Mar 13, 2025, 11:31 IST

ଉତ୍ତମଙ୍କ କଥା ମାନିବେ ସୁଟିଂ ପରେ ଲଣ୍ତା ହେବେ ବାବୁସାନ୍...

Gg

ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ୍ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଏବେ ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ବାବୁଶାନ୍ ମହାନ୍ତିଙ୍କୁ ନେଇ ଆସିଥିବା ଖବର ପାଇପାରିବେ । ବାପାର ଦେହାନ୍ତ ହେଲେ ତାଙ୍କର ଦଶାହ ଆଉ ଏକଦଶାହ କାମ ବେଳକୁ ପୁଅ ମୁଣ୍ଡନ ହୋଇଥାଏ । କିନ୍ତୁ ଅଭିନେତା ଉତ୍ତମ ମହାନ୍ତିଙ୍କର ଦେହାନ୍ତର ସବୁ କର୍ମ ସରିଯାଇଛି କିନ୍ତୁ ବାବୁଶାନ୍ ମୁଣ୍ଡନ ହୋଇ ନାହାଁନ୍ତି । ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଆସୁଛି ।
Vv
ଏବେ ବାବୁଶାନ୍ କାହିଁକି ମୁଣ୍ଡନ ହେଲେ ନାହିଁ ଏନେଇ ବିବାଦ ଚାଲିଛି । ପିତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ବାବୁସାନଙ୍କ ଏ ନିଷ୍ପତ୍ତିକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ବାବୁଙ୍କ ସମ୍ପର୍କୀୟ ଅଭିନେତା ରବି କହିଲେ ସିନେମା ସରିବା ପରେ ବାବୁଶାନ୍ ଲଣ୍ଡା ହେବେ । ଉତ୍ତମ ମହାନ୍ତି କହିଥିଲେ ପ୍ରଥମେ ରାଜଧର୍ମ ତାପରେ ପିତୃଧର୍ମ । ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ବାବୁଶାନ୍ କାହିଁକି ଲଣ୍ଡା ହେଲେ ନାହିଁ ଏନେଇ ଏବେ ସବୁଠି ପ୍ରଶ୍ନ ଆସୁଛି । ଆସନ୍ତା ରଜରେ ବାବୁଶାନ୍ ମହାନ୍ତିଙ୍କର ଏକ ସିନେମା ରିଲିଜ୍ ହେବାକୁ ଯାଉଛି । 
Gg
ଅଭିନେତା ରବି ମିଶ୍ର କହିଛନ୍ତି ବାବୁଶାନ୍ ମହାନ୍ତିଙ୍କ ଅଭିନୀତ ଫିଲ୍ମ ରଜରେ ରିଲିଜ୍ ହେବାକୁ ଯାଉଛି । ଆଉ ସେ ଲଣ୍ଡା ହେଲେ ଫିଲ୍ମ୍ ଉପରେ ଏହା ପ୍ରଭାବ ପକାଇବ । ସେଥିପାଇଁ ସେ ଲଣ୍ଡା ହୋଇ ନାହାଁନ୍ତି । ସିନେମା ସରିବା ପରେ ତ୍ରିବେଣୀ ସଙ୍ଗମ ଯାଇ ସେ ମୁଣ୍ଡନ ହେବେ ବୋଲି କହିଛନ୍ତି । ପ୍ରଥମେ ରାଜଧର୍ମ ଆଉ ତାପରେ ପିତୃଧର୍ମ ବୋଲି ଉତ୍ତମ ମହାନ୍ତି କହିଥିଲେ । ଆଉ ଏହାକୁ ପାଳନ କରିବେ ଅଭିନେତା ବାବୁଶାନ୍ ମହାନ୍ତି । ତାଙ୍କର ରଜରେ ନୂଆ ଫିଲ୍ମ ଆସିବାକୁ ଯାଉଛି । 
ପିତୃପୁରୁଷଙ୍କ ଦଶାହ ଏବଂ ଏକଦଶାହ କର୍ମରେ ଲଣ୍ଡା ନହେଲେ କଣ ହୁଏ ଏହାକୁ ନେଇ ଏବେ ପ୍ରଶ୍ନ ଆସୁଥିବା ବେଳେ ବାବୁଶାନଙ୍କ କାମକୁ ନେଇ ଅନେକ ମନ୍ତବ୍ୟ ଆସୁଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା କରିବା ଉଚିତ୍ ଯେଉଁମାନେ ଏହା କରନ୍ତି ନାହିଁ ତାଙ୍କ ଉପରେ ପ୍ରେତ ଦୋଷ ରହିଥାଏ । ତାଙ୍କର ପବିତ୍ର କାରଣ ହୋଇନଥାଏ । ଆଉ ଏହି ସମୟରେ ପବିତ୍ର ନହେଲେ ସେମାନେ କିଛି ଶୁଭ କାମ କରିପାରିବେ ନାହିଁ । ସେଥିପାଇଁ ମୁଣ୍ଡନ ସଂସ୍କାର କରାଯାଇଥାଏ । ଆଉ ପୁରୀ ପଣ୍ଡା କହିଛନ୍ତି ତ୍ରିବେଣୀ ସଙ୍ଗମରେ ବି ଲଣ୍ଡା ହୋଇଥାନ୍ତି । ଆଉ ଏହି ମୁଣ୍ଡନ କରିବା ହେଉଛି ବ୍ୟକ୍ତିଗତ କଥା ।

Advertisement