Updated: Sep 2, 2023, 11:45 IST

ମାତ୍ର ୫ ଟଙ୍କା ପାଇଁ ମାରିଲେ ଚାପୁଡ଼ା ଦେଖନ୍ତୁ ବନ୍ଦ ହେଇଗଲା ବସ ୫ ଘଣ୍ଟା ଅନ୍ତସନ୍ତ ହେଲେ ଯାତ୍ରୀ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକା ସମୟରେ ଲୋକେ କେତେ ଯେ ନିର୍ଦୋୟ ହୋଇ ଗଲେଣି ତାହା ଆପଣ ମାନେ ନିଶ୍ଚିତ ଜାଣିଥିବେ। କାରଣ ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯେଉଁଥିରୁ ପ୍ରମାଣିତ ହେଉଛି ଯେ ମନୁଷ୍ୟ ମାନବିକତା ହରାଇବାରେ ଲାଗିଛି।
ତେବେ ବନ୍ଧୁଗଣ ରାଜ୍ୟ ରାଜପଥ କେନ୍ଦ୍ରାପଡ଼ା ବାରୁଆ ଛକରେ ନାୟକ ନାମକ ବସ ଡ଼୍ରାଇଭରଙ୍କୁ ମାଡ଼ ମାରିବା ଅଭିଯୋଗରେ ରାସ୍ତା ଉପରେ ବସ ରଖି ପ୍ରତିବାଦ କଲେ ବସ ଡ଼୍ରାଇଭର ସଂଘର ସଦସ୍ୟ ମାନେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଗାଡି ଅଟକି ରହିଥିଲା।
Viral
ସୂଚନା ଅନୁଯାଇ ନାୟକ ନାମକ ବସ ବରମୁଣ୍ଡାରୁ କଟକ ଅଭିମୁଖେ ଯାଉଥିବା ସମୟରେ ବାରୁଆ ଛକରେ କିଛି ଅସାମାଜିକ ଯୁବକ ୫ ଟଙ୍କା ଭଡ଼ା ପଇସାକୁ କେନ୍ଦ୍ର କରି ଡ୍ରାଇଭରକୁ ମାଡ ମାରିବା ସହିତ ଯୁକ୍ତି କରିଥିବା ବସ ମହିଳା ଯାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
ଗାଡ଼ି ଡ଼୍ରାଇଭର ମାଡ଼ ଖାଇ ଆହତ ହେବା ପରେ ଡ଼୍ରାଇଭର ସଂଘକୁ ଜଣାଇଥିଲେ। ପରେ ସଂଘର ସଦସ୍ୟ ମାନେ ଆସି ବାରୁଆ ଛକରେ ଆସି ରାସ୍ତା ଉପରେ ବସ ରଖି ଅଭିଯୁକ୍ତଙ୍କୁ ଗିରଫ କରି ରାସ୍ତା ଅବରୋଧ କରିଥିଲେ। 
Viral
ତେବେ ଦୀର୍ଘ ୫ ଘଣ୍ଟା ସମୟ ରାସ୍ତା ବନ୍ଦ ରହିବା ପରେ ନିଘିରାଇ ଥାନା ଅଧିକାରୀ ଓ କେନ୍ଦ୍ରାପଡ଼ା ଏସଡିପିଓ ସମେତ ଅତିରିକ୍ତ ତହସିଲଦାର ଅଶୋକ ବେହେରା ଉକ୍ତ ଜନସାଧରଣ ଓ ଡ଼୍ରାଇଭର ସଂଘ ସହିତ ଘଟଣାସ୍ଥଳରେ ପହଞ୍ଚି ଡ଼୍ରାଇଭର ମାନଙ୍କୁ ବୁଝାସୁଝା କରିଥିଲେ।
ଆହାତ ଡ଼୍ରାଇଭର ଠାରୁ ଲିଖିତ ଅଭିଯୋଗ ନେଇ ସାତ ଦିନ ମଧ୍ୟରେ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଡ଼୍ରାଇଭର ସଂଘର ସଦସ୍ୟ ମାନେ ରାସ୍ତା ଅବରୋଧକୁ ହଟାଇଥିଲେ। 
ଦୀର୍ଘ ୫ ଘଣ୍ଟା ସମୟ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିବାରୁ ଗାଡିରୁ ଓହ୍ଲାଇ ସହ ସହ ଯାତ୍ରୀ ଚାଲିକି ଯିବାର ଦେଖିବାକୁ ମିଳିଛି।
ତେବେ ସାମାନ୍ୟ କଥାରେ ଯୁକ୍ତିତର୍କ ପରେ ଡ଼୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ରାସ୍ତା ଅବରୋଧ ହେବା ଫଳରେ ସାଧାରଣ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement