ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଥିବା ଘଟଣା ସମ୍ପର୍କରେ ତ ଜାଣିଥିବେ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅନ୍ତର୍ଗତ ନୂଆ ବଜାରରେ ଘଟିଥିବା ଘଟଣା ବିଷୟରେ ତ ଜାଣିଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ପାଇପାରିବେ ।
ଏହି ଖବର ହେଉଛି ସେହି ଅଞ୍ଚଳର ଜଣେ ଯୁବକ ରାଜେନ୍ଦ୍ର ଆଉ ଯୁବତୀ ଦୀପାଞ୍ଜଳୀ ପ୍ରେମ କରୁଥିଲେ । ଆଉ ସେମାନେ ପ୍ରେମ ବିବାହ କରିଲେ । ଦୀପାଞ୍ଜଳୀଙ୍କ ଘରଲୋକ ରାଜି ନଥିଲେ । ଆଉ ଝିଅଟି ଘରୁ ବାହାରି ଆସି ପ୍ରେମ ବିବାହ କରିବା ଖବର ଶୁଣି ସେହି ଝିଅର ପରିବାରଲୋକେ ଝିଅ ବଞ୍ଚି ଥାଉ ଥାଉ ତାର ଶୁଦ୍ଧିକ୍ରିୟା କରିଦେଲେ ।
ଏହି ଖବର ସୋସିଆଲ ମିଡିଆରେ ବହୁତ ପରିମାଣରେ ଚର୍ଚ୍ଚା ହେଉଥିଲା । ଏବେ ପୁଣି ରାଜେନ୍ଦ୍ର ଆଉ ଦୀପାଞ୍ଜଳୀଙ୍କୁ ନେଇ କିଛି ଖବର ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହା ଜାଣିପାରିବେ ।

ବିବାହ ପରେ ରାଜେନ୍ଦ୍ରଙ୍କ ଉପରେ ତାଙ୍କର ଶଶୁରଘରଲୋକେ ରାଗିଥିଲେ । କିନ୍ତୁ ଏବେ ଏକ ଖବର ଆସିଛି କି ରାଜେନ୍ଦ୍ର ତାଙ୍କ ସ୍ତ୍ରୀ ଦୀପାଞ୍ଜଳୀଙ୍କୁ ନେଇ ତାଙ୍କ ଶଶୁରଘର ଯାଇଥିଲେ । ଏହି ବିଷୟରେ ରାଜେନ୍ଦ୍ର ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଦ୍ଵାରା କହିଥିଲେ ।
ସେ ୟୁଟ୍ୟୁବରେ ବ୍ଲଗିଂ କରିବା କଥା ତ ସମସ୍ତେ ଜାଣିଥିବେ । ଏହି ବ୍ଲଗିଂ ଭିଡିଓରେ ସେ ତାଙ୍କ ଶଶୁର ଘର ଯିବା କଥା କହିଛନ୍ତି । ଏହି ଭିଡିଓରେ ମଧ୍ୟ ଆପଣମାନେ ଏହି କଥା ଶୁଣି ପାରିବେ । ଦୀପାଞ୍ଜଳୀ ତାଙ୍କ ଘରକୁ ଯାଇ ବହୁତ ଖୁସି ଥିବାର ଜଣାପଡିଛି ।
ଆଉ ଏହି ଭିଡିଓରେ ଆପଣମାନେ ମଧ୍ୟ ଦେଖିପାରିବେ କି ଦୀପାଞ୍ଜଳୀଙ୍କୁ ଯେତେବେଳେ ରାଜେନ୍ଦ୍ର ପଚାରିଥିଲେ ଘରକୁ ଆସି କିଭଳି ଲାଗୁଛି ? ସେତେବେଳେ ଦୀପାଞ୍ଜଳୀ ଖୁସି ହୋଇ ନାଚ କରିଥିଲେ । ଏହାସହ ସେମାନେ ଦୁଇଜଣ ଶଶୁର ଘର ଯାଉଥିବାର ଭିଡିଓ ମଧ୍ୟ ଚର୍ଚ୍ଚାକୁ ଆସିଛି ।
ଶଶୁର ଘରେ ପହଞ୍ଚି ସେମାନେ ଥଣ୍ଡା ପିଇଥିଲେ ଆଉ ତାପରେ ଖାଦ୍ୟ ବି ଖାଇଥିଲେ । ଏହିସବୁ କଥା ମଧ୍ୟ ରାଜେନ୍ଦ୍ର କହିଥିଲେ ତାଙ୍କ ୟୁଟ୍ୟୁବ ଭିଡିଓରେ । ରାଜେନ୍ଦ୍ର ନିଷ୍ପତ୍ତି ନେଇଥିଲେ ତାଙ୍କ ଶଶୁରଘରକୁ ଯିବା ପାଇଁ ଆଉ ଯାଇଥିଲେ । ଦୁଇଜଣ ବହୁତ ଖୁସିରେ ଅଛନ୍ତି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।