Updated: Aug 29, 2023, 15:20 IST

କେତେ ଖୁସି ରେ ଝିଅ କୁ ବାହା କରିଥିଲେ ବାପା ମା, ହେଲେ ସାମାନ୍ୟ ଯୌତୁକ ପାଇଁ ୨ ମାସ ରେ କଷ୍ଟ ଦେଇ ଦେଇ ଜୀବନ ନେଇଗଲେ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାହାଘର ର ମାତ୍ର ଦୁଇ ମାସ ପରେ ହିଁ ଜଣେ କନ୍ୟା କୁ ମାରି ଦିଆ ଯାଇଛି। ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ରକ୍ଷା କରି ପାରିଲେ ନାହିଁ। ଯେଉଁ ହାତ ଧରି ବିବାହ କରି ସେ ସେହି ଘରକୁ ଯାଇଥିଲେ ସେହି ହାତ ହିଁ ତାଙ୍କ ପାଇଁ କାଳ ପାଲଟି ଯାଇଥିଲା।
ନିଜ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖି ସାରିବା ପରେ ଅନ୍ୟ ଝିଅ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଏହି ସ୍ୱାମୀ ଜଣକ। ଯେତେବେଳେ ସେ ଅଟକାଇଲେ ସେତେବେଳେ ତାଙ୍କୁ ଦିଆଗଲା ଯୌତୁକ ନିର୍ଯାତନା।
Viral news
ସେ ତାଙ୍କର ବାପା ମାଆ ଙ୍କ ନିକଟରେ ବେଶ ଭଲରେ ଥିଲେ ହେଲେ ସେ ବାହା ହୋଇ ସଂପୂର୍ଣ୍ଣ ଭାବରେ ଭୁଲ କରିଦେଲେ। ତାଙ୍କର ଶାଶୁ ଘର ଲୋକଙ୍କର ଯୌତୁକ ପ୍ରତି ଲୋଭ ଥିବା ବେଳେ ତାଙ୍କର ସ୍ଵାମୀ ଙ୍କ ଲୋଭ ଥିଲା ଅନ୍ୟ ସ୍ତ୍ରୀ ମାନଙ୍କ ପ୍ରତି। ଆଉ ଏହା ଏହି ନବବିବାହିତା ମହିଳାଙ୍କ ଜୀବନ ଯିବାର କାରଣ ପାଲଟିଲା।
ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ରେ। ବାହାଘର କୁ ମାତ୍ର ଦୁଇ ମାସ ହୋଇଥିଲା।
Viral
ବାହାଘର ର ଖୁସୀ ମନ ରୁ ନ ଲିଭୁଣୁ ଜୀବନ ଦୀପ ଲିଭି ଯାଇଛି। ଖବର ମୁତାବକ ରାଉରକେଲା, ପାନପୋଷ ଅଞ୍ଚଳର ଆଟିଆଇ ଛକର ବାସିନ୍ଦା ରଶ୍ମୀ ରାଣୀ ଲାକ୍ରା ,
ଗତ ଜୁନ ମାସରେ ଭୁବନେଶ୍ୱର ର ୟୁନିଟ ୨ ରେ ରହୁଥିବା ଗୌରୀ ଶଙ୍କର ଦଳେଇକୁ ବୈଦିକ ରୀତି ନୀତି ଅନୁସାରେ ବିବାହ କରିଥିଲେ। ବାହାଘର ପୂରା ଧୁମଧାମ ରେ ହୋଇଥିଲା। ବାହାଘରରେ ଝିଅ କୁ ସୁନା ଗହଣା ସମେତ ସମସ୍ତ ଜିନିଷ ପତ୍ର ଦେଇଥିଲେ ଝିଅ ଘର ଲୋକ।
ବିବାହ ପରେ ଉଭୟ ବାଙ୍ଗାଲୋର ଚାଲି ଯାଇଥିଲେ। ହେଲେ ସେଠାରେ ତାଙ୍କର ସ୍ତ୍ରୀ ଙ୍କ ଭାଗ୍ୟ କାଳ ପାଲଟି ଯାଇଥିଲା। ଗାଁ ରେ ଏବଂ ବାଙ୍ଗାଲୋର ରେ ଏକ ଫ୍ଲାଟ୍ କିଣିଦେବା ପାଇଁ ପୁଅ ଘର ଲୋକ ଜିଦ୍ କରିଥିଲେ ପୁଅ ଗୌରୀ ମଧ୍ୟ ତାଙ୍କର ଘର ଲୋକଙ୍କ ସାଥ ଦେଇଥିଲେ।
ଖାଲି ସେତିକି ନୁହେଁ ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ମଧ୍ୟ ରଖିଥିଲେ। ଏକଥା ଫୋନ୍ ଦ୍ବାରା ସେ ତାଙ୍କ ଘର ଲୋକଙ୍କୁ ଜଣାଇ ଥିଲେ। ଆଉ ଯେତେବେଳେ ଅସହାୟ ହେଲା ସେତେବେଳେ ସେ ତାଙ୍କର ଜୀବନ ହାରି ଦେଲେ।

Advertisement