Sep 27, 2023, 10:40 IST

ଅଚାନକ ରାସ୍ତା ରେ ବର୍ଷା ହେଲା ହୀରା ଗୁଣ୍ଡ, ପିଲା ଛୁଆ ଧରି ଲୋକେ ରାସ୍ତା ରୁ ଗୋଟାଇଲେ ହୀରା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯଦି କୁହାଯାଏ କି ରାସ୍ତାରେ ହୀରା ପଡିଛି ଆଉ ଯିଏ ଯେତେ ପାଇବ ସେ ସେତେ ମାତ୍ରାରେ ନେଇ ପାରିବ। ଆଉ ଯଦି ଏଭଳି ସୁଯୋଗ ମିଳିଯାଏ ତେବେ କିଏ କାହିଁକି ହାତ ଛଡ଼ା କରିବାକୁ ଯିବ।
Special report
ରାସ୍ତାରେ ଏବେ ଶହ ଶହ ଲୋକ ହୀରା ଖୋଜିବାରେ ବ୍ୟସ୍ତ ଅଛନ୍ତି। ଯାହାକୁ ହୀରା ମିଳିଲା ତାହାର କଥା ମଧ୍ୟ କହିଲେ ନସରେ। ପୁଣି କେତେକ ଲୋକ ଅସଲି ହୀରା କହୁଛନ୍ତି।
ଆଉ କେହି କେହି ତାଙ୍କୁ ନକଲି ହୀରା ବୋଲି ମଧ୍ୟ କହି ଯାଞ୍ଚ କରିବାରେ ଲାଗି ପଡିଛନ୍ତି। ଏଭଳି କିଛି ଦୃଶ୍ୟ ଗୁଜୁରାଟ ର ସୁରଟ ରୁ ନଜର ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏହି ଭିଡିଓ ରେ ମଧ୍ଯ ରାସ୍ତାରେ ଲୋକ ମାନଙ୍କର ଖୁବ ଭିଡ଼ ଦେଖିବାକୁ ମିଳିଛି। ରାସ୍ତାରେ ଲୋକମାନେ ହୀରା ଖୋଜିବାରେ ମଧ୍ୟ ବ୍ୟସ୍ତ ଅଛନ୍ତି। ସେଥିପାଇଁ ଟ୍ରାଫିକ ସମସ୍ୟା ମଧ୍ଯ ଦେଖା ଦେଇଥିଲା।
Special report
ସୁରଟ ର ମିନି ମାର୍କେଟ ରେ ପ୍ରଥମେ କିଛି ଲୋକେ ହୀରା ଖଣ୍ଡ ଦେଖିବାକୁ ପାଇଥିଲେ। ଆଉ ତାହାପରେ ଚାହୁଁ ଚାହୁଁ ଭିଡ଼ ମଧ୍ୟ ବଢ଼ିବାକୁ ଲାଗିଥିଲା। ଆଉ ଯିଏ ଯେତେ ପାରିଲା ହୀରା ସଂଗ୍ରହ କରିବାରେ ଲାଗି ପଡ଼ିଲା।
ରାସ୍ତାରେ ପଡ଼ିଥିବା ଏହି ହୀରା କୁ ନେଇ ମଧ୍ୟ ଏବେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। କୁହା ଯାଉଛି କି ଜଣେ ହୀରା ବ୍ୟବସାୟୀ ଏହି ହୀରା ଗୁଡ଼ିକୁ ରାସ୍ତାରେ ପକାଇ ଦେଇ ଯାଇଛନ୍ତି।
ଯାହାକୁ ନେଇ ଲୋକ ମାନେ ଏବେ ରାସ୍ତା ସଫା କରି ଏବେ ସର୍ଚ୍ଚ ଅପରେସନ ମଧ୍ଯ ଜାରୀ କରି ଦେଇଛନ୍ତି। କେତେକ ଲୋକ ହୀରା ଖୋଜୁଥିବା ର ନଜର ଆସିଥିବା ବେଳେ ଆଉ କେତେକ ଲୋକ ଏହି ହୀରା ଖୋଜା ଚାଲିଥିବା ଦୃଶ୍ୟ ଦେଖି ତାହାର ମଜା ନେଉଥିବା ନଜର ଆସିଛନ୍ତି।
ଯେଉଁ ହୀରା ମଧ୍ୟ ମିଳିଛି ତାହା ଆମେରିକାନ ଡାଇମଣ୍ଡ ହୋଇ ଥିବାର ମଧ୍ୟ ଏହା ସନ୍ଦେହ କରା ଯାଉଛି। ତେବେ ଆପଣ ମାନଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement