Mar 29, 2024, 19:18 IST

ଆଗାମୀ ନିର୍ବାଚନ ପାଇଁ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି କରିବେ ନୂଆ ପ୍ଲାନ୍ !!

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଓଲିଉଡ ଜଗତର ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ଆସିଥିବା ଖବର ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ବିଜେଡି ଦଳ ଏବଂ ଅନୁଭବ କଲି ନେଇ ଆସିଥିବା ଖବର ଜାଣିପାରିବେ । ଏବେ ଖବର ଆସୁଛି କି ବିଜେଡି ଦଳ ଅନୁଭବ ମହାନ୍ତିଙ୍କୁ ଅଣଦେଖା କରୁଛି । ହେଲେ ସେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ତାଙ୍କର ସବୁ ସାଥୀ ଅଭିନେତା ବିଜେପି ଦଳକୁ ଚାଲିଗଲେଣି ।
Anubhab
ଏବେ କଥା ଆସୁଛି କି ଅନୁଭବ ମହାନ୍ତିଙ୍କ ନୂଆ ପ୍ଲାନ୍ ଏବେ କାମ କରିବ । ଏବେ ଚର୍ଚ୍ଚା ହେଉଛି କି ଦଳ ଅନୁଭବଙ୍କୁ ଅଣଦେଖା କରିଦେଲା ଆଉ ଏବେ ସେ ନୂଆ ପ୍ଲାନ୍ କରୁଛନ୍ତି ।
ସେ ନିଜ ଫିଲ୍ମ୍ କ୍ୟାରିଅରର ବ୍ୟସ୍ତତା ଭିତରେ ରାଜନୀତିରେ ପ୍ରବେଶ କରିଥିଲେ ।ସେ ସଂସଦରେ ଅନେକ ପ୍ରସଙ୍ଗ ଉଠାଇଥିଲେ ଏବଂ ଜନତାଙ୍କ ପାଇଁ ଲଢିଥିଲେ । ଆଉ ଏବେ ସେ କେମିତି ବା ବସିପାରିବେ ବୋଲି ପ୍ରଶ୍ନ ଆସୁଛି । ଜଣଙ୍କ ପରେ ଜଣେ ଅଭିନେତା ବିଜେପି ଦଳରେ ମିଶୁଛନ୍ତି । 
Viral
ବିଜେଡି ଦଳ ତରଫରୁ ଆଶା ଥିଲା କି ଅନୁଭବ ମହାନ୍ତିଙ୍କୁ ଏମ୍ପି ଟିକେଟ ମିଳିବ କିନ୍ତୁ ଏବେ ଏହା ହୋଇନାହିଁ । ବିଜେଡି ଦଳ ପାଖାପାଖି ସବୁ ସାଂସଦଙ୍କ ନାଁ ଘୋଷଣା କରି ସାରିଛି । ଆଉ ମାତ୍ର ୬ଟି ସ୍ଥାନ ବାକି ଅଛି ।
ବିଜେଡି ଦଳ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ସାଂସଦ ହୋଇଥିଲେ ଅନୁଭବ ମହାନ୍ତି ଆଉ ଏବେ ସେହି ସ୍ଥାନରେ ସାଂସଦ ଭାବରେ ଅଂଶୁମାନ ମହାନ୍ତିଙ୍କୁ ଦଳ ଟିକେଟ ଦେଇଛି । ଆଉ ଏହାପରେ ଚର୍ଚ୍ଚା ହେଲା କି ଅନୁଭବ ମହାନ୍ତି ବିଜେପି ଦଳରେ ମିଶିଯିବେ ଆଉ ଦଳ ତରଫରୁ ସେ ଲଢ଼ିବେ ।
କିନ୍ତୁ ବିଜେପି ଦଳ ପକ୍ଷରୁ ବୈଜୟନ୍ତ ପଣ୍ଡାଙ୍କୁ ଟିକେଟ ମିଳିସାରିଛି । ଏବେ ଅନୁଭବ ମହାନ୍ତିଙ୍କୁ ଆଉ ସୁଯୋଗ ମିଳିନାହିଁ । ଅନୁଭବ ମହାନ୍ତି ସାଂସଦ ଭର୍ତ୍ତୁହରିଙ୍କ ସହ ମିଶି ହୋଲି ଉତ୍ସବରେ ଯୋଗ ଦେଇଥିଲେ । ଆଉ ଏବେ ଚର୍ଚ୍ଚା ହେଉଛି କି କଟକ ଜିଲ୍ଲାରେ ଲଢ଼ିବେ ଅନୁଭବ ମହାନ୍ତି ।
କିନ୍ତୁ ଏବେ ଏହି କଥାକୁ ନେଇ ଚର୍ଚ୍ଚା ହେବା ସହ କଥା ଆସୁଛି କି ଯଦି ଅନୁଭବ ମହାନ୍ତି କଟକରୁ ଲଢ଼ିବେ ତାହେଲେ ଭର୍ତ୍ତୁହରି କରିବେ କଣ ? ଅଭିନେତା ଅରିନ୍ଦମ ରାୟ ଏବଂ ସିଦ୍ଧାନ୍ତ ମହାପାତ୍ର ବିଜେପି ଦଳରେ ମିଶି ସାରିଲେଣି । ଏବେ ଅନୁଭବ ମହାନ୍ତିଙ୍କ ନୂଆ ପ୍ଲାନ୍ କଣ ତାହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement