Mar 28, 2024, 04:55 IST

ଦିନ ଥିଲା ସକାଳ ହେଉ ହେଉ ମାଙ୍କଡ ଧରି କରୁଥିଲା ବ୍ଲଗ୍...ଏବେ ପୋଲିସ ଭୟ ରେ ଘର ଦ୍ବାର ଛାଡ଼ି ହେଲା ଫେରାର..

Yu

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେତେବେଳେ ମାଙ୍କଡ କୁ ଖାଇବାକୁ ଦେଉଥିଲେ ତ ଆଉ କେତେବେଳେ ସାପ ଧରି ନଚାଉଥିଲେ।ଆଉ କେତେବେଳେ ଘୋଡ଼ା ପିଠି ରେ ବସି ବୁଲୁଥିଲେ। ଯାହାର ଭିଡିଓ ଏବଂ ଫଟୋ କୁ ୟୁ ଟ୍ୟୁବ୍ ଏବଂ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଥିଲେ।
ଏଥିପାଇଁ ସେମାନେ ପ୍ରଚୁର ଟଙ୍କା ମଧ୍ୟ ରୋଜଗାର କରୁଥିଲେ। ବନ୍ୟ ଜୀବଜନ୍ତୁମାନଙ୍କ ଫଟୋ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିବା ଏକ ଦଣ୍ଡନୀୟ ଅପରାଧ ଜାଣି ମଧ୍ୟ ୟୁ ଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ଵାମୀ ନିୟମିତ ଭାବରେ ଭିଡିଓ ପୋଷ୍ଟ କରୁଥିଲେ।
Uu
ବର୍ତମାନ ସେମାନଙ୍କୁ ଗିରଫ କରିବା ପାଇଁ ଯାଜପୁର ବନ ବିଭାଗ ଖୋଜୁଛି।ଯାଜପୁର ଜିଲ୍ଲା ର ଚର୍ଚ୍ଚିତ ୟୁ ଟ୍ୟୁବର ହେଉଛନ୍ତି ମୋନାଲିସା ଭଦ୍ର।ସେ ତାଙ୍କ ଚହଳ ଗାଁ ସ୍ଥିତ ଘରେ ମାଙ୍କଡ଼ ରଖିଛନ୍ତି।
ସେମାନଙ୍କ ସହିତ ଫଟୋ ଉଠାଇ ପ୍ରତିଦିନ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରନ୍ତି।ଦୀର୍ଘ ଦିନ ଧରି ସେ ଏପରି କାର୍ଯ୍ୟ କରି ଆସୁଥିଲେ।ବନ ବିଭାଗ ଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଦିନ ସକାଳେ ଯାଜପୁର ରୋଡ ବନ ଖଣ୍ଡ ରେ ଏକ ଟିମ୍ ତାଙ୍କ ଘରେ ଚଢ଼ାଉ କରିଥିଲେ।
Ju
ହେଲେ ଚଢ଼ାଉ ସମ୍ପର୍କ ରେ ଖବର ପାଇ ମୋନାଲିସା ଏବଂ ତାଙ୍କ ସ୍ଵାମୀ ଫେରାର ହୋଇ ଯାଇଥିଲେ। ବନ ବିଭାଗ ମୋନାଲିସା ଙ୍କ ଘରୁ ମାଙ୍କଡ ଉଦ୍ଧାର କରିଛି।ମାଙ୍କଡ କୁ ବନ ଖଣ୍ଡ କାର୍ଯ୍ୟାଳୟ ରେ ରଖାଯାଇଛି।
ମୋନାଲିସା ଏବଂ ତାଙ୍କ ସ୍ଵାମୀ ଙ୍କୁ ଧରିବା ପାଇଁ ବନ ବିଭାଗ ବହୁତ ଚେଷ୍ଟା କରିଥିଲେ।ରବିବାର ରାତି ୨ ଟା ଓ ଆଜି ଭୋରୁ ଭୋରୁ ମଧ୍ୟ ତାଙ୍କ ଘରୁ ଚଢ଼ାଉ କରିଥିଲେ।ହେଲେ ଦମ୍ପତି ଙ୍କ ପତ୍ତା ପାଇ ନଥିଲା ବନ ବିଭାଗ।
ଖାଲି ହାତରେ ଫେରିଥିଲେ।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement