ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବାଲେଶ୍ଵର ଜିଲ୍ଲା ନୀଳଗିରି ର ମିତ୍ର ପୁର ଅଞ୍ଚଳ ରେ ସେ-କ୍ସ୍ ରାକେଟ ର ପର୍ଦ୍ଦାଫାଶ କରିଛି ପୋଲିସ।ତେବେ ମିତ୍ର ପୁର ରେ ଦୁଇ ଜଣ ଅଚିହ୍ନା ଯୁବକ ଘୁରି ବୁଲୁଥିବାର ଦେଖି ସେମାନଙ୍କ ଉପରେ ସ୍ଥାନୀୟ ଲୋକମାନେ ନଜର ରଖିଥିଲେ।
ପରେ ସେମାନେ ସେ-କ୍ସ୍ କାରବାର ପାଇଁ ଆସିଥିବା ଜଣାପଡିବାରୁ ଗ୍ରାମବାସୀ ମାନେ ଦୁଇ ଜଣ ଯୁବକ ଙ୍କୁ ଅଟକ ରଖିବା ସହିତ ଗଛ ରେ ବାନ୍ଧି ଦେଇ ବହୁତ ମାରିଥିଲେ।
ତେଣୁ ଏ ସମ୍ପର୍କ ରେ ନୀଳଗିରି ପୋଲିସ ଖବର ପାଇବା ପରେ ଦୁଇ ଜଣ ଯୁବତୀ ଏବଂ ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରି ଥାନା କୁ ଆଣିଥିଲେ।ଆଉ ବିଭିନ୍ନ ଦିଗ କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଘଟଣାର ସତ୍ୟତା ଜଣାପଡିଥିଲା।
ଯାହାକି ପୋଲିସ ଜାଣିବାକୁ ପାଇଛି ଯେ ଦୀର୍ଘ ଦିନ ଧରି ଘରର ମାଲିକ ଓ ମାଲିକାଣୀ ଙ୍କ ସହାୟତା ରେ ଏଠାରେ ଦେ-ହ ବ୍ୟାପାର ଚାଲିଥିଲା।ତେବେ ଏହି କାରବାର ରେ ରାଣୀ ମହୁମାଛି ଗରାଖ ଙ୍କ ଠାରୁ ବେଶ୍ ମୋଟା ଅଙ୍କର ରୋଜଗାର କରୁଥିଲେ।
ସେପଟେ ଧରା ପଡ଼ିଥିବା ଦୁଇ ଜଣ ଯୁବତୀ ଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଉଦଳା ଅଞ୍ଚଳ ର ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଜଣଙ୍କ ଭୁବନେଶ୍ବର ର ଅଟନ୍ତି।ଅନ୍ୟପଟେ ଦୁଇ ଜଣ ଯୁବକ ଙ୍କ ମଧ୍ୟରୁ ଜଣଙ୍କ ଘର ଉଦଳା ଅଞ୍ଚଳ ରେ ହୋଇଥିବା ବେଳେ ଅନ୍ୟ ଜଣ ଯୁବକ ବାଲେଶ୍ଵର ଜିଲ୍ଲା ରେ ରୁହନ୍ତି ବୋଲି ଜଣାପଡିଛି।
ତେଣୁ ବର୍ତମାନ ପୋଲିସ ପାଞ୍ଚ ଜଣଙ୍କୁ ପଚରାଉଚରା କରିବା ପରେ ରାଣୀ ମହୁମାଛି ସମେତ ଦୁଇ ଜଣ ଗରାଖ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜଣାପଡିଛି।
ଆଉ ଦୁଇ ଜଣ ଯୁବତୀଙ୍କୁ ସୁଧାର ଗୃହ କୁ ପଠା ଯାଇଥିବା ବେଳେ ଏହି କାର୍ଯ୍ୟ ରେ ନିୟୋଜିତ ଥିବା ତିନୋଟି ବାଇକ ସହିତ ଗୋଟିଏ କାର କୁ ଜବତ କରିଛି ପୋଲିସ।