May 9, 2024, 17:00 IST

ଓଡ଼ିଶାକୁ ଡରାଇଲ ଏହି ନୂଆ Virus ଦେଖନ୍ତୁ ଚିନ୍ତାରେ ସମସ୍ତେ - Exclusive Report

Hu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନବରଙ୍ଗପୁରରୁ ୨ ରୁବେଲା ରୋଗୀ ଚିହ୍ନଟ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା। ଆକ୍ରାନ୍ତ ୨ ଶିଶୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପୋଡାଲଗୁଡା ଗାଁର। ସେମାନଙ୍କ ବୟସ ଯଥାକ୍ରମେ ୭ ଓ ୨ ବର୍ଷ।
ବର୍ତ୍ତମାନ ରୁବେଲାର ସ୍ଥିତି ଯାଞ୍ଚ ପାଇଁ ଗାଁରେ ‘ହୁ’ ଟିମ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଉପସ୍ଥିତ ଅଛନ୍ତି। ଘିମିରି ସଦୃଶ୍ୟ ହୋଇ ଥଣ୍ଡା, କାଶ ଜ୍ବରରେ ପୀଡିତ ଥିଲେ ଏହି ୨ ଶିଶୁ। 
Hh
ନବରଙ୍ଗପୁର ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଳୟ କୁମାର ତ୍ରିପାଠୀ ସୂଚନା ଅନୁଯାୟୀ। ଏହି ରୋଗ ଛୁଆମାନଙ୍କ ଦେହରେ ଏତେ ମାରାତ୍ମକ ହୋଇ ନଥାଏ। ଗର୍ଭବତୀ ହେବାର ପ୍ରଥମ ୩ ମାସ
ଭିତରେ ଯଦି ମାଆକୁ ରୁବେଲା ରୋଗ ହୁଏ ତେବେ ଶିଶକୁ ସଂକ୍ରମଣ ହୋଇଥାଏ। ଏହି ରୋଗ ପାଇଁ ଆଶାକର୍ମୀଙ୍କ ଜରିଆରେ ସଚେତନ କରାଯାଉଛି। ଏହି ରୋଗ ଏକ ଭୂତାଣୁ ଜନିତ ରୋଗ ହୋଇଥିବାରୁ ଏହା ବାୟୁ ମଣ୍ଡଳରେ ବ୍ୟାପିଥାଏ। 
ଆକ୍ରାନ୍ତ ହୋଇଥିବା ଦୁଇ ରୋଗୀଙ୍କୁ ବର୍ତ୍ତମାନ ସଂଗରୋଦ୍ଧ କରାଯାଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ନନ୍ଦାହାଣ୍ଡି ଓ ତେନ୍ତୁଳି ଖୁଣ୍ଟି ବ୍ଲକର ୧୮ ଜଣ ରୋଗୀଙ୍କର ରକ୍ତ ନମୂନା ପରୀକ୍ଷା ପାଇଁ ନିଆଯାଇଥିଲା।
Hh
ସେଥିମଧ୍ୟରୁ ୫ ଜଣଙ୍କର ସାମ୍ପୁଲ ପରୀକ୍ଷା କରାଯାଇଥିଲା। ୨ ରୁବେଲା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏବଂ ଅନ୍ୟ ୩ ଜଣଙ୍କର ମିଳିମିଳା ହୋଇଥିବା ଜଣାପଡ଼ିଛି। ତେବେ ବନ୍ଧୁଗଣ ରୁବେଲା ରୋଗ ଭୁତାଣୁ ଦ୍ୱାରା ବ୍ୟାପିଥାଏ। 
ଏହି ରୋଗ ଅତି ସାମାନ୍ୟ ଧରଣର ହୁଏ ଓ ଅଧା ଲୋକ ନିଜେ ଅସୁସ୍ଥ ଥିବା ଅନୁଭବ କରିପାରନ୍ତି ନାହିଁ। ପ୍ରଥମେ ମୁହଁରେ ଆରମ୍ଭ ହୋଇଥାଏ ସାରା ଦେହକୁ ବ୍ୟାପିଯାଏ। ଲସିକା ଗ୍ରନ୍ଥି ସାଧାରଣତଃ ଫୁଲିଯାଏ ଓ କିଛି ସପ୍ତାହ ରହେ।
ସଂକ୍ରମିତ ଲୋକର କାଶରୁ ବାୟୁବାହିତ ହୋଇ ଏହି ରୋଗ ବ୍ୟାପେ। ତେବେ ଏହି ରୋଗ କେବଳ ମଣିଷଙ୍କୁ ହୁଏ। କୌଣସି କୀଟ ବା ପୋକଦ୍ୱାରା ଏହା ବ୍ୟାପେନାହିଁ। ତେବେ ବନ୍ଧୁଗଣ ବର୍ତମାନ ଏହି ରୋଗ ବିଷୟରେ ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement