Updated: May 4, 2024, 16:35 IST

ଆସିଲା କାଳ ବୈଶାଖୀ ଦେଖନ୍ତୁ କେଉଁସବୁ ଜିଲ୍ଲାରେ ପକାଇବ ପ୍ରଭାବ ଆସିଲା ସତର୍କ ସୂଚନା

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଲଗାତର ଭାବେ ତାତି ବଢିଚାଲିଛି। ୨୪ ଘଣ୍ଟା ବ୍ୟବଧାନରେ ପୁଣି ଥରେ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ।
ଲଗାତାର ୧୮ ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ କଲବଲ ହୋଇଗଲେଣି ଲୋକେ। ତେବେ ଏହାରି ମଧ୍ୟରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତ କରିଛି। ତେବେ ବନ୍ଧୁଗଣ ଗ୍ରୀଷ୍ମ ପ୍ରକୋପରୁ ମିଳିବ ଆଶ୍ୱସ୍ତି। ଉପକୂଳ ଓଡିଶାରେ ତାପମାତ୍ରାରେ ସାମାନ୍ୟ ହ୍ରାସ ହୋଇ ଦୁଇ ଡିଗ୍ରି କମିବ। 
Bb
ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଗ୍ରୀଷ୍ମର ପ୍ରଭାବ ଜାରି ରହିବ। ଏହା ୬ ତାରିଖ ବେଳକୁ ୩-୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହି ପ୍ରଭାବରୁ ତାତିରେ ସାମାନ୍ୟ ବ୍ରେକ୍ ଲାଗିବ। ୨ ସପ୍ତାହରୁ ଅଧିକ ଗ୍ରୀଷ୍ମର ପ୍ରଭାବରୁ କଲବଲ
ହେଉଥିବା ରାଜ୍ୟବସୀଙ୍କୁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି , ଦକ୍ଷିଣରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉପକୂଳ ଓଡିଶା ଓ ପାଖାପାଖି ଅଞ୍ଚଳରେ କ୍ରମାଗତ ଭାବରେ ପ୍ରବେଶ କରୁଛି। 
ଏହି ପ୍ରଭାବ ହେତୁ ଗତକାଲି ରାଜ୍ୟରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୯ ମିମି ବର୍ଷା ରେକର୍ଡ କରାଯାଇଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି।
Bh
ଆଗାମୀ ୩ରୁ୪ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାନାହିଁ। ଦୁଇଦିନ ପରେ ଉପକୂଳରେ ଗ୍ରୀଷ୍ମ ପ୍ରଭାବର ଆଦୌ ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଓଡିଶାରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିପାରେ। ଏହାର ପ୍ରଭାବ ୬ ତାରିଖ ବେଳକୁ କମିବ। 
ଏହାପରଠାରୁ ଦିନର ତାପମାତ୍ରା ଆହୁରି ୩-୪ ଡିଗ୍ରି ଖସିପାରେ କାରଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡିଶାରେ ପ୍ରବେଶ କରିବା ଦ୍ୱାରା କାଳବୈଶାଖୀ ଜନିତ ବର୍ଷା ହୋଇ ତାପମାତ୍ରା କମିବାର ସମ୍ଭାବନା ରହିଛି।
ସେପଟେ ଆଜି ଭୁବନେଶ୍ୱରେ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଛି। ବଲାଙ୍ଗିର ୪୫, ଅନୁଗୁଳ ୪୪.୭, ନୂଆପଡା ୪୪.୬, ତାଳଚେର ୪୪.୫, ବାରିପଦା ୪୩.୪, ଭବାନାପାଟଣା ୪୩ ଡିଗ୍ରି ରହିଥିବା ବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ବଲାଙ୍ଗିର ରହିଛି।

Advertisement