Updated: Apr 24, 2024, 17:55 IST

ଗ-ର୍ଭବତୀ ସ୍ତ୍ରୀ ପାଇଁ ସ୍ଵାମୀ ମାଗୁଥିଲେ ବାରମ୍ବାର ଛୁଟି ହେଲେ ଅଚାନକ ଦେଖନ୍ତୁ ହେଇଗଲା ଏମିତି

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଯେଉଁ ଖବର ଜାଣିବେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଦୁଃଖିତ ମଧ୍ୟ ହୋଇ ପଡ଼ିବେ । ପରିବାରରେ ଜଣେ ମହିଳା ଗର୍ଭବତୀ ହେଲେ ସମସ୍ତେ ଖୁସି ହୋଇଥାନ୍ତି । ଆଉ ସବୁଠାରୁ ଅଧିକ ଖୁସି ସେହି ମହିଳାଙ୍କ ସ୍ଵାମୀ ହୋଇଥାଏ । 
Bb
ଆଉ ଘରକୁ ନୂଆ ଅତିଥି ଆସିବ ଏବଂ ତାଙ୍କୁ ବାପା ଡାକିବ ସେହି କଥା ଭାବି ସେ ଦିନ ଗଣୁଥାଏ ଆଉ ମନେ ମନେ ଅଧିକ ଖୁସି ହୋଇଥାଏ । ସେହିଭଳି ଖୁସି ହୋଇଥିଲେ ଏହି ବ୍ୟକ୍ତି ଜଣକ କିନ୍ତୁ ଏଭଳି ଘଟଣା ଘଟିଗଲା ଯାହା ସତରେ ବହୁତ କଷ୍ଟଦାୟକ ଅଟେ ।
ଏହି ବ୍ୟକ୍ତି ଜଣକ ଏବେ ଭାଙ୍ଗି ପଡିଛନ୍ତି । ଏହି ଘଟଣା ଛାତି ଥରାଇ ଦେଇଛି । ଜରୁରୀକାଳୀନ ସମୟରେ ଛୁଟି ମାଗିଥିଲେ ସ୍ବାମୀ ଜଣକ କିନ୍ତୁ ତାଙ୍କୁ ଛୁଟି ମିଳି ନଥିଲା । ଆଉ ଏପଟେ ଗର୍ଭବତୀ ସ୍ତ୍ରୀ ଆଉ ଛୁଆ ଆଖି ବୁଜି ଦେଲେ ।
ସ୍ବାମୀ ସ୍ତ୍ରୀଙ୍କର ଏହି ଛୁଆ ଥିଲା ପ୍ରଥମ ସନ୍ତାନ । ଆଉ ସ୍ବାମୀ ଏବଂ ସ୍ତ୍ରୀ ଅନେକ ଆଶା ରଖିଥିଲେ । କିନ୍ତୁ କାହାର ଯେମିତି ତାଙ୍କର ସୁନାର ସଂସାର ଉପରେ ନଜର ଲାଗିଗଲା । ସବୁଦିନ ପାଇଁ ଗର୍ଭବତୀ ମାଆ ଆଉ ଛୁଆ ଆଖି ବୁଜି ଦେଲେ ।
Hh
ଏଭଳି ଯନ୍ତ୍ରଣା ଦାୟକ ଘଟଣା ଘଟିଛି ଉତ୍ତରପ୍ରଦେଶ ଜାଲୁନ ଜିଲ୍ଲାର ରାମପୁରା ଅଞ୍ଚଳରେ । ମେନପୁରୀର ବାସିନ୍ଦା ବିକାଶ ନିର୍ମଳଙ୍କୁ ଫେବୃଆରୀ ମାସରେ ଏହି ରାମପୁରା ପୋଲିସ ଥାନାକୁ ଟ୍ରାନ୍ସଫର୍ କରାଯାଇଥିଲା । ଆଉ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବାରୁ ସେ ଘରେ ଥିଲେ ।
ବିକାଶ ତାଙ୍କ ଅଫିସରେ ଛୁଟି ପାଇଁ ଚାରିଥର କହିଥିଲେ କିନ୍ତୁ ତାଙ୍କୁ ଛୁଟି ଦିଆ ଯାଇନଥିଲା । ଆଉ ତାଙ୍କ ସ୍ତ୍ରୀ ଆଉ ଛୁଆ ଏବେ ଦୁନିଆରେ ନାହାଁନ୍ତି କିନ୍ତୁ ତାଙ୍କୁ ଏକ ମାସ ଛୁଟି ଦିଆଯାଇଛି । ଏବେ ସ୍ବାମୀ ଜଣକ ଛୁଟି ନେଇ କରିବେ କଣ? ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ରାମପୁରା ପୋଲିସ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଖେଳି ଯାଇଛି । ପୋଲିସ ଇନଚାର୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାବି ହୋଇଛି । ଆଉ ଏବେ ସ୍ବାମୀ ଜଣକ ଅର୍ଥାତ୍ କନେଷ୍ଟବଳ ବିକାଶ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Advertisement