ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଏକ ଏଭଳି ଘଟଣା ସମ୍ପର୍କରେ ରେ କହିବାକୁ ଯାଉଛୁ ଯାହା ସମ୍ପର୍କରେ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ବର୍ତ୍ତମାନ୍ ଏଭଳି ଏକ ଖବର ଆସି ପହଞ୍ଚିଛି ହନିମୁନ ପୁର୍ବରୁ ଟ୍ରେନ୍ ଭିତରେ ହଜି ଯାଇଛି ସ୍ତ୍ରୀ।
ଯାତ୍ରା କରୁଥିବା ସମୟରେ ଅଧା ବାଟରୁ ହିଁ ସ୍ତ୍ରୀ ହଜି ଯାଇଛି। ହଠାତ୍ ମହିଳା ଜଣକ ଟ୍ରେନ୍ ଭିତରୁ କୁଆଡେ ଗାଏବ ହୋଇ ଗଲେ ଏହା କେହି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି।

ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ଏବେ ସନ୍ଦେହ ଉପୁଜିବା ରେ ଲାଗିଛି।ମୁଜାଫରନଗର ରେଳ ଷ୍ଟେସନ ରେ ଏଭଳି ଏକ ଘଟଣା ଘଟି ଯାଇଛି। ସୁଚନା ମୁତାବକ ଏହି ନବ ବିବାହିତ ଦମ୍ପତ୍ତି ଟ୍ରେନ୍ ରେ ଯାତ୍ରା କରୁଥିଲେ। ହେଲେ ହଠାତ୍ ବୋହୂ ଜଣକ ଟ୍ରେନ୍ ମଧ୍ୟରୁ କେଉଁ ଆଡେ ଗାଏବ ହୋଇ ଗଲେ ଏବେ ଏନେଇ ସମସ୍ତେ ଚିନ୍ତିତ ମଧ୍ଯ ହୋଇ ପଡିଛନ୍ତି। ଆଉ ପରିବାର ଲୋକଙ୍କ ସହ ସ୍ଵାମୀ ଜଣକ ମଧ୍ୟ ତାଙ୍କ ସ୍ତ୍ରୀ ଙ୍କୁ ଖୋଜୁ ଛନ୍ତି।
ମହିଳା ଜଣକ ଟ୍ରେନ୍ ଭିତରେ ବାଥରୁମ କୁ ଯାଇଥିଲେ ହେଲେ ତାହା ଭିତରୁ ମହିଳା ଜଣକ ପତ୍ତା ମିଳି ନଥିଲା। ବ୍ୟକ୍ତି ଜଣକ ନାମ ପ୍ରିନ୍ସ କୁମାର ହୋଇଥିବା ବେଳେ ମହିଳା ଜଣକ ନାମ ହେଉଛି କାଜଲ।
ସେମାନେ କିଛି ଦିନ ପୁର୍ବରୁ ବୈଦିକ ରୀତିନୀତି ଅନୁସାରେ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ। ମହିଳା ଜଣକ ହନିମୁନ ଯିବା ପାଇଁ ଜିଦି କରିବାକୁ ସ୍ୱାମୀ ଜଣକ ତାଙ୍କୁ ହନିମୁନ ନେଇ ଯିବା ପାଇଁ ସ୍ଥିର କରିଥିଲେ।

ଆଉ ଦୁହେଁ ମଧ୍ୟ ଦାର୍ଜିଲିଂ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେମାନେ ମୁଜାଫରନଗର ରେଳ ଷ୍ଟେସନ ରୁ ହିଁ ଟ୍ରେନ୍ ରେ ବସିଥିଲେ।ଇସାନଗଞ୍ଜ ରେଳ ଷ୍ଟେସନରେ ପହଞ୍ଚିବା ସମୟରେ କାଜଲ ବାଥରୁମ ଯିବା କଥା ତାଙ୍କ ସ୍ଵାମୀ ଙ୍କୁ କହିଥିଲେ।
ଆଉ ଏହାପରେ ମଧ୍ୟ ସେ ବାଥରୁମ୍ ଯାଇଥିଲେ। ମାତ୍ର ବାଥରୁମ୍ ଯିବାର ବହୁତ ସମୟ ହୋଇ ଯିବା ପରେ ଯେତେବେଳେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ଙ୍କୁ ଖୋଜିବାକୁ ଯାଇଥିଲେ ସେତେବେଳେ ସେ ତାଙ୍କୁ ପାଇ ନଥିଲେ। ଆଉ ଏହାପରେ ସେ ପୋଲିସ ରେ ଅଭିଯୋଗ କରିଥିଲେ।