ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ତିଆରି ହେଉଥିବା ରାମ ମନ୍ଦିରରେ ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ହୋଇପଡିଛି ସାରା ଦେଶ।
ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ପାଖରେ ଆଉ ହାତ ଗଣତି ଦିନ ଥିବାରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ପ୍ରଭୁ ରାମ ଲାଲାଙ୍କ ଅନନ୍ୟ ରୂପକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି।
ବନ୍ଧୁଗଣ ପୁରା ଭାରତ ବର୍ଷ ପାଇଁ ଜାନୁୟାରୀ ୨୨ ତାରିଖ ହେଉଛି ପବିତ୍ର ଦିନ। ସେଦିନ ଦେବ ଲୋକରୁ ସ୍ଵୟଂ ଦେବତା ମାନେ ଓହ୍ଲେଇ ଆସିବେ ଧରାପୃଷ୍ଠକୁ।
ଏହାକୁ ନେଇ ଅନେକ କଳ୍ପନା ହେଉଥିବା ବେଳେ, ଆଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ନେଇ ଅନେକ ଚମତ୍କାର ଘଟଣା ଦେଖିବାକୁ ମିଳିଥିବା କୁହାଯାଉଛି। ଠିକ୍ ସେହିପରି ଆଉ ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି।
ଯେଉଁ ଗିଧପକ୍ଷୀ ବର୍ଷ ବର୍ଷ ଧରି ଦେଖିବାକୁ ମିଳୁନଥିଲା ବେଳେ ଅଚାନକ ସହ ସହ ଗିଧପକ୍ଷୀ ଅଯୋଧ୍ୟାରେ ଦେଖିବାକୁ ମିଳିଛି। ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।
ଗତ କିଛିଦିନ ହେବ ଅଯୋଧ୍ୟା ରାମ ମନ୍ଦିର ଚର୍ଚ୍ଚାର ବିଷୟ ପାଲଟିଛି। ୨୦୨୪ ବର୍ଷ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ଆରମ୍ଭ ହେବାକୁ ଯାଉଛି। ଆଉ ୧୨ ଜାନୁୟାରୀ ୨୦୨୪ରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ହେବାକୁ ଯାଉଛି।
ଏହି ଦିନ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। କିନ୍ତୁ ଏସବୁ ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେଉଛି।
ଯେଉଁ ଭିଡିଓରେ ସହ ସହ ଗିଧପକ୍ଷୀ ଅଯୋଧ୍ୟାରେ ଆସି ପହଞ୍ଚିଥିବା ଦେଖିବାକୁ ମିଳିଛି। ଆଉ କେହି କେହି ସେହି ଗିଧପକ୍ଷୀକୁ ସାକ୍ଷାତ୍ ଜଟାୟୁ ଭାବି ପୂଜାଅର୍ଚ୍ଚନା କରୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି।