ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାକିସ୍ତାନ ଜିନ୍ଦାବାଦ କହି ସ୍ଲୋଗାନ ଦେଉଥିଲେ ସ୍କୁଲ ଛାତ୍ର। ହାତରେ ତ୍ରିରଙ୍ଗା ପତାକା ଧରିଥିଲେ ଆଉ ପାକିସ୍ତାନ ଜିନ୍ଦାବାଦ କହି ସ୍ଲୋଗାନ ଦେଉଥିଲେ। ଯାହାର ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ବିଦ୍ୟାଳୟ ଭିତରେ ଚାଲିଥାଏ ଅଗଷ୍ଟ ୧୫ ଆଉ ବିଦ୍ୟାଳୟ ବାହାରେ ଚାଲିଥାଏ ପାକିସ୍ତାନ ଜିନ୍ଦାବାଦ। ଏହା ଶୁଣିଲେ ଆପଣ ମାନେ ମଧ୍ୟ ରାଗରେ ଉତ୍ୟକ୍ତ ହୋଇଯିବେ।
ହେଲେ ଏହି ନାରା ଯେଉଁମାନେ ଦେଉଛନ୍ତି ତାହା ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଏହିପରି କିଛି ନାରା ଦେଉଛନ୍ତି ସରକାରୀ ବିଦ୍ୟାଳୟର ଛାତ୍ରମାନେ। ସେପୁଣି ତାଙ୍କର ସ୍କୁଲ ୟୁନିଫର୍ମ ରେ। ଅଗଷ୍ଟ ୧୫ ଦିନ ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ଜୟ କହି ବୁଲିବା ବଦଳରେ ତାଙ୍କ ଭିତରୁ କିଛି ପିଲା ପାକିସ୍ତାନ ଜୟ ଜୟ କହି ନାରା ଦେଉଥିଲେ। ଯାହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଏହାକୁ ନେଇ ପ୍ରଶ୍ନ ଉଠିଛି କି ପିଲା ମାନଙ୍କୁ ପାକିସ୍ତାନ ନାରା ଦେବାକୁ କିଏ ବାଧ୍ୟ କରିଥିଲା ନା ନିଜେ ପିଲାମାନେ ଏମିତି କରିଛନ୍ତି। ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡି ପାରି ନାହିଁ। ଯାହାକୁ ନେଇ ପ୍ରଧାନ ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ଚିଠି ମଧ୍ୟ ଲେଖିଥିଲେ। ଏହାର ତଦନ୍ତ ପରେ ଯାହା ସାମ୍ନାକୁ ଆସିଲା ତାହା ଜାଣିବା ପରେ ସ୍କୁଲ ର ସମସ୍ତ ଶିକ୍ଷକଙ୍କ ମୁହଁ ବନ୍ଦ ହୋଇ ଯାଇଥିଲା।
ଏହିପରି ଘଟଣା ଦେଖିବାକୁ ମିଳିଛି ତେଣ୍ଡାକୁଡ଼ା ସ୍ଥିତ ଫଜଲ୍ ହକ ସରକାରୀ ବିଦ୍ୟାଳୟରେ। ଗତ ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଦିବସ ସମୟରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ସମୟରେ କିଛି ଛାତ୍ର ଭାରତ ମାତା କି ଜୟ କହୁଥିବା ବଦଳରେ ଆଉ କିଛି ଛାତ୍ର ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ। ଏହାପରେ ଏନେଇ ଦିଲ୍ଲୀପ କୁମାର ସ୍ବାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଅଧିକାରୀଙ୍କୁ ଚିଠି ଲେଖିଥିଲେ ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି।