May 3, 2024, 17:50 IST

ଅକ୍ଷୟ ତୃତୀୟା ଉପଲକ୍ଷେ ପୁଣି କମିଲା ସୁନା ଦର ଦେଖନ୍ତୁ ଆଉ ନେଇ ଯାଆନ୍ତୁ ଘରକୁ ପୂଳା ପୂଳା ସୁନା

Hy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାସ ଆରମ୍ଭରୁ ହିଁ ସୁନା ଓ ରୂପା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅକ୍ଷୟ ତୃତୀୟା ପୂର୍ବରୁ ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ୪୦୦୦ ହଜାର କମିଛି ସୁନା ଦର। ସୁନା ଦର ଗତ କିଛି ଦିନ ମଧ୍ୟରେ ବେଶ ବଢିଯାଇଛି।
ମାତ୍ରାଧିକ ବୃଦ୍ଧି ପାଇଁ ବହୁତ ହଇରାଣ ହେଉଛନ୍ତି ସାଧାରଣ ଲୋକେ। ଖାସ କରି ବିବାହ, ବ୍ରତ ଘରେ ସୁନାର ଆବଶ୍ୟକ ହୋଇଥାଏ। କିନ୍ତୁ ଆକାଶଛୁଆଁ ଭାବେ ଦାମ ବଢିବା କାରଣରୁ ଜଣେ ମଧ୍ୟବିତ୍ତ ପରିବାର ଏବେ ସୁନା କିଣିବା ସମ୍ଭବପର ନୁହେଁ। 
Bb
କିନ୍ତୁ ସୁନା ଦର ଏବେ ସାମାନ୍ୟ କମିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୫,୬୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୭୧,୬୫୦ ଟଙ୍କା ରହିଛି।
ଚେନ୍ନାଇରେ ୨୪ କ୍ୟାରେଟ୍ ମୂଲ୍ୟ ୭୨,୩୮୦ ଟଙ୍କା ଏବଂ ୨୨ କ୍ୟାରେଟ୍ ମୂଲ୍ୟ ୬୬,୩୫୦ ଟଙ୍କା ରେକର୍ଡ କରାଯାଇଛି। କୋଲକାତାରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୧୫୧୦ ଟଙ୍କାରେ ବିକ୍ରି ହେଉଛି, ୨୨ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୬୫୫୫୦ଟଙ୍କାରେ ବିକ୍ରି ହେଉଛି। 
ହାଇଦ୍ରାବାଦରେ ୨୪ କ୍ୟାରେଟ୍ ହାର ୭୧୫୧୦ ଟଙ୍କାରେ ଏବଂ ୨୨ କ୍ୟାରେଟ୍ ମୂଲ୍ୟ ୧୦ ଗ୍ରାମ ପିଛା ୬୫୫୫୦ ଟଙ୍କାରେ ବିକ୍ରି ହେଉଛି। କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୧,୫୧୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦଶ ଗ୍ରାମକୁ ୬. ୫୫୦ ଟଙ୍କା ରହିଛି।
Bb
ଏପଟେ ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୧,୫୧୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୫,୫୫୦ ଟଙ୍କା ଥିବା ଜଣାପଜିଛି। 
ଆହୁରି ସୁନା କମିବ ବୋଲି ବ୍ୟବସାୟୀ ମାନେ କହୁଛନ୍ତି। ତେବେ ସୁନା କିଣିବାବେଳେ ବେଳେ ଆପଣ ସାବଧାନ ରୁହନ୍ତୁ। ଖାସ୍ କରି ଗ୍ରାହକମାନେ ହଲମାର୍କ ମାର୍କ ଦେଖିବ କିଣିବା ଉଚିତ୍।
ହଲମାର୍କ ହେଉଛି ସୁନାର ଏକ ସରକାରୀ ଗ୍ୟାରେଣ୍ଟି, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ହଲମାର୍କ ନିର୍ଣ୍ଣୟ କରେ। ହଲମାର୍କିଂ ସ୍କିମ୍ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଆକ୍ଟ, ନିୟମ ଏବଂ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରେ।

Advertisement