Updated: Aug 27, 2023, 14:11 IST

ଆମେରିକା ନିଉଜ୍ ପେପର ନିୟୁର୍କ ଟାଇମ୍ସ କାର୍ଟୁନ୍ କରି ଭାରତ ଆଉ ଇସ୍ରୋ ର ମଜାକ ଉଡେଇ ଥିଲା, ପରେ ଭାରତ ର ଚନ୍ଦ୍ର ମିଶନ ସଫଳ ପରେ ନିଜେ ହେଲା ବେଜ୍ଜିତ

Viral news

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ମଙ୍ଗଳ ମିଶନ କୁ କଟାକ୍ଷ କରିଥିଲା ଆମେରିକା। ଭାରତୀୟ ବୈଜ୍ଞାନିକ ମାନଙ୍କୁ ଗାଈ ଚରାଳି ବୋଲି କୁହା ଯାଇଥିଲା। ଭାରତର ମିଶନ ମଙ୍ଗଳ କୁ ଟାର୍ଗେଟ କରିଥିଲା ନ୍ୟୁୟର୍କ ଟାଇମ୍ସ।
ଭାରତର ଚନ୍ଦ୍ରଜାନ ୩ ମିଶନ କୁ ସଫଳ ମିଳିବା ପରେ ଏବେ ଚର୍ଚ୍ଚା କୁ ଆସିଛି ଏକ କାର୍ଟୁନ୍। ଯାହାକି ୨୦୧୪ ମସିହାରେ ଆମେରିକାର ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ ରେ ପ୍ରକାଶ ପାଇଥିଲା।
Viral
ଏହି କାର୍ଟୁନ୍ ଏବେ ଇଣ୍ଟରନେଟ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି କାର୍ଟୁନ୍ କୁ ସେୟାର କରି ବିକାଶଶୀଳ ଓ ପାଶ୍ଚାତ୍ୟ ଦେଶ କୁ ଟୁଇଟ୍ କରୁଛନ୍ତି ଭାରତୀୟ।
ଭାରତ ର ମଙ୍ଗଳ ମିଶନ କୁ ନେଇ କଟାକ୍ଷ କରି କହିଥିଲା ନ୍ୟୁୟର୍କ ଟାଇମ୍ସ।୨୦୧୪ ରେ ଭାରତ ଏକ କମ୍ ବଜେଟ ରେ ମଙ୍ଗଳ ମିଶନ ରେ ସଫଳତା ହାସଲ କରିଥିଲା। ଆଉ ଏହା ସମଗ୍ର ବିଶ୍ଵ କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା। ଭାରତ କୁ ସବୁଆଡେ ମଧ୍ୟ ପ୍ରଶଂସା କରାଯାଉ ଥିଲା।
Viral news
ନ୍ୟୁୟର୍କ ଟାଇମ୍ସ ସମ୍ପାଦକ ଦଳରେ ଥିବା ବଡ଼ ବଡ଼ ସାମ୍ବାଦିକ ଏହାକୁ ବରଦାସ୍ତ କରି ପାରି ନଥିଲେ। ଏହାକୁ ନେଇ ସେମାନଙ୍କୁ ମଧ୍ୟ ବହୁତ ବଡ଼ ଝଟକା ଲାଗିଥିଲା। ଏହା କିପରି ସଫଳ ହେଲା ସେମାନେ ଏନେଇ ଚିନ୍ତା ରେ ପଡି ଯାଇଥିଲେ।
ତାଙ୍କର ଭାରତ ପ୍ରତି ଥିବା ଭାବନା ଏକ କାର୍ଟୁନ୍ ମାଧ୍ୟମରେ ସ୍ପଷ୍ଟ ଭାବରେ ବାରି ହୋଇ ପଡିଥିଲା। ଯେତେବେଳେ ଭାରତ ମଙ୍ଗଳ ମିଶନ ଉପରେ କାମ କରୁଥିଲା ସେତେବେଳେ ନ୍ୟୁୟର୍କ ଟାଇମ୍ସ ର ସମ୍ପାଦକ ହେମ କିଙ୍ଗସନ୍ ଏକ କାର୍ଟୁନ୍ ତିଆରି କରିଥିଲେ।
Viral
ଯାହାକୁ ନେଇ ସେତେବେଳ ସମୟରେ ଖୁବ ବିବାଦ ଉପୁଜି ଥିଲା।କାର୍ଟୁନ୍ ରେ ଦୁଇଟି ଚିତ୍ର ହୋଇଥିଲା। ଗୋଟିଏ ଚିତ୍ରରେ ସ୍ପେସ କ୍ଳବ୍ ଥିଲା ଯେଉଁଥିରେ କି ଦୁଇଜଣ ବସି ଖବର କାଗଜ ପଢୁଥିଲେ। ସେ ସେଠାରେ ଭାରତ ସମ୍ପର୍କରେ ଉଲ୍ଲେଖ ଥିଲା।
ଅନ୍ୟ ଏକ ଚିତ୍ରରେ ଜଣେ ବ୍ୟକ୍ତି ଏକ ଗାଈ କୁ ନେଇ ସ୍ପେସ କ୍ଳବ୍ ର କବାଟ ବାଡ଼ଉ ଥିବାର ଦେଖିବାକୁ ମିଳିଥିଲା। କାର୍ଟୁନ୍ ରେ ଥିବା ବ୍ୟକ୍ତି କୁ ଭାରତର ଦର୍ଶା ଯାଇଥିଲା। ହେଲେ ପରେ ଏଥିପାଇଁ ନ୍ୟୁୟର୍କ ଟାଇମ୍ସ କ୍ଷମା ମାଗିଥିଲା।

Advertisement