Updated: Apr 7, 2024, 17:38 IST

ଲୋକଙ୍କ ଗାଳି ସହି ନପାରି ମହାଦେବଙ୍କ ସରଣ ନେଲେ ଲୋକପ୍ରିୟ କ୍ରିକେଟ ଖେଳାଳି ହାର୍ଦ୍ଧିକ ପାଣ୍ଡ୍ୟା

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bb
ବନ୍ଧୁଗଣ ଇଣ୍ଡିଆନ ପ୍ରିମିୟମର ଲିଗ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ପରାସ୍ତ ହେବା ପରେ ଟିମର ଅଧିନାୟକ ହାର୍ଦ୍ଧିକ ପାଣ୍ଡିଆନ ଏବେ ଭଗବାନଙ୍କ ଶରଣ ନେଇଛନ୍ତି। ଗୁଜୁରାଟର ଶିବ ବା ସୋମନାଥ ମନ୍ଦିରରେ ବିଶେଷ ପୂଜା ଅର୍ଚ୍ଚନା କରିଛନ୍ତି ପାଣ୍ଡ୍ୟା।
ମନ୍ଦିର କର୍ତ୍ତୃପକ୍ଷରୁ ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ପାରମ୍ପରିକ ବେସଭୂଷା ସହ ପାଣ୍ଡ୍ୟା ବାବା ସୋମନାଥଙ୍କୁ ଆରୋଧନା କରୁଥିବା ଦେଖିବାକୁ ମିଳିଛି। ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ୩ଟି ମ୍ୟାଚରେ ହାରିବାକୁ ନେଇ ଫ୍ୟାନ୍ସ ଅଧିନାୟକ ପାଣ୍ଡ୍ୟାଙ୍କୁ ଦାୟୀ କରିଛନ୍ତି। 
ରୋହିତ ଶର୍ମାଙ୍କ ସ୍ଥାନ ନେଇଥିବା ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନକୁ ନେଇ କ୍ରିକେଟ ପ୍ରେମୀ ନାନାଦି କରିଛନ୍ତି। ପଡିଆ ଭିତରେ ଏବଂ ବାହାରେ ପାଣ୍ଡ୍ୟାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି। ଏହି ସବୁ ଭିତରେ ପାଣ୍ଡ୍ୟା ଭଗବାନଙ୍କ ପୂଜାର୍ଚ୍ଚନା କରି ମନକୁ
Bb
ଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି ବୋଲି କେହି କେହି ସୋସିଆଲ ମିଡିଆରେ ମତ ଦେଉଥିବା ଦେଖିବାକୁ ମିଳୁଛି। ସେପଟେ ମୁମ୍ୱାଇ ଆସନ୍ତା ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ସାମ୍ନା କରିବାକୁ ଯାଉଛି। ଆଉ ଏହି ଟକ୍କର ମୁମ୍ବାଇର "ହୋମ ଗ୍ରାଉଣ୍ଡ ୱାଙ୍ଖଡେ" ଷ୍ଟାଡିୟମରେ ହେବ। 
ଆଇପିଏଲ ୨୦୨୪ରେ ନିଜ ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ପାଖରୁ ୬ ୱିକେଟରେ ପରାଜୟ ଲାଭ କରିଥିଲା ମୁମ୍ବାଇ। ଏହା ପରେ ହାଇଦ୍ରାବାଦ ପାଖରୁ ମୁମ୍ବାଇ ହାରିଥିଲା। ଗତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଥିଲା। ପାଣ୍ଡ୍ୟା ନିଜେ ବ୍ୟାଟିଂ କଥା କହିଥିଲେ ପ୍ରଥମ ମ୍ୟାଚରେ ଗୁଜୁରାଟ ବିପକ୍ଷରେ ସେ ୪ ବଲରେ ୧୧ ରନ କରିଥିଲେ।
ଏହା ବ୍ୟତୀତ ୩ ଓଭରରେ ୩୦ ରନ ଦେଇଥିଲେ। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ୪ ଓଭରରେ ୪୬ ରନ ଦେଇଥିବା ବେଳେ ୨୦ ବଲ୍ ଖେଳି ୨୪ ରନ କରିଥିଲେ। ସେହିଭଳି ରାଜସ୍ଥାନ ବିପକ୍ଷରେ ପାଣ୍ଡ୍ୟା ୨୧ ବଲରେ ୩୪ ରନ କରିପାରିଥିଲେ।

Advertisement