Apr 13, 2024, 15:16 IST

ଚନ୍ଦ୍ର ପୃଷ୍ଠରୁ ଆସିଲା ରହସ୍ୟମୟ ଖବର ଦେଖନ୍ତୁ ଦେଖାଗଲା କିଛି ଏମିତି ଘଟଣା

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଭରାତର ଚନ୍ଦ୍ରଯାନ-୩ ସଫଳତା ପୂର୍ବକ ଚନ୍ଦ୍ରପୃଷ୍ଟ ରେ ଲ୍ୟାଣ୍ଡ କରିଥିଲା। ଯାହାକୁ ନେଇ ଭରାତ ଦେଶ ବେଶ୍ ଗର୍ବିତ ଥିଲା କାରଣ ଭାରତ ହିଁ ପ୍ରଥମ ଦେଶ ଅଟେ। 
Uu
ଯାହା ଚନ୍ଦ୍ରପୃଷ୍ଟର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିଛି ଆଉ କୋଣସି ଦେଶ ଦକ୍ଷିଣ ମେରୁ ରେ ଚନ୍ଦ୍ରଯାନ କୁ ଲ୍ୟାଣ୍ଡ କରିନଥିଲା। ତେବେ ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ ଉଭୟ ମିଶି ଚନ୍ଦ୍ରପୃଷ୍ଟ ରେ ନିଗୂଢ ତଥ୍ୟର ସୂଚନା ବୈଜ୍ଞାନିକ ମାନଙ୍କୁ ପ୍ରଦାନ କରିଥିଲେ।
ଏବେ ନାସାର ଲୁନର ରିକନସନ୍ସ ଅର୍ବିଟର ଚନ୍ଦ୍ରର ଫଟୋ ନେଉଛି। ସେ ଲଗାତର ଚନ୍ଦ୍ରର ଚାରିପଟେ ଚକ୍କର କାଟୁଛି। ତେବେ ଏହା ମଧ୍ୟରେ ତାକୁ ଏକ ରହସ୍ୟମୟ ଜିନିଷ ଦେଖିବାକୁ ମିଳିଥିଲା। ଏହି ରହସ୍ୟମୟ ଜିନିଷ ଏକ ସର୍ଫବୋର୍ଡ ଭଳି ନଜର ଆସିଛି।
ପ୍ରଥମେ ଏହା କୌଣସି ୟୁଏଫଓ ବା ଏଲିୟନମାନଙ୍କ ଜାହାଜ ଭଳି ନଜର ଆସୁଥିଲା। ଏହା ଦେଖି ନାସା ବୈଜ୍ଞାନିକମାନେ ଚକିତ ହୋଇଗଲେ। କାରଣ ବୈଜ୍ଞାନିକମାନେ ପୂର୍ବରୁ କେବେ ଏଭଳି ଲମ୍ବ ଆକାରର ବସ୍ତୁ ଚନ୍ଦ୍ର ପାଖରେ ଦେଖିନଥିଲେ।
Hh
ପରେ ଏଲଆରଓ ନେଇଥିବା ଫଟୋକୁ ଯାଞ୍ଚକରାଗଲା। ଏହା ପରେ ତାର ଆଉ କିଛି ଫଟୋ ମଧ୍ୟ ନିଆଯାଇଥିଲା। ଶେଷରେ ଜଣାପଡିଲା କି ଏହି ରହସ୍ୟମୟ ବସ୍ତୁଟି ଦକ୍ଷିଣ କୋରିଆର ଲୁନର ଅର୍ବିଟର ଦାନୁରୀ।
ଏହାର ଆକାର ଏମିତି ନଜର ଆସିବାର କାରଣ ନାସାର ଏଲଆରଓ ଏବଂ କୋରିଆର ଦାନୁରୀ ଅଲଗା ଅଲଗା ଅର୍ବିଟରେ ଏକାଠି ବୁଲୁଥିଲେ। ଏଲଆରଓ ଏବଂ ଦାନୁରୀ ମଧ୍ୟରେ ଗତିରେ ଅନ୍ତର ପ୍ରାୟ ୧୧,୫୦୦ କିଲୋମିଟର ପ୍ରତି ଘଣ୍ଟା।
ଏଥିପାଇଁ ଏଲଆରଓ ନେଇଥିବା ଫଟୋରେ ଛୋଟ ଦାନୁରୀ ମହାକାଶଯାନ ଏକ ବିଶାଳ ଏଲିୟନ ଜାହାଜ ଭଳି ନଜର ଆସୁଥିଲା। ତୀବ୍ର ଗତି ଯୋଗୁଁ ଏହା ପ୍ରାୟ ୧୦ ଗୁଣା ଅଧିକ ବଡ ଦେଖାଯାଉଥିଲା।

Advertisement