Oct 14, 2023, 14:05 IST

ଅଚାନକ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତ୍ରୀ ଦେଖନ୍ତୁ ଆସିଲା ବହୁତ୍ ବଡ ଦୁଃଖ ଖବର

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସିନେମା ଜଗତରେ ଅନେକ କଳାକାର ମାନେ ନିଜର ଦମଦାର ଅଭିନୟ ଜରିଆରେ ଲୋକ ମାନଙ୍କ ହୃଦୟରେ ଘର କରି ରହିଥାନ୍ତି। କିନ୍ତୁ ସେହି କଳାକାର ମାନଙ୍କ ମଧ୍ୟରୁ କିଛି କଳାକାର ମାନେ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥାନ୍ତି।
Special report
ତେବେ ବନ୍ଧୁଗଣ ବର୍ତ୍ତମାନ ଟେଲିଭିଜନ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ଜଣାଶୁଣା ବଲିଉଡ ଅଭିନେତ୍ରୀ ଭୈରବୀ ବୈଦ୍ୟାଙ୍କ ୬୭ବର୍ଷ ବୟସରେ ମୃ-ତ୍ୟୁ ହୋଇଛି। ସେ କିଛି ବର୍ଷ ହେବ କ-ର୍କ-ଟ-ରେ ପୀଡ଼ିତ ଥିବା ନେଇ କୁହାଯାଉଛି। 
ଚିକିତ୍ସାଧୀନ ଅବସ୍ଥାରେ ଭୈରବୀଙ୍କ ମୃ-ତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଅଭିନେତ୍ରୀଙ୍କ ମୃ-ତ୍ୟୁ ଖବର ପାଇବା ପରେ ଅଭିନୟ ଦୁନିଆରେ ଦୁଃଖର ବାର୍ତ୍ତା ଦେଖାଦେଇଛି। ତାଙ୍କ ସହ କାମ କରିଥିବା ଅଭିନେତା ଓ ଅଭିନେତ୍ରୀମାନେ ନିଜର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି।
Special report
ଭୈରବୀ ପାଖାପାଖି ୪୫ବର୍ଷ ହେବ ଚଳଚ୍ଚିତ୍ର ଜଗତରେ କାମ କରିଛନ୍ତି। ତାଙ୍କୁ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସିନେମା ‘ଚୋରୀ-ଚୋରୀ ଚୁପକେ ଚୁପକେ’ ରେ ଦେଖିବାକୁ ମିଳିଥିଲା। 
ଅଧିକାଂଶ ସମୟରେ ଭୈରବୀଙ୍କୁ ମା’ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ସେ ତାଙ୍କ ଅଭିନୟକୁ ଅତି ନିଖୁଣ ଓ ଜୀବନ୍ତ ଭାବେ ପ୍ରଦର୍ଶନ କରିଥାଆନ୍ତି। ଯାହା ଦର୍ଶକଙ୍କୁ ବାନ୍ଧି ରଖିଥାଏ।
Special report
ସେ ଗୁଜୁରାଟୀ, ହିନ୍ଦୀ ଫିଲ୍ମ ଏବଂ ଟିଭି ସୋରେ କାମ କରୁଥିଲେ। ଫ୍ୟାନ୍ସ ମାନେ ତାଙ୍କୁ ଶେଷ ଥର ପାଇଁ ‘ନିମା ଡେଞ୍ଜୋଗପା’ରେ ଦେଖିଥିଲେ। ହସରତେଁ ଏବଂ ମହୀସାଗର ପରି ଶୋରେ ଭୈରବୀଙ୍କ ଅଭିନୟକୁ ଲୋକେ ବେଶ ପସନ୍ଦ କରିଥିଲେ। 
ଐଶ୍ୱର୍ଯ୍ୟା ରାୟ, ଅନିଲ କପୁର ଏବଂ ଅକ୍ଷୟ ଖନ୍ନାଙ୍କ ଫିଲ୍ମ ‘ତାଲ’ରେ ଭୈରବୀ ବଲିଉଡରେ ଡେବ୍ୟୁ କରିଥିଲେ। ଏଥିରେ ସେ ଜାନକୀ ଭୂମିକାରେ ଅଭିନୟ କରିଥିଲେ ।
ସଲମାନଙ୍କ ଚୋରି ଚୋରି ଚୁପକେ ଚୁପକେରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭୈରବୀ ତାଙ୍କର ଦମଦାର ଆକ୍ଟିଂ ପାଇଁ ବେଶ ପରିଚିତ ଥିଲେ। ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Advertisement