Updated: May 2, 2024, 18:16 IST

ଟ୍ରେନ ପାର ହେଉଥିବା ବେଳେ ଘଟିଲା ଭୟଙ୍କର ଦୁ-ର୍ଘ-ଟ-ଣା ଦେଖନ୍ତୁ ଚାହୁଁ ଚାହୁଁ କଣ ହୋଇଗଲା ଏମିତି

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣାର ସୂଚନା ପାଉଥିବେ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ବନ୍ଧୁଗଣ ମରଣ ମୁହଁରୁ ବଞ୍ଚିଗଲେ ଯୁବକ। ଟ୍ରେନ୍ ଚକା ତଳେ ଗୁଣ୍ଡ ହୋଇଗଲା ବାଇକ୍। ଏହି ଛାତିଥରା ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର। ରେଳ ଫାଟକ ପଡ଼ିଥିବା ସତ୍ବେ ବାଇକ୍ ଚଳାଇ ରେଲୱେ କ୍ରସିଂ ପାର ହେଉଥିବା ବେଳେ ହଠାତ ଟ୍ରାକ୍ ଭିତରେ ଫସି ଯାଇଥିଲା ବାଇକ୍। 
Hj
ଆଉ ସେପଟେ ଟ୍ରେନ୍ ବି ଆସିଯିବାରୁ ଜୀବନ ବିକଳରେ ବାଇକ୍ ଛାଡ଼ି ପଛକୁ ଚାଲିଆସିବାରୁ ବଞ୍ଚିଗଲା ଯୁବକଙ୍କ ଜୀବନ। ସେପଟେ ବାଇକ ଟିକୁ ଘୋଷାଡି ନେଇ ଗୁଣ୍ଡ କରିଦେଲା ଟ୍ରେନ୍। ତେବେ ବନ୍ଧୁଗଣ ରେଳ ଫାଟକ ତଳେ ପଶି ଯିବା ହେଲା
କାଳ, ଅଳ୍ପକେ ରକ୍ଷା ପାଇଲା ଜୀବନ। ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଭିଡିଓ। ଏଭଳି ଦୃଶ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଫାଟକରେ। ଯାହାର ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। 
ବସ୍ତା ଦକ୍ଷିଣ ପୂର୍ବ ରେଳପଥର ଦକ୍ଷୀଣ କେବିନର ରେଳଫାଟକଟି ଟ୍ରେନ ପାଇଁ ବନ୍ଦ ଥିବାବେଳେ କିଛି ଅମାନିଆ ଲୋକ ଏହାକୁ ଖାତିର ନ କରି ବନ୍ଦ ଫାଟକ ତଳେ ଦେଇ ଯିବା ଆସିବା କରୁଥିବା ବେଳେ ଏହି ଅଘଟଣ ଘଟିଛି।
Hh
ବସ୍ତା ଅଂଚଳର ଏକ ଯୁବକ ବାଇକ ନେଇ ଯାଉଥିଲାବେଳେ ହଠାତ୍ ଆପ ଲାଇନରେ ଏକ ଦ୍ରୁତଗାମୀ ଯାତ୍ରୀବାହୀ ଟ୍ରେନ ଆସି ଯାଇଥିଲା। ଟ୍ରେନକୁ ଦେଖି ଯୁବକ ଜଣକ ନିଜର ଭାରସାମ୍ୟ ହରାଇ ରେଳ ଧାରଣାରେ ବାଇକ ଛାଡି଼ ପଳାଇ ନିଜର ଜୀବନ ବଞ୍ଚାଇ ଥିଲେ। 
ମାତ୍ର ଦ୍ରୁତ ଗତିରେ ଆସୁଥିବା ଟ୍ରେନଟି ବାଇକକୁ ଧକ୍କା ଦେଇ ପ୍ରାୟ ୧୦୦ମିଟର ଦୁରକୁ ଘୋଷାଡ଼ି ନେଇଥିଲା। ଟ୍ରେନ ଧକ୍କାରେ ବାଇକଟି ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି, ଯାହାର ଦୃଶ୍ୟ ସିସି ଟିଭିରେ କୟେଦ ହୋଇଥିଲା ବେଳେ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।
ତେବେ ଏକ ବଡ଼ ଧରଣର ଦୃର୍ଘଠଣା ଟଳିଯାଇଥିଲା। ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଂଚି ବାଇକଟିକୁ ଜବତ କରି ଏକ ମାମଲା ଋଜୁକରି ତଦନ୍ତ ଜାରୀ ରଖିଛି।

Advertisement