Mar 24, 2024, 12:02 IST

ଅବକାରୀ ବିଭାଗ ଯାଇଥିଲା ଚଢ଼ାଉ କରି ମଦ ଜବତ କରିବାକୁ..ହେଲେ ଓଲଟା ଜୋରିମାନା ଦେଇ ହେଇଗଲା ହିନସ୍ଥା, ଦେଖନ୍ତୁ ଭିଡିଓ..

Tt

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Uu
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ଚଢ଼ଉ କରିବାକୁ ଆସଥିଲେ, ଜରିମାନା ଦେଇ ଫେରିଲେ।
ସୁନ୍ଦରଗଡ଼ କୁତ୍ରା ବସ୍ତିରେ ମଦ କାରବାର ସନ୍ଦେହରେ ଅବକାରୀ ବିଭାଗ ଘରେ ଘରେ ପଶି ଚଢ଼ଉ କରିଥିଲେ। ଆଦିବାସୀ କିଷାନ ବସ୍ତି ଭିତରକୁ ଅତର୍କୀତ ଭାବେ ପଶି ଚଢ଼ାଉ କରିଥିବା ବେଳେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା।
ଆଦିବାସୀ ମାନେ ପାରମ୍ପରିକ ରିତିନୀତିରେ ପ୍ରସ୍ତୁତ କରିଥିବା ହାଣ୍ଡିଆ ରଖାଯାଇଥିବା ଘରକୁ ଅବକାରୀ ବିଭାଗର କର୍ମୀ ମାନେ ଯୋତା ପିନ୍ଧିକି ପ୍ରବେଶ କରିବାରୁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବସ୍ତିର ଶତାଧିକ ପୁରୁଷ ଓ ମହିଳା ଅବକାରୀ ବିଭାଗ ଅଧିକାରୀଙ୍କ ଗାଡ଼ିକୁ ୨ ଘଣ୍ଟା କାଳ ଅଟକ ରଖିଥିଲେ।
Uu
ଆଦିବାସୀ କିଷାନ ସମ୍ପ୍ରଦାୟ ମାନେ ତାଙ୍କ ପୂର୍ବ ପୁରୁଷଙ୍କୁ ତରପାଏନ ତଥା ହାଣ୍ଡିଆ ହୋଲି ଦିନ ଅର୍ପଣ କରନ୍ତି। ଏଥିପାଇଁ ସେମାନେ ସପ୍ତାହକୁ ଆଗରୁ ଘର ଦ୍ୱାର ଲିପାପୋଛା କରି ହାଣ୍ଡିଆ ପ୍ରସ୍ତୁତ କରନ୍ତି।
ହେଲେ ବିନା କାରଣରେ ପୂଜାପାଇଁ ଉଦ୍ଧିଷ୍ଟ ଥିବା ତରପାଏନ ତଥା ହାଣ୍ଡିଆକୁ ସେମାନେ ଛୁଇଁ ଦେଇଥିବାରୁ ଲୋକମାନେ ଉତକ୍ଷିପ୍ତ ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ପୂଜା ପାଇଁ ଉଦ୍ଧିଷ୍ଟ ଥିବା ହାଣ୍ଡିଆ ନଷ୍ଟ ହେବାରୁ ଏଥିପାଇଁ ଅବକାରୀ ବିଭାଗ ଅଧିକାରୀଙ୍କୁ ମୂଲ୍ୟ ଦେବାକୁ ପଡ଼ିଥିଲା।
ଜାଳେଣି କାଠ ଓ ସେଥିରେ ବ୍ୟବହୃତ ଔଷଧ ତଥା ରାନୁ କିଣିବାକୁ ସେମାନଙ୍କୁ ୩ହଜାର ୫ଶହ ଟଙ୍କା ଓ ୨ କୁଇଂଟାଲ ଚାଉଳ ଜରିମାନା ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Advertisement