Updated: Dec 30, 2023, 08:06 IST

କଣ ଏମିତି ହେଲା ଯେ ଥାନାକୁ ଯିବାକୁ ବାଧ୍ୟ ହେଲେ You Tube ଷ୍ଟାର ମନ୍ମୟ ଦେ ଦେଖନ୍ତୁ ଜଣା ପଡିଲା ବଡ ଖବର

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ସମସ୍ତେ ଅନେକ ପ୍ରକାରର ଖବର ଯାହା ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଜାଣିବାକୁ ପାଇପାରିବେ।
Special Report
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଯାହାକି ବନ୍ଧୁଗଣ ଫେମସ ୟୁଟ୍ୟୁବର ମନ୍ମୟ ଦେଙ୍କୁ ନେଇ ସାମ୍ନାକୁ ବିବାଦ ଆସିଛି। ପ୍ରାୟ ଚାରିବର୍ଷ ତଳେ ମନ୍ମୟ ଦେ ଓ ଅମୃତାଂଶୁ ମହାପାତ୍ର ମିଶି ଏକ ୟୁଟ୍ୟୁବ ଚାନେଲରେ ଖୋଲିଥିଲେ। 
ଏଥିରେ ବିଭିନ୍ନ ପ୍ରସଙ୍ଗରେ ଭିଡିଓ ମଧ୍ୟ ପୋଷ୍ଟ କରୁଥିଲେ। ଏହାକୁ ଦର୍ଶକ ମାନେ ମଧ୍ୟ ବେଶ ପସନ୍ଦ କରୁଥିଲେ। ଫଳରେ ୟୁଟ୍ୟୁବରୁ ଭଲ ରୋଜଗାର ମଧ୍ୟ ହେଉଥିଲା।
Special Report
ହେଲେ ଏବେ ଭିଡିଓ ତିଆରି କରିବା, ପୋଷ୍ଟ କରିବା, ଆଉ ରୋଜଗାର କରିବା ଟଙ୍କାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏପରିକି ବିବାଦ ଥାନାରେ ଯାଇ ପହଞ୍ଚିଛି। ତେବେ ବନ୍ଧୁଗଣ ବାଲେଶ୍ୱରରେ ଫେମସ୍ ୟୂଟ୍ୟୁବର ମନ୍ମୟ ଦେଙ୍କୁ ନେଇ ବିବାଦ ସାମ୍ନାକୁ ଆସିଛି। 
୨୦୧୯ ମସିହାରେ ସାର୍ଥକ ଟିଭିରେ ସିନେ ଷ୍ଟାର କି ଖୋଜ୍‌ରେ ଉଇନର ବନିଥିବା ମନ୍ମୟ ଦେ ୨୦୨୦ ରେ ନିଜର ଏକ ବନ୍ଧୂଙ୍କ ସହ ମିଶି ୟୂଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଥିଲେ।
Special Report
ସେଥିରେ ବିଭିନ୍ନ ପ୍ରସଙ୍ଗର ଭିଡିଓ ପୋଷ୍ଟ କରି ଖୁବ୍ ଚର୍ଚ୍ଚାକୁ ଆସିଥିଲେ। ଯାହାଫଳରେ ସେମାନେ ୟୁଟ୍ୟୁବ୍‌ରୁ ଲକ୍ଷାଧିକ ଟଙ୍କା ଇନକମ୍ ମଧ୍ୟ କରୁଥିଲେ। ତେବେ ଏହି ଚ୍ୟାନେଲ ଆଗକୁ ବଢିବା ଯୋଗୁ ଏଥିରେ ମେମ୍ବର ମାନଙ୍କ ସଂଖ୍ୟା ୧୧ ରେ ପହଞ୍ଚିଥିଲା। 
ହେଲେ ବର୍ତ୍ତମାନ ଏହି ଚ୍ୟାନେଲକୁ ନେଇ କଥା ଥାନାରେ ପହଞ୍ଚିଛି। ମନ୍ମୟଙ୍କ ସହ କାମ କରୁଥିବା ମେମ୍ବର ମାନେ ଅଭିଯୋଗ ଆଣିଛନ୍ତି ଯେ ମନ୍ମୟ ଚ୍ୟାନେଲର ସବୁ ଟଙ୍କା ଖାଇଦେଇଛନ୍ତି ଆଉ ସେମାନଙ୍କୁ କିଛିବି ପାରିଶ୍ରମିକ ମିଳିନାହିଁ।
ଅନ୍ୟପଟେ ମନ୍ମୟ ଏହାକୁ ବିରୋଧ କରି ଥାନାର ଦ୍ୱାରସ୍ତ ହୋଇଛନ୍ତି। ତେବେ ଦେଖିବା ବାକି ରହିଲା ଯେ ପୋଲିସ ପ୍ରକୃତ ସତ କେବେ ବାହାର କରୁଛି। ଆଉ କିଏ ପ୍ରକୃତରେ ସତ କହୁଛି।

Advertisement