Updated: Mar 4, 2024, 11:49 IST

ପୁଅର କଥା ଶୁଣି କାନ୍ଦି ପକାଇଲେ ଅମ୍ବାନୀ...ଯାହା ହେଉ ମୁଁ ଗୋଟେ ଯୋଗ୍ୟ ପୁଅ ଜନ୍ମ କରିଛି...

Mukesh Ambani

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚିକ୍ ମିକ ଆଲୁଅ ରେ ଝଲସି ଉଠୁଛି ଯାମ ନଗର।କାରଣ ଏସିଆ ର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ ଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଙ୍କ ବାହାଘର କୁ ସ୍ମରଣୀୟ କରିବା ପାଇଁ ପ୍ରି ୱେଡିଂ ର କାର୍ଯ୍ୟକ୍ରମ ରହିଛି।ତେବେ ପ୍ରଥମ ଦିନ ରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମଞ୍ଚ ରେ ପହଂଚିବା ପରେ ସମସ୍ତଙ୍କ ଫୋକସ ସେମାନଙ୍କ ଉପରେ ଥିଲା ।
Ambani
ଆଉ ପ୍ରତ୍ୟେକ କାର୍ଯ୍ୟକ୍ରମ କୁ ଦେଖି ଖୁସି ହେଉଥିବା ମୁକେଶ ଅମ୍ବାନୀ କିନ୍ତୁ ହଠାତ୍ କାନ୍ଦି ବାକୁ ଆରମ୍ଭ କରିଥିଲେ।ସବୁକିଛି ଠିକ୍ ଠାକ୍ ଚାଲିଥିଲା।ହେଲେ ଯେତେବେଳେ ସାନ ପୁଅ ଅନନ୍ତ ଅମ୍ବାନୀ ଷ୍ଟେଜ ଉପରକୁ ଯାଇ କଥା କହିବା ଆରମ୍ଭ କରିଥିଲେ ସେତେବେଳେ କାନ୍ଦିବାକୁ ଲାଗିଲେ ମୁକେଶ ଅମ୍ବାନୀ।
ପ୍ରି ୱେଡ଼ିଂ କାର୍ଯ୍ୟକ୍ରମ ରେ ପ୍ରଥମ ଦିନ ରେ ଅନନ୍ତ ଅମ୍ବାନୀ ତାଙ୍କ ପରିବାର ଙ୍କୁ ନେଇ ଏମିତି କିଛି ଶବ୍ଦ କହିଥିଲେ ଯାହା ମୁକେଶ ଅମ୍ବାନୀ ଙ୍କ ଆଖିରେ ଲୁହ ଆଣି ଦେଇଥିଲା।
କେବଳ ମୁକେଶ ଅମ୍ବାନୀ ନୁହେଁ ଅନନ୍ତ ତାଙ୍କ କଥାରେ ସମସ୍ତଙ୍କୁ ଭାବ ପ୍ରବଣ କରି ଦେଇଥିଲେ।ଗତ ତିନି ରୁ ଚାରି ମାସ ପାଇଁ ୧୮ ରୁ ୧୯ ଘଣ୍ଟା କାମ କରି ତାଙ୍କ ମା କିପରି ତାଙ୍କ ପାଇଁ ସ୍ପେଶଲ କାର୍ଯ୍ୟ କରିଥିଲେ ତାହା ଅନନ୍ତ କହିଥିଲେ।
Mukesh Ambani
ଏପରିକି ତାଙ୍କ ମା ବାପା, ତାଙ୍କ ପରିବାର କେବଳ ତିନି ରୁ ଚାରି ଘଣ୍ଟା ଶୁଅନ୍ତି।ଯାହାଦ୍ଵାରା ଏହି କାର୍ଯ୍ୟ ତାଙ୍କର ତଥା ରାଧିକା ଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।
ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ କଥାବାର୍ତ୍ତା କରୁଥିବା ବେଳେ ଅନନ୍ତ ଅମ୍ବାନୀ କହିଛନ୍ତି ଯେ ତାଙ୍କ ବାପା ମା କିଭଳି ତାଙ୍କ ପାଇଁ ସବୁଠାରୁ ବଡ ଶକ୍ତି ଭାବରେ ଉଭା ହେଲେ।
ତାଙ୍କ ବାପା ମା ଛୋଟ ବେଳୁ ସମର୍ଥକ ଭାବରେ ତାଙ୍କ ପାଖରେ ଛିଡ଼ା ହୋଇଥିଲେ।ଏହା ଶୁଣି ମୁକେଶ ଅମ୍ବାନୀ କାନ୍ଦି ପକାଇଥିଲେ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement