Apr 26, 2024, 07:39 IST

କିଏ ଏହି ପାକିସ୍ତାନୀ ଝିଅ ଯାହାର ଚର୍ଚ୍ଚା ଭାରତ ରେ..ଏହି ଝିଅ ଦେହ ରେ ଲାଗିଚି ଭାରତୀୟ ଯୁବକ ର ହୃଦୟ

Nn

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାକିସ୍ତାନୀ ଯୁବତୀଙ୍କ ଦେହରେ ଲାଗିଲା ଭାରତୀୟଙ୍କ ହୃଦୟ। ଭୁଲିଗଲେ ପ୍ରତିଶୋଧ ହୃଦୟ ଦେଇ ବଞ୍ଚାଇଲେ ଜୀବନ। ଯେଉଁ ଦେଶ ସବୁବେଳେ ଭାରତୀୟଙ୍କୁ
ଆକ୍ରମଣ କରିବା ପାଇଁ କୌଣସି ସୁଯୋଗ କୁ ହାତଛଡ଼ା କରି ନଥାଏ ସେହି ଶତ୍ରୁ ଦେଶକୁ ଏବେ ଜୀବନ ଦେଇଛି ଭାରତ। ପାକିସ୍ଥାନୀ ଯୁବତୀଙ୍କ ଦେହରେ ଲାଗି ଯାଇଛି ଭାରତୀୟଙ୍କ ହୃଦୟ। ସେଥପାଇଁ ଏବେ ଗୋଟେ ଯୁବତୀଙ୍କ ଜୀବନ ବଞ୍ଚି ଯାଇଛି।
Jj
ପାକିସ୍ତାନ ର କରାଚି ଠାରେ ରହୁଥିବା ଜଣେ ଯୁବତୀଙ୍କ ସମସ୍ୟା ଥିଲା। ଏଥି ସହ ତାଙ୍କର ହୃଦୟ ପ୍ରତିରୋପଣ ପାଇଁ ଏକମାତ୍ର ବାଟ ଥିବା କହିଥିଲେ ଡ଼ାକ୍ତର। ସେଥିପାଇଁ ଅପରେସନ କୁ ଦରକାର୍ ଥିଲା
୩୫ ଲକ୍ଷ୍ୟ ଟଙ୍କା ହେଲେ ପରିବାର ଲୋକଙ୍କ ନିକଟରେ ଏତେ ଟଙ୍କା ନଥିବା କାରଣରୁ ଶେଷରେ ଡ଼ାକ୍ତର ଓ ଏକ ଟ୍ରଷ୍ଟ ର ସାହଯ୍ୟ ନେଇଥିଲେ ଯୁବତୀଙ୍କ ପରିବାର। ଏଥିରୁ ତାଙ୍କୁ ନୁଆ ଜୀବନ ମିଳିଥିବା ଜଣା ପଡ଼ିଛି।
ଏହି ଯୁବତୀଙ୍କ ନାମ ହେଉଛି ଆୟେଶା। ସେ ହୃଦ ରୋଗରେ ପୀଡିତ ଥିବା ବେଳେ ପରିବାର ଲୋକେ ତାଙ୍କୁ ଚେନ୍ନାଇ ର ଏକ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ। ଏଥିରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଖରାପ
Yu
ହେବାରୁ ହୃଦୟ ପ୍ରତିରୋପଣ ହିଁ ଏକମାତ୍ର ବାଟ ବୋଲି ଡ଼ାକ୍ତର କହିଥିଲେ। ହେଲେ ପରିବାର ଲୋକେ ଅସମର୍ଥ ଥିବାରୁ ସେମାନେ ୩୫ ଲକ୍ଷ ଟଙ୍କା ଦେଇ ପାରି ନଥିଲେ। ଏହାପରେ ପ୍ରତିରୋପଣ ପାଇଁ ହାର୍ଟ ଖୋଜା ଯାଇଥିଲା।
ଏବଂ ଏହାପରେ ଦିଲ୍ଲୀ ରୁ ହାର୍ଟ ଆସି ଅୟେଶା ଙ୍କ ଦେହରେ ଲାଗିଥିଲା। ଏଭଳି କି ଅସ୍ତ୍ରୋପଚାର କରୁଥିବା ଡ଼ାକ୍ତର ଙ୍କ କହିବା ଅନୁସାରେ ଡୋନର ଖୋଜିବା ପାଇଁ ବିଶେଷ ସମୟ ଲାଗି ନଥିଲା। ତାଙ୍କୁ ଡୋନର ମିଳି ଯାଇଥିଲା।
ଏବେ ଅପରେସନ ପରେ ସେ ସୁସ୍ଥ ଥିବା ସହ ପାକିସ୍ତାନ ମଧ୍ୟ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା କଥା ଜଣା ପଡ଼ିଛି। ଏହି ଘଟଣା ଏବେ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement