Updated: Mar 14, 2024, 18:12 IST

ଏମିତି ଏକ ସ୍ଥାନ ଯେଉଁଠି ଏକା ସାଙ୍ଗରେ କରା ଯାଇଥିଲା ୧୦୦୦ ଭାରତୀୟଙ୍କୁ ହତ୍ୟା - Exclusive

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଅନେକ କିଛି ଖବର ଜାଣିପାରିବେ । ଇଂରେଜମାନେ ଶାସନ କରିବା କଥା ତ ଆପଣମାନେ ସମସ୍ତେ ଜାଣିଥିବେ ।
ଇଂରେଜମାନେ ଅନେକ ଭାରତୀୟଙ୍କ ହ-ତ୍ୟା କରିଛନ୍ତି । ଆଉ ଏବେ ଏହାକୁ ନେଇ କିଛି ଖବର ଆସିଛି । ୧୩ ଏପ୍ରିଲ ୧୯୧୯ ମସିହା ପଞ୍ଜାବର ଅମୃତସର ଠାରେ ଏକାକୀ ବୈଶାଖୀ ପର୍ବ ପାଳନ ହୋଇଥିଲା ।
Viral
ଆଉ ଏହି ପର୍ବରେ ଅନେକ ଲୋକ ଏକତ୍ରିତ ହୋଇଥିଲେ । ଏହି ସମୟରେ ଏକାକୀ ୧୦୦୦ ରୁ ଅଧିକ ଲୋକଙ୍କର ମୃ-ତ୍ୟୁ ହୋଇଥିଲା । ଏହାକୁ ସମସ୍ତେ ଜାଲିୱାନାବାଗ ହ-ତ୍ୟାକାଣ୍ଡ ଭାବରେ ଜାଣନ୍ତି । ମନରେ ପ୍ରଶ୍ନ ଆସିଥାଏ କି କଣ ଥିଲା ଏହି ହ-ତ୍ୟାକାଣ୍ଡ ?
କିପରି ୧୦୦୦ ରୁ ଅଧିକ ଭାରତୀୟଙ୍କ ଜୀବନ ଯାଇଥିଲା ? ଏହିସବୁ ପ୍ରଶ୍ନର ଉତ୍ତର ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ୧୯୧୪ ମସିହାରୁ ୧୯୧୮ ମସିହା ଯାଏଁ ପ୍ରଥମ ବିଶ୍ଵଯୁଦ୍ଧ ହୋଇଥିଲା । 
Viral
ସେହି ସମୟରେ ଭାରତର ଗୋଟିଏ ଦାବି ରହିଥିଲା ଯାହା ହେଉଛି ଭାରତକୁ ସ୍ଵାଧୀନତା ଦରକାର ଆଉ ଭାରତ ନିଜେ ନିଜକୁ ଶାସନ କରିବ । ଆଉ ବ୍ରିଟିଶମାନେ ଏହାର ଫାଇଦା ଉଠାଇଥିଲେ ।
ବ୍ରିଟିଶରମାନେ କହିଥିଲେ ଏହି ବିଶ୍ୱଯୁଦ୍ଧରେ ଜିତିବାକୁ ଭାରତ ତାଙ୍କୁ ସାହାଯ୍ୟ କରୁ ଆଉ ଏହାପରେ ଯୁଦ୍ଧ ଜିତିଲେ ସେ ଏହି କଥାର ସମାଧାନ କରିବେ । ଭାରତୀୟମାନେ ବ୍ରିଟିଶରଙ୍କ କଥାକୁ ବିଶ୍ବାସ କରି ନେଇଥିଲେ । ଯୁଦ୍ଧରେ ବ୍ରିଟିଶରମାନେ ଜିତିଗଲେ ଆଉ ଏହି କଥା ଭୁଲିଗଲେ । ଏହାପରେ ବ୍ରିଟିଶମାନେ ଏକ କଡା ନିୟମ ଲାଗୁ କରିଥିଲେ । 
ପଞ୍ଜାବର ଅମୃତସର ଠାରେ ବୈଶାଖୀ ପର୍ବ ପାଳନ ହେଉଥିଲା । ଆଉ ଏହି ପର୍ବରେ ପଡ଼ିଆରେ ଅନେକ ଭାରତୀୟ ଏକାଠି ହୋଇଥିଲେ ଆଉ ତାଙ୍କୁ ଦେଖି ବ୍ରିଟିଶର ଭାବିଥିଲେ କି ସେମାନେ ତାଙ୍କ ବିଷୟରେ କଥା ହେଉଛନ୍ତି । ଆଉ ଏହି କଥା ପରେ ଜେନେରାଲ ଡାୟାର ୯୦ ଜଣ ସୈନିକଙ୍କୁ ଧରି ସେଠାରେ ପହଞ୍ଚିଥିଲେ ।
ହଠାତ୍ ଗୁଳି କରିଥିଲେ ଏହି ସୈନ୍ୟମାନେ । ୯୦ ବନ୍ଧୁକରୁ ୧୬୦୦ ରାଉଣ୍ଡ ଗୁଳି ଚଳା ଯାଇଥିଲା । ଏହାକୁ ଭାରତୀୟମାନେ କେବେବି ଭୁଲି ପାରିବେ ନାହିଁ । ସେହି ଘଟଣା ପରେ ସହିଦ ହୋଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଏହି ପଡ଼ିଆରେ ଏକ ସ୍ମୃତି ସ୍ତମ୍ଭ କରାଯାଇଛି ।

Advertisement