Updated: Aug 5, 2023, 20:05 IST

ଆଖିକୁ ମାତ୍ର ୨୦% ଦେଖାଯାଉଛି ହେଲେବି ଆଇଏଏସ ହେବାକୁ ସଜାଡୁଛନ୍ତି ସ୍ବପ୍ନ ହେଲେ ଲୋକେ ଭିଡୁଛନ୍ତି ଗୋଡ

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
Viral news
ଦୁନିଆରେ ଲୋକମାନେ ଭାବୁଛନ୍ତି କି ଗୋଟେ ଝିଅ ତାର ଜୀବନରେ କିଛି ଲକ୍ଷ୍ୟ ନଥାଇ କାମ କରେ । ଆଉ ଯଦି ସେ ନିଜ ଲକ୍ଷ୍ୟକୁ ପୂରଣ କରିବାକୁ ଚାହେଁ ତାହେଲେ ଅନେକ ଲୋକ ଅନେକ କଥା କହିଥାନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଝିଅ ବିଷୟରେ ଜାଣିବେ ଯିଏ କି IAS ହେବା ପାଇଁ ସ୍ବପ୍ନ ଦେଖିଛନ୍ତି କିନ୍ତୁ ଲୋକମାନେ ତାଙ୍କର ଏହି ସ୍ବପ୍ନକୁ ନେଇ ଅନେକ କଥା କହୁଛନ୍ତି । ଏହି ଝିଅଟି ଗଣମାଧ୍ୟମ ଆଗରେ ସବୁ କଥା କହିଛନ୍ତି ।
Lebsena
ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ଦିବ୍ୟାଙ୍ଗ ଶ୍ରେଣୀର । ଯେତେବେଳେ ସେ ଦଶମ ପଢୁଥିଲେ ସେତେବେଳେ ଲୋକମାନେ ଆଉ ତାଙ୍କ ସାଙ୍ଗସାଥୀ କହୁଥିଲେ ପ୍ରଥମେ ଦଶମ ପାସ କରି ତ ଦେଖା । ସେ ଏବେ IAS ହେବାକୁ ସ୍ବପ୍ନ ଦେଖିଛନ୍ତି ଆଉ ସେ ଏହାକୁ ପୂରଣ କରିବେ ।
ଏହି ଯୁବତୀ ଜଣଙ୍କର ଆଖିକୁ କମ୍ ଦେଖା ଯାଉଛି । ଆଉ ଆଖିରେ ତାଙ୍କର ଅନେକ ସ୍ବପ୍ନ । ଏହି ଯୁବତୀ ଜଣକ ହେଉଛନ୍ତି ତୁଳସୀ ଦାସ । ଆଉ ଏବେ ସେ ଆଇଟିଆଇ ପଢୁଛନ୍ତି । ତାଙ୍କର ଏହି ଆଖି ସମସ୍ୟା ଜନ୍ମରୁ ଅଛି । କୌଣସି ବି ଦୂର ଜିନିଷ ତାଙ୍କୁ ଦେଖାଯାଏ ନାହିଁ ।
Viral news
ତାଙ୍କୁ ୨୦ ପ୍ରତିଶତ ଦେଖା ଯାଇଥାଏ । ଏହି ସମସ୍ୟା ପାଇଁ ସେ ଅନେକ ସମସ୍ୟା ଭୋଗ କରିଛନ୍ତି । ସେ ପାଠ ପଢିବାକୁ ସବୁବେଳେ ଭଲ ପାଆନ୍ତି । ଆଉ ସେ ନିଜ ସ୍ବପ୍ନ ପୂରଣ କରିବେ ବୋଲି କହିଛନ୍ତି । ତାଙ୍କ ବନ୍ଧୁବାନ୍ଧବ ମଧ୍ୟ ଅନେକ କଥା ତାଙ୍କୁ କହିଛନ୍ତି ।
ସେ କହିଛନ୍ତି ସେ ଦିବ୍ୟାଙ୍ଗ ହେଲେ ମଧ୍ୟ ନିଜ ଗୋଡ଼ରେ ଛିଡ଼ା ହେବେ ଆଉ ନିଜ ଜିଲ୍ଲାର ସୁବିଧା କରିବେ । ସେ ତାଙ୍କ ଦଶମ ପରୀକ୍ଷା ବିଷୟକୁ ନେଇ ହେଇଥିବା ଅସୁବିଧା ସବୁ କହିଛନ୍ତି । ଦଶମ ପରୀକ୍ଷା ସମୟରେ ତାଙ୍କର ଅନେକ ଅସୁବିଧା ହୋଇଥିଲା । ଆଉ ସେ ଏହିସବୁ ଅସୁବିଧାରେ ମଧ୍ୟ ୬୬ ପ୍ରତିଶତ ନମ୍ବର ରଖିଥିଲେ ।
ଏହି ଝିଅଟିର ମାଆ ତାଙ୍କ ପରିବାରକୁ ଏବେ ଚଳାଉଛନ୍ତି । ଆଉ ତାଙ୍କର ଏହି ଗୋଟିଏ ଝିଅ ଆଉ ଗୋଟିଏ ପୁଅ । ତାଙ୍କର ଅନେକ ଅସୁବିଧା ଅଛି । ସେହି ଝିଅର ମାଆ ମଧ୍ୟ ଗଣମାଧ୍ୟମରେ ଅନେକ କଥା କହିଛନ୍ତି । ଆଉ ଏହି ଭିଡିଓ ଦେଖିଲେ ଆପଣ ସବୁ ଖବର ଜାଣିପାରିବେ ।

Advertisement