ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମସ୍ତ ଦର୍ଶନୀୟ ସ୍ଥାନ ମଧ୍ୟରୁ ହାୱ୍ରା ବ୍ରିଜ୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦର୍ଶନୀୟ ସ୍ଥାନ। ଏହା ଏକ ପ୍ରକାର ଏବଂ ସମଗ୍ର ବିଶ୍ୱରେ ଷଷ୍ଠ ବୃହତ୍ତମ ସେତୁ ଅଟେ। ଏହି ସେତୁ ୧୯୪୩ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା ଏବଂ
ପଣ୍ଟୁନ୍ ବ୍ରିଜ୍ ବଦଳାଇବା ପରେ ଏହାକୁ ପ୍ରଥମେ ହାୱାର ବ୍ରିଜ୍ କୁହାଯାଉଥିଲା। ତେବେ ବନ୍ଧୁଗଣ ରାତି ହେଲା ମାତ୍ରକେ ହାଓଡ଼ା ବ୍ରିଜରେ ଘୁରି ବୁଲୁଛି ଗୋଟିଏ ଅଶରିରି ଅତୃପ୍ତ ଆତ୍ମା। ହାଓଡ଼ା ବ୍ରିଜର ଯିବାଆସିବା ରାସ୍ତାରେ ଛକି ବସୁଛି।
ବାଇକ୍ କିମ୍ବା କାରରେ ନେଇ ସେହି ରାସ୍ତାରେ ଯାଉଥିବା ଲୋକ ମାନଙ୍କୁ ନିଜ ଲୋକ ଭାବି ଅତୃପ୍ତ ଆତ୍ମା ଡାକୁଛି। ଆଉ ସେହି ସମୟର ଦୃଶ୍ୟକୁ ଯିଏ ଦେଖୁଛି ଘରକୁ ଆସିବା ପରେ ଝାଡା ବାନ୍ତି ହେଇ ରୋଗରେ ପଡୁଛି।
ସେହି ଅଶରିରି ଅତୃପ୍ତ ଆତ୍ମାର ଛାଇ ସବୁ ଲୋଲଙ୍କୁ ଦେଖା ଦେଉଛି। କେବଳ ଗୋଟିଏ କି ଦୁଇଟି ଆତ୍ମା ଏମିତି ଅତୃପ୍ତ ହୋଇ ବୁଲୁ ନାହାଁନ୍ତି ବରଂ ଅନେକ ଅତୃପ୍ତ ଆତ୍ମା ସେହି ଅଞ୍ଚଳରେ ବୁଲୁଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
କାରଣ ଦିନ ସାରିବା ପରେ ରାତି ଆସିବା ପୂର୍ବରୁ ସନ୍ଧ୍ୟା ସମୟରେ ସେହି ହାଓଡ଼ା ବ୍ରିଜରେ ଅନେକ ଅଶରିରି ଅତୃପ୍ତ ଆତ୍ମାଙ୍କର ଚିତ୍କାର ଶୁଣିବାକୁ ମିଳୁଛି। ହାଓଡ଼ା ବ୍ରିଜ ଭାରତର ପଶ୍ଚିମବଙ୍ଗର ହୁଗୁଳି ନଦୀ ଉପରେ ଥିବା ଏକ ଝୁଲା ପୋଲ, ଯାହା ୧୯୪୩ ମସିହାରେ ହୋଇଥିଲା।
ପ୍ରଥମେ ଏହି ପୋଲକୁ ନୂଆ ହାଓଡ଼ା ପୋଲ କୁହାଯାଉଥିଲା। କାରଣ ଏହା ପୂର୍ବତନ ପଣ୍ଟୁନ୍ ପୋଲ ନିକଟରେ ତିଆରି ହୋଇଯାଇଥିଲା। ୧୪ ଜୁନ ୧୯୫୬ ମସିହାରେ ବଙ୍ଗାଳି କବି ନବେଲ ପୁରସ୍କାର ପ୍ରାପ୍ତ ରବୀନ୍ଦ୍ର ନାଥ ଠାକୁରଙ୍କ ନାମ ଅନୁସାରେ ରବୀନ୍ଦ୍ର ସେତୁରେ ନାମକରଣ ହୋଇଥିଲା।
ବର୍ତ୍ତମାନ ଲୋକ ମାନେ ଏହାକୁ ହାଓଡ଼ା ପୋଲ କହୁଛନ୍ତି। ହାଓଡ଼ା ପୋଲ ନିର୍ମାଣ ସମୟରେ କୁଆଡେ଼ ଏହି ବ୍ରିଜ ଭଲ ଭାବରେ ସୁରକ୍ଷିତ ହୋଇ ରହିବା ପାଇଁ ଅନେକ ଲୋକଙ୍କୁ ବଳି ଦିଆଯାଇଥିଲା।
ସୂଚନା ଅନୁସାରେ ଏହି ବ୍ରିଜକୁ ତିଆରି କରିଥିବା ଶ୍ରମିକ ମାନଙ୍କୁ ସେହି ବ୍ରିଜ ନିର୍ମାଣ ପରେ କବର କରି ଦିଆଯାଇଥିଲା। ତେଣୁ ଛଟପଟ ହୋଇ ମାରିଥିବା ସେହି ଶ୍ରମିକ ମାନଙ୍କର ଆତ୍ମା ଏବେ ବି ସେହି ସ୍ଥାନରେ ଘୁରିବୁଲୁଛନ୍ତି ବୋଲି ଲୋକେ କହୁଛନ୍ତି। ସେହି ସ୍ଥାନକୁ ଛାଡ଼ି ଯାଉ ନାହାଁନ୍ତି ଅତୃପ୍ତ ଆତ୍ମା ମାନେ।