ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଅମିର ଖାଁ ବଲିଉଡ ର ଜଣେ ଆଗ ଧାଡ଼ି ର ଅଭିନେତା।ସେ ଅନେକ ଫିଲ୍ମ ତାଙ୍କ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି।ତାଙ୍କ ଫିଲ୍ମ ରେ ସେ ଅନେକ ଶିଖିବା କଥା କହି ଥାନ୍ତି।
ସେଥିପାଇଁ ଲୋକେ ତାଙ୍କୁ ଖୁବ୍ ପସନ୍ଦ କରି ଥାନ୍ତି।କିନ୍ତୁ ଗତ କିଛି ଦିନ ହେବ ସେ ବଲିଉଡ ଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଛନ୍ତି।ଏବେ ତାଙ୍କର କୌଣସି ଫିଲ୍ମ ଆସୁ ନାହିଁ।ଏହାର କାରଣ ହେଉଛି ତାଙ୍କ ଫିଲ୍ମ ଲାଲ ସିଂ ଚଡ୍ଦା।ସେ ଏହି ଫିଲ୍ମ ରେ ଗୋଟେ ଭଲ ଭୂମିକା ନିର୍ବାହ କରିଥିଲେ।
ହେଲେ ଲୋକ ମାନେ ତାଙ୍କର ଏହି ଭୂମିକା କୁ ପସନ୍ଦ କଲେ ନାହିଁ।ଯେଉଁଥିପାଇଁ ତାଙ୍କର ଏହି ଫିଲ୍ମ୍ ଟି ସୁପର ପ୍ଲପ ହୋଇ ଥିଲା।ଆଉ ଏହା ପର ଠାରୁ ସେ କୌଣସି ଫିଲ୍ମ ରେ ଅଭିନୟ କରି ନାହାନ୍ତି।ତାଙ୍କ ବିଷୟରେ ସୋସିଆଲ ମିଡ଼ିଆ ରେ ସବୁବେଳେ ଚର୍ଚ୍ଚା ଜୋର ଧରି ଥାଏ।
ତାଙ୍କ ଅଭିନୟ କ୍ୟାରିଅର କୁ ଛାଡି ଦେଲେ ସେ ତାଙ୍କ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ବେଶୀ ଚର୍ଚ୍ଚା ରେ ଥାଆନ୍ତି।ଏବେ ସେ ତାଙ୍କ ଝିଅ ଇରା ଖାଁ ଙ୍କ ପାଇଁ ଚର୍ଚ୍ଚିତ ଅଛନ୍ତି।କାରଣ ତାଙ୍କ ଝିଅ ସୋସିଆଲ ମିଡିଆରେ ଏପରି କିଛି କ୍ୟାପସନ୍ ଲେଖିଛନ୍ତି।ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଛନ୍ତି।
ଏହି କିଛି ଦିନ ତଳେ ତାଙ୍କ ଝିଅ ଇରା ଖାଁ ଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି।ଏହା ପରେ ସେ ତାଙ୍କ ନିର୍ବନ୍ଧ ର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଯାହାକୁ କି ଦର୍ଶକ ମାନେ ଖୁବ୍ ଭଲ ପାଇବା ଦେଇଥିଲେ।
ଏହା ପୂର୍ବ ରୁ ସେ ଆଉ ଏକ ଫଟୋ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡି ଥିଲେ।ଏଥିରେ ସେ ଲେଖି ଥିଲେ କି ସେ ଏହି କିଛି ଦିନ ହେବ ବହୁତ ଚିନ୍ତା ରେ ଅଛନ୍ତି।କଣ କରିବେ ଜାଣି ପାରୁ ନାହାଁନ୍ତି।ଧୀରେ ଧୀରେ ଡିପ୍ରେଶନ ଆଡ଼କୁ ଯାଉ ଛନ୍ତି।
ଏହାକୁ ଶୁଣି ସମସ୍ତେ ଚକିତ ହୋଇ ଥିଲେ।ଏହା ପରେ ସେ କହିଥିଲେ କି ସେ ତାଙ୍କ ବାପା ମା ଙ୍କ ପାଇଁ ଏପରି ଚିନ୍ତା ରେ ରହୁଛନ୍ତି।ତାଙ୍କ ବାପା ମା ଯେମିତି ସେ ସମୟ ରେ ଚିନ୍ତା ରେ ରହୁଥିଲେ।ଏବେ ତାଙ୍କ ଠାରେ ସେହି ଗୁଣ ଦେଖା ଯାଉଚି।ସୂଚନା ଅନୁସାରେ ଅମୀର ଖାଁ ତାଙ୍କ ଝିଅ କୁ ଖୁବ୍ ଭଲ ପାଆନ୍ତି।