ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
ଦାଦନ ର ଏ ଭୟଙ୍କର ଚିତ୍ର ବୋଧେ ଦେଖାଇବା ଅସମ୍ଭବ ନା ଏହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନା ଏ ଭଳି ଦୁଃଖ କୁ ସହିହେବ।କାରଣ ଦୁଃଖ ନୁହେତ ଏଠି ସିଧା ଯାଉଛି ଜୀବନ। କେଉଁଠି ମୃ-ତ୍ୟୁ ତ କଉଠି ଗୁରୁତର। ଗତ ୪ଦିନ ଭିତରେ କନ୍ଧମାଳ ଜିଲ୍ଲାର ଦୁଇଜଣ ଦାଦନ ଯୁବକଙ୍କ ମୃ-ତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଜଣ ଯୁବକ ସଙ୍କଟାପନ୍ନ ଅବସ୍ଥାରେ ଜୀବନସହ ସଂଘର୍ଷ କରୁଛନ୍ତି । କେରଳର ଏକ କମ୍ପାନୀରେ ଜି ଉଦୟଗିରି ବ୍ଲକ ସେକି ଗ୍ରାମର ବିକ୍ରମ ପ୍ରଧାନ କାମ କରୁଥିଲାବେଳେ ବଏଲର୍ ବା ଗ୍ୟାସ ଟାଙ୍କି ବିଷ୍ଫରଣରେ ଟଙ୍କାର ଘଟଣା ସ୍ଥଳରେହିଁ ତାଙ୍କର ମୃ-ତ୍ୟୁ ଘଟିଛି।
ଆଉ ଅନ୍ୟ ଦୁଇଜଣ ଯୁବକ ମାନସ ପ୍ରଧାନ ଓ ବାର ପ୍ରଧାନ ମଧ୍ୟ ସେହି ବିସ୍ଫୋରଣରେ ଗୁରୁତର ଆହତ ହୋଇ କେରଳରେ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ରହିବା ସହ ଶରୀର ଅଧିକାଂଶ ଭାଗ ଜଳିଯାଇଛି।ମୃ-ତ ବିକ୍ରମଙ୍କ ଶରୀର ଅଣା ଯାଇଥିଲା ବେଳେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ମୃତ ବିକ୍ରମ ୪ ମାସ ପୂର୍ବେ କେରଳର ଏର୍ଣକୁଲମ୍ ଜିଲ୍ଲାର ଏ ଡି ଆର ସ୍ଥିତ ଏକ ଘୋରୋଇ କମ୍ପାନୀରେ ଦାଦନ ଭାବେ କାମ କରିବାକୁ ଯାଇଥିଲେ।
କିନ୍ତୁ ଭାଗ୍ୟର ବିଡମ୍ବନା ଯେ ବିକ୍ରମ ୪ମାସ ପୂର୍ବରୁ ବିବାହ କରିଥିଲେ।ରୋଜଗାର ଆଶାରେ ତାଙ୍କ ପତ୍ନୀ ଙ୍କୁ ଘରେ ଛାଡି ଦେଇ କେରଳ ପଳାଇଥିଲେ ।ସେହିପରି ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ସୋନପୁର ପଞ୍ଚାୟତ ସତୁଙ୍ଗିଆ ଗ୍ରାମର ମଣ୍ଟୁ ପ୍ରଧାନ ମଧ୍ୟ ଦାଦନ ପାଇଁ କେରଳ ଅଭିମୁଖେ ଯାତ୍ରା କରୁଥିଲା ବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟବର୍ତ୍ତୀ ଇଲାକାରେ ବସଟି ଦୁ-ର୍ଘ-ଟଣା ଘଟିଥିଲା।
ଆଉ ସେହି ବସଦୁର୍ଘଟଣାରେ ମଣ୍ଟୁ ପ୍ରଧାନ ଙ୍କ ଘଟଣା ସ୍ଥଳରେ ପ୍ରାଣ ଚାଲିଯାଇଥିଲା । ଘରର ସାନ ପୁଅ ଥିବା ମଣ୍ଟୁ ପ୍ରଧାନ ରୋଜଗାର ଆଶାରେ କେରଳ ଯାଉଥିବା ବେଳେ ଅଧ ରାସ୍ତା ରେ ପ୍ରାଣ ହରାଇଛନ୍ତି ।ଉଭୟ ଯୁବକଙ୍କ ମୃ-ତ୍ୟୁ ପରେ ପରିବାର ଲୋକେ ଭଙ୍ଗିପଡ଼ିଛନ୍ତି। ଅନ୍ୟପଟେ ପୀଡିତ ପରିବାର କୁ ପ୍ରଶାସନ ତରଫରୁ କ୍ଷତିପୂରଣ ଯୋଗାଇଦେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି।