Apr 13, 2024, 13:05 IST

ସେବାୟତ କହିଲେ ଗୁମର କଥା...ଗର୍ଭଗୃହ ରୁ ଶୁଭୁଚି ସପ୍ତନାଗ ଙ୍କ ଶବ୍ଦ..

Bg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଜଗନ୍ନାଥ ଙ୍କ ଲୀଳା ଅପାର।ସେ କେତେବେଳେ କେଉଁ ରୂପ ରେ ଆସି ଦର୍ଶନ ଦେବେ ତାହା କେହି ଜାଣି ନାହାନ୍ତି।ତାଙ୍କ ମହାପ୍ରସାଦ କୁ ଆମେ ଖାଇ ମନ ରେ ଶାନ୍ତି ଅନୁଭବ କରୁ।
ଆପଣ ମାନେ ଜଗନ୍ନାଥ ମହାପ୍ରଭୁ ଙ୍କ ଅନେକ ସେବାୟତ ଙ୍କ ବିଷୟ ରେ ଶୁଣିଥିବ।ଆଜି ଆମେ ସେହି ମହାପ୍ରସାଦ ର ଭାର ବହି ଆଣୁଥିବା ସେବାୟତ ମାନଙ୍କ ବିଷୟ ରେ କିଛି କହିବାକୁ ଯାଉଛୁ।ଯାହାକୁ ଆପଣ ମାନେ କେବେ ବି ଶୁଣି ନ ଥିବେ।
Hh
ଆପଣ ମାନେ ଯେଉଁ ମହାପ୍ରସାଦ ଖାଉଛନ୍ତି ତାହାକୁ ଗର୍ଭ ଗୃହ ରୁ ଅଣାଯାଇ ଆନନ୍ଦ ବଜାର ପର୍ଯ୍ୟନ୍ତ ସେବାୟତ ମାନେ ମୁଣ୍ଡେଇ ମୁଣ୍ଡେଇ ନେଇ ଯାଆନ୍ତି।ଗରମ ଗରମ ଖାଦ୍ୟ କୁ ସେମାନେ ତାଙ୍କ ମୁଣ୍ଡ ରେ ନେଇ ଯାଇ ଥାଆନ୍ତି।
ତେବେ ସେହି ଗର୍ଭ ଗୃହ କୁ ଯିବା ମଧ୍ୟ ବହୁତ କଷ୍ଟ।ସେଠାରେ ଥିବା ଚଟାଣ ରେ ଘିଅ ପକା ଯାଇ ଥାଏ।ସେଥିରେ ଗୋଡ ମଧ୍ୟ ଖସି ଯାଉ ଥାଏ।ତେବେ ସେବାୟତ ମାନେ ସେଠାରୁ ମହାପ୍ରସାଦ ଆଣି ଆନନ୍ଦ ବଜାର କୁ ନେଇ ଯାଆନ୍ତି।
Hu
ତେବେ ଆଜି ଏ ନେଇ ଜଣେ ସେବାୟତ ଙ୍କ ସହିତ ଆଲୋଚନା କରା ଯାଇ ଥିଲା।ସେ ମହାପ୍ରଭୁ ଜଗନ୍ନାଥ ଙ୍କ ବିଷୟ ରେ କହି ଥିଲେ।ଗର୍ଭ ଗୃହ ରୁ ଯେତେବେଳେ ଆମେ ମାନେ ମହାପ୍ରସାଦ ବାହାର କରୁ ମନ ରେ ଡର ରହି ଥାଏ।
ହେଲେ ତାହା ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଆମେ ମା ବିମଳା ଓ ପ୍ରଭୁ ବଡ ଠାକୁର ଙ୍କୁ ଡାକି ପ୍ରବେଶ କରୁ।ଏଥିରେ ଆମକୁ ବହୁତ ଆନନ୍ଦ ମିଳେ।ମହା ପ୍ରଭୁ ଆମ ସହିତ ସବୁବେଳେ ଅଛନ୍ତି।ବେଳେବେଳେ ସେହି ଗରମ ଭାତ ପଡ଼ି ଫୋଟକା ହୋଇ ଯାଏ।
ହେଲେ ଏହି କଷ୍ଟ ଆମକୁ ଜଣା ପଡ଼େ ନାହିଁ।ବହୁତ ବର୍ଷ ହେଲାଣି ମୁଁ ଏହି କାମ କରୁଚି।ପ୍ରଥମେ ଗର୍ଭ ଗୃହ ରୁ ମହା ପ୍ରସାଦ ଆଣି ଆନନ୍ଦ ବଜାର ଓ ତାହା ପରେ ରାଜା ଓ ବଡ ପଣ୍ଡା ଙ୍କ ଘର କୁ ଯାଇ ଥାଏ।ଏଥିରେ ଆମକୁ ବହୁତ ଖୁସି ଲାଗି ଥାଏ।ପ୍ରତିଦିନ ଆମକୁ ମହା ପ୍ରଭୁ ଙ୍କ କାମ କରିବା ପାଇଁ ସୁଯୋଗ ମିଳେ।

Advertisement