ଆଜିକାଲି ଦୁନିଆରେ ଆପଣମାନେ ପ୍ରାୟ ଘଟଣା ପ୍ରେମକୁ ନେଇ ଆସୁଥିବାର ଦେଖିବେ । ପ୍ରେମକୁ ନେଇ ଅନେକ ଘଟଣା ଘଟାଇ ଦେଉଛନ୍ତି ପ୍ରେମିକ ଆଉ ପ୍ରେମିକା । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯେଉଁ ଘଟଣା ବିଷୟରେ ଜାଣିବେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମ ପାଇଁ ଚାଲିଗଲା ପୁଣି ଗୋଟିଏ ଜୀବନ । ପାଗଳ ପ୍ରେମିକ ନେଇଗଲା ପ୍ରେମିକାର ଜୀବନ । ଘରେ କେହି ନଥିବା ବେଳେ ପ୍ରେମିକା ଘରକୁ ପଶି ତାକୁ ହାଣି ଦେଇଛି ଏହି ପାଗଳ ପ୍ରେମିକ ଜଣକ ।

ଏହି ପାଗଳ ପ୍ରେମିକ ଜଣକ ପ୍ରେମିକା ଜଣଙ୍କୁ ପ୍ରେମ ନିବେଦନ କରିଲେ କିନ୍ତୁ ପ୍ରେମିକ ଜଣକ ପ୍ରେମ କରିବାକୁ ମନା କରିବାରୁ ଏଭଳି କିଛି କରିଲା ଏହି ନୃଶଂସ ପ୍ରେମିକ । ଘରେ କେହି ନଥିବା ବେଳେ ଘରେ ପଶି ଜବରଦସ୍ତି ଗଳା କାଟି ଦେଲା ପ୍ରେମିକ । ଘର ସାରା ବୋହିଲା ରକ୍ତର ଧାର । ପରିବାର ଲୋକେ ପହଞ୍ଚିବା ପରେ ସେହି ନୃଶଂସ ପ୍ରେମିକ ଜଣକ ସେଠାରୁ ଦୌଡ଼ି ପଳାଇଗଲେ । ଲୋକମାନେ ଝିଅଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମେଡିକାଲ ନେବା ବେଳେ ଅଧା ବାଟରେ ଝିଅର ଜୀବନ ଚାଲିଗଲା ।

ପ୍ରେମ କରିବାକୁ ଯୁବତୀ ଜଣକ ରାଜି ନ ହେବାରୁ ପାଗଳ ପ୍ରେମିକ ଘଟାଇଛି ଏଭଳି ବିଭତ୍ସ ହ-ତ୍ୟାକାଣ୍ଡ । ପରିବାର ଲୋକେ ଯୁବତୀ ଜଣଙ୍କୁ ମେଡିକାଲ ନେଉଥିବା ବେଳର ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ଅଞ୍ଚଳ । ଗାଁ ଦାଣ୍ଡ ଏବେ ପରିବାରଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି । ଏକ ତରଫା ପ୍ରେମ ପାଇଁ ପ୍ରେମିକ ପାଲଟିଗଲା ନୃଶଂସ । ଆଉ ଘଟାଇଲା ଏଭଳି କାଣ୍ଡ । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲାରେ ଘଟିଛି ।
ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଲିଙ୍ଗପଡ଼ା ଅଞ୍ଚଳରେ । ଯୁବତୀଙ୍କ ଘରେ ପଶି ତାଙ୍କୁ ହ-ତ୍ୟା କରିଲା ଯୁବକ । ଯୁବତୀ ଜଣକ ନିଜକୁ ବଞ୍ଚାଇବାକୁ ଯେତେ ବି ଚିତ୍କାର କରିଲେ ମଧ୍ୟ ଯୁବକ ଜଣକ ଶୁଣି ନଥିଲେ । ଏହି ଯୁବତୀ ଜଣକ ହେଉଛନ୍ତି ଜ୍ୟୋତିର୍ମୟୀ ରଣା । ଜ୍ୟୋତିର୍ମୟୀଙ୍କୁ କିଛିଦିନ ହେବ ପ୍ରେମ ପାଇଁ ହଇରାଣ କରୁଥିଲେ ଏହି ଯୁବକ ଜଣକ । ଆଉ ଯୁବତୀ ଜଣକ ସୋର ଥାନାରେ ଏହି ଯୁବକ ଜଣକ ନାଁରେ ଏଭିଯୋଗ କରିଥିଲେ । ଏହି ଘଟଣା ପ୍ରେମକୁ ନେଇ ଘଟିଛି ବୋଲି ଜଣାପଡିଛି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।