ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ସର୍ବଦା ତାଙ୍କର ରାଜ୍ୟ ର ଲୋକ ମାନଙ୍କ ପାଇଁ ଖୁବ୍ ଭଲ ଚିନ୍ତା କରି ଥାଆନ୍ତି।
ଏଥିପାଇଁ ମଧ୍ୟ ସେ ଖୁବ ଭଲ ଭଲ ବ୍ୟବସ୍ଥା କରିଥାଆନ୍ତି। ଲୋକ ମାନଙ୍କ ଗମନାଗମନ ର ସୁବିଧା ପାଇଁ ମଧ୍ଯ ସେ ଅନେକ ନୂଆ ନୂଆ ପ୍ରକଳ୍ପ ମାନ କରିଛନ୍ତି ଯାହାକି ଲୋକ ମାନଙ୍କୁ ବେଶ ସହାୟକ ହୋଇଥାଏ।

ଆଉ ସେମାନଙ୍କ ଯାତାୟାତରେ ମଧ୍ୟ ଖୁବ ସୁବିଧା ହୋଇଥାଏ। ଆଉ ଏବେ ମଧ୍ୟ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ମନ୍ତ୍ରୀ ଅମିତ୍ ଶାହା ଙ୍କ ସହ ମିଶି ରାଷ୍ଟ୍ରୀୟ ରାଜ ମାର୍ଗ ଦ୍ବାରା କାମାକ୍ଷାନଗର କୁ ଡବୁରି ସହ ସଂଯୋଗ କରୁଥିବା ୪ ଲେନ୍ ରାଜ ମାର୍ଗର ଉଦ୍ଘାଟନ କରିଛନ୍ତି।
ଏହାର ଲମ୍ବା ମଧ୍ଯ ପାଖାପାଖି ୫୧ କିଲୋ ମିଟର ପର୍ଯ୍ୟନ୍ତ ହେବ। ଆଉ ଏହା ପଛରେ ୭୫୧ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି। ଏହା ଉପରେ ଦୁଇଟି ମେଜର ବ୍ରିଜ ନିର୍ମାଣ ହୋଇଛି।
ଏଥି ସହ ୧୦ ଟି ମାଇନର ବ୍ରିଜ ମଧ୍ଯ ରହିଛି। ଏହାକୁ ନିର୍ମାଣ କରିବା ସମୟରେ ପର୍ଯ୍ୟବରଣ ଓ ବନ୍ୟ ସଂରକ୍ଷଣ ର ମଧ୍ୟ ବିଶେଷ ଭାବରେ ଯତ୍ନ ନିଆ ଯାଇଛି। ବନ୍ୟ ଜନ୍ତୁ ମାନଙ୍କ ଯିବା ଆସିବା କରିବା ପାଇଁ ୧୬୦ ମିଟର ଆଉ ଏକ ୮୦ ମିଟର animal under pass ନିର୍ମାଣ କରା ଯାଇଛି।

କାମାକ୍ଷାନଗର ରେ ୪ ଟି ବଡ଼ ବଡ଼ ଷ୍ଟିଲ ପ୍ଲାଣ୍ଟ ଥିବା ବେଳେ ଡୁବୁରୀ ରେ ୨ ଟି ବଡ଼ ସିମେଣ୍ଟ ଫ୍ୟାକ୍ଟ୍ରି ରହିଛି।
ଏହି ବ୍ରିଜ ଫଳରେ ଯୋଗାଯୋଗରେ ଖୁବ୍ ସୁବିଧା ହୋଇ ଯିବ। ଏହା ଦ୍ବାରା ପୂର୍ବ ରୁ ଯେଉଁ ଭଳି ଭାବରେ ଅର୍ଥ ଖର୍ଚ୍ଚ ହେଉଥିଲା ତାହା ଆଉ ହେବ ନାହିଁ ବରଂ ଆର୍ଥିକ ସ୍ଥିତି ସୁଦୃଢ ହେବ। ଆଉ ଏଠାରେ ରହୁଥିବା ଲୋକ ମାନଙ୍କୁ ନୁଆ ରୋଜଗାର କରିବାର ମଧ୍ୟ ଅବସର ପ୍ରାପ୍ତ ହେବ।
ଲୌହ, ବସ୍ତ୍ର, ପେଟ୍ରୋଲ, ପରିବା ତଥା ଅନ୍ୟ ଖଣିଜ ପଦାର୍ଥ ଗୁଡ଼ିକର ମଧ୍ୟ ଖୁବ ସହଜରେ ଆଗମନ କରି ପାରିବ। ସମୟ ଓ ଇନ୍ଧନ ମଧ୍ଯ ଅତ୍ୟଧିକ ଖର୍ଚ୍ଚ ହେବ ନାହିଁ।