ନମସ୍କାର ପାଠକ ବନ୍ଧୁ। ଛୁଆ କୁ କ୍ଷୀର ଦେଉ ଦେଉ ଚାଲି ଗଲା ମା ର ଜୀବନ।ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ର ଶରତ ଥାନା ଅଞ୍ଚଳ ରେ।
ଏଠାରେ ଗୋଟିଏ ପିଲା ତା ମାଆ କୁ ସବୁଦିନ ପାଇଁ ହରାଇ ଦେଇଚି।ମା ନିଜ ଦେଢ଼ ମାସ ର ପିଲା କୁ ନେଇ କେତେ ସ୍ବପ୍ନ ଦେଖି ଥିଲା।ହେଲେ ତାର ସବୁ ସ୍ବପ୍ନ ଯେମିତି ପାଣି ଫୋଟକା ପରି ମିଳାଇ ଯାଇଛି।
ସୂଚନା ଅନୁସାରେ ଜଣେ ମହିଳା ନିଜ ଦେଢ଼ ମାସ ର ଛୁଆ କୁ ଧରି କ୍ଷୀର ପିଆଉ ଥିଲା। ହଟାତ ତାର ଦେହ ବହୁତ ଖରାପ ହୋଇ ଯାଇଥିଲା।ପିଲା କୁ ଖଟ ଉପରେ ଶୁଆଇ ଦେଇ ତାର ମା ତଳେ ପଡି ଯାଇଥିଲା।
ଏହା ପରେ ପରିବାର ଲୋକେ କାନ୍ଦି କାନ୍ଦି ତାଙ୍କୁ ନିକଟସ୍ଥ ମେଡିକାଲ ରେ ଭର୍ତି କରିଥିଲେ।ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।ଏବେ ମହିଳା ଙ୍କ ସ୍ଵାମୀ ଓ ପରିବାର ଲୋକ ମାନେ ତାଙ୍କୁ ଝୁରୁଛନ୍ତି।
ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ କର ଘଟଣା ଟି ହେଉଛି ମା ଜୀବନ ହାରିବା ଆଗରୁ ନିଜ ପିଲା କୁ ଖଟ ଉପରେ ଶୁଆଇ ଦେଇ ଯାଇଛି।ତା ଉପରେ କୌଣସି ବିପଦ ଆସିବାକୁ ଦେଇ ନାହିଁ।ସେହି ମହିଳା ଙ୍କ ନାମ ହେଉଛି ଫୁଲମଣି।
ସେ ନିଜ ଦେଢ଼ ମାସ ର ଛୁଆ କୁ ଧରି ବସିଥିଲେ ଘରେ।ଉଭୟ ସ୍ବାମୀ ସ୍ତ୍ରୀ ଛୁଆ କୁ ନେଇ କେତେ ସ୍ବପ୍ନ ଦେଖି ଥିଲେ।ଅଷ୍ଟମୀ ରେ ନିଜ ଛୁଆ ପାଇଁ ସେମାନେ ନୂଆ ପୋଷାକ କରିବେ।
ତାର ଜନ୍ମ ଦିନ କୁ ବଡ ଧୁମଧାମରେ ପାଳନ କରିବେ ବୋଲି ସେମାନେ ସ୍ବପ୍ନ ଦେଖି ଥିଲେ।ହେଲେ ତାଙ୍କର ସବୁ ସ୍ବପ୍ନ ସ୍ବପ୍ନ ରେ ରହି ଗଲା।ଦେଢ଼ ମାସ ର ଛୋଟ ପିଲା ଟି ସବୁଦିନ ପାଇଁ ମା ଛେଉଣ୍ଡ ହୋଇ ଗଲା।ମହିଳା ଙ୍କ ସ୍ଵାମୀ କାନ୍ଦି କାନ୍ଦି ବେହୋସ୍ ହୋଇ ଯାଉଛନ୍ତି।ଯେ କେହି ବି ଏ ବିଷୟରେ ଶୁଣିଛି ତାର ଆଖି ରୁ ଲୁହ ଆସି ଯାଉଛି।