ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଓଲିଉଡ ଅଭିନେତା ବାବୁଶାନ୍ ମହାନ୍ତି ଙ୍କୁ।ସେ ଓଲିଉଡ ର ଜଣେ ଆଗ ଧାଡ଼ି ର ଅଭିନେତା।ସେ ତାଙ୍କ ଅଭିନୟ ପାଇଁ ସାରା ଓଡିଶା ରେ ପରିଚିତ।କିଛି ଦିନ ତଳେ ତାଙ୍କ ଅଭିନୀତ ଦମନ ଫିଲ୍ମ ସାରା ଦେଶ ରେ ବହୁତ ନା କରିଥିଲା।
ଲୋକ ମାନେ ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ କୁ ବହୁତ ଭଲ ପାଇବା ଦିଅନ୍ତି।ସେ ହେଉଛନ୍ତି ଜଣା ଶୁଣା ଅଭିନେତା ଓ ଅଭିନେତ୍ରୀ ଉତ୍ତମ ମହାନ୍ତି ଓ ଅପରାଜିତା ଙ୍କ ପୁତ୍ର।ସେ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।
ଏହି କିଛି ଦିନ ତଳେ ତାଙ୍କର ଓ ପ୍ରକୃତି ମିଶ୍ର ଙ୍କ ପ୍ରେମ କାହାଣୀ କୁ ନେଇ ଖୁବ୍ ଚର୍ଚ୍ଚା ହୋଇ ଥିଲା।ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ରାସ୍ତା ମଝିରେ ପ୍ରକୃତି ମିଶ୍ର କୁ ଗୋଡେଇ ଗୋଡେଇ ପିଟିଥିଲେ।ଯାହାକି ସେ ସମୟ ରେ ବହୁତ ଚର୍ଚ୍ଚା ର ବିଷୟ ପାଲଟିଥିଲା।
ହେଲେ ବାବୁଶାନ୍ ଏବେ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛନ୍ତି।ସେ ତାଙ୍କ ପରିବାର କୁ ଏବେ ସମୟ ଦେଉଛନ୍ତି।ନିଜ ପୁଅ ସହିତ ଖେଳୁ ଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଏବେ ଦେଖା ଯାଇଚି ଯେ ସେ ତାଙ୍କ ପତ୍ନୀ ଙ୍କୁ ନେଇ ବାହାରେ ଡିନର କରିବାକୁ ଯାଇଥିଲେ।
ସୂଚନା ଅନୁସାରେ ବାବୁଶାନ୍ ଓ ତାଙ୍କ ପତ୍ନୀ ତୃପ୍ତି ୨୦୧୫ ମସିହା ରେ ପ୍ରେମ କରି ବିବାହ କରିଥିଲେ।ବିବାହ ପରେ ସେମାନେ ପରସ୍ପର ସହିତ ବହୁତ ଖୁସି ରେ ଥିଲେ।ହେଲେ ଏମିତି ସମୟ ଆସିଲା ଯେତେବେଳେ ବାବୁଶାନ୍ ତାଙ୍କ ପତ୍ନୀ ଙ୍କ ଠାରୁ ଅଲଗା ହେବା ପାଇଁ ଚେଷ୍ଟା କଲେ।
ଏହାର କାରଣ ହେଉଛନ୍ତି ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର।ଯିଏ କି ବାବୁଶାନ୍ ଙ୍କୁ ତାଙ୍କ ପ୍ରେମ ଜାଲ ରେ ଫସାଇ ଦେଇଥିଲେ।ପ୍ରକୃତି ମିଶ୍ର ଙ୍କୁ ବାବୁଶାନ୍ ଙ୍କ ମା ଓ ପତ୍ନୀ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ।ହେଲେ ସେ ବୁଝି ନ ଥିଲେ।
ଶେଷ ରେ ତୃପ୍ତି ତାଙ୍କୁ ରାସ୍ତା ମଝିରେ ବାଡେଇ ଥିଲେ।ଏହା ପରେ ସେ ପ୍ରକୃତି ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଥିଲେ।ଏବେ ବାବୁଶାନ୍ ନିଜକୁ ପରିବର୍ତ୍ତନ କରିଛନ୍ତି।ନିଜ ପରିବାର ସହିତ ସମୟ ବିତାଉଛନ୍ତି।ନିଜ ପତ୍ନୀ ଙ୍କୁ ସେ ବାହାରେ ବୁଲାଇ ବାକୁ ନେଉଛନ୍ତି।ଏବେ ସେ ତାଙ୍କ ପରିବାର ସହିତ ଖୁବ୍ ଖୁସୀ ରେ ଅଛନ୍ତି।