Updated: Dec 22, 2023, 21:15 IST

ଛାଡପତ୍ର ପରେ ମୁଁହ ଖୋଲିଲେ ଅନୁଭବ ମହାନ୍ତି! ଦେଖନ୍ତୁ କଣ ଅଛି ଅନୁଭବ ମହାନ୍ତିଙ୍କ ହୃଦୟରେ

Viral

ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର।ଅନୁଭବ କରିବେ ଦ୍ୱିତୀୟ ବିବାହ।ବାପା ଙ୍କ ଦେହ ଭଲ ହେବା ପରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କରିବେ ବିବାହ।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।
ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ରେ ପଡ଼ିଛି ପୂର୍ଣ୍ଣଚ୍ଛେଦ।ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଙ୍କ ବିବାହ ତାଙ୍କ ବିଚ୍ଛେଦ କୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା।ଶେଷ ରେ ତାଙ୍କ ଛାଡ ପତ୍ର କୁ ନେଇ ହାଇ କୋର୍ଟ ଏକ ବଡ ରାୟ ଘୋଷଣା କରିଛନ୍ତି।
Viral
ସୂଚନା ଅନୁସାରେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡ ପତ୍ର ପାଇଁ ହାଇ କୋର୍ଟ ଅନୁମତି ଦେଇ ସାରିଛନ୍ତି।ଏବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡ ପତ୍ର ନିଶ୍ଚିତ ରୂପେ ସମ୍ଭବ।
୨୦୨୦ ମସିହା ରେ ଅନୁଭବ ପ୍ରଥମେ ନିଜ ପତ୍ନୀ ଙ୍କୁ ଛାଡ ପତ୍ର ଦେବା ପାଇଁ କୋର୍ଟ ରେ ଅଭିଯୋଗ କରିଥିଲେ।ସେ କହିଥିଲେ କି ଆମ ବିବାହ କେବଳ ସମସ୍ତ ଙ୍କୁ ଜଣେଇବା ପାଇଁ ହୋଇ ଥିଲା।ଆମ ଭିତରେ କୌଣସି ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ନାହିଁ।ମୋତେ ଆଜି ଯାଏଁ ବର୍ଷା ତାଙ୍କ ପାଖକୁ ଆସିବାକୁ ଦେଇ ନାହାନ୍ତି।
ପ୍ରଥମେ ଅନୁଭବ ମହାନ୍ତି ଏହି କେସ କୁ ଦିଲ୍ଲୀ ଠାରେ କରିଥିଲେ। ପରେ ବର୍ଷା ପ୍ରିୟଦର୍ଶିନୀ କଟକ ପାରିବାରିକ କୋର୍ଟ କୁ ଏହି କେସ କୁ ନେଇ ଆସି ଥିଲେ।ଏହା ପରେ କଟକ ପାରିବାରିକ କୋର୍ଟ ଉଭୟ ଙ୍କ କେସ କୁ ଖାରଜ କରି ଦେଇଥିଲା
Viral news
ଯାହା କୁ ନେଇ ସେ ସମୟ ରେ ଖୁବ୍ ଚର୍ଚ୍ଚା କରା ଯାଇ ଥିଲା।ପରେ ଅନୁଭବ ମହାନ୍ତି ହାଇ କୋର୍ଟ ର ଦ୍ବାରସ୍ଥ ହୋଇ ଥିଲେ।ଆଜି ତାଙ୍କର ହାଇ କୋର୍ଟ ର ରାୟ ଆସି ଯାଇଛି। ସେମାନଙ୍କ ଛାଡ ପତ୍ର କୁ ହାଇ କୋର୍ଟ ସ୍ଵୀକୃତି ଦେଇ ସାରିଛି।
ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏବେ ଅନୁଭବ ମହାନ୍ତି ଦିଲ୍ଲୀ ରେ ରହୁଛନ୍ତି।ସେ ଆଜି କଟକ ଫେରିବେ।ତାଙ୍କ ବାପା ଙ୍କ ଦେହ ବହୁତ ଖରାପ ଅଛି।ସେଥିପାଇଁ ସେ କହିଥିଲେ କି ବାପା ଙ୍କ ଦେହ ଭଲ ହେବା ପରେ ଆଉ ଥରେ ବିବାହ କରିବେ।
ଆଜି ସେ ବହୁତ ଖୁସି ଅଛନ୍ତି।ଶେଷ ରେ ସତ୍ୟ ର ଜୟ ହୋଇଛି।ତାଙ୍କ ବିବାହ କୁ ନେଇ ସେ ବହୁତ ଖୁସି ଅଛନ୍ତି।ଏବେ ଆଗକୁ ଦେଖିବାକୁ ବାକି ରହିଲା ବର୍ଷା ପ୍ରିୟଦର୍ଶିନୀ କଣ କରୁଛନ୍ତି।

Advertisement