେ ଆଉ ଫେରି ନଥିଲେ।
Viral news
ଜୁନ ୧ ତାରିଖ ରେ ଅଶୋକଙ୍କ ମୃ-ତ-ଦେ-ହ ମିଳିଥିଲା।ଏକ ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କ ଗଳା ବେକ କଟା ଯାଇଥିଲା।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Advertisement