Oct 10, 2023, 13:14 IST

ବଙ୍ଗାଳୀ ଦିଦି ମମତା ଙ୍କୁ ସ୍ବପ୍ନ ରେ ଡରାଉଛି ମୋଦୀ ଙ୍କ ପଦ୍ମ, ପଦ୍ମ ଦେଖିଲେ ଖାଲି ଡେଉଁଛନ୍ତି ମମତା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଲୋକସଭା ନିର୍ବାଚନ ପୂର୍ବରୁ ଏବେ ଆକ୍ସନ ମୁଡ ରେ ଇଡି ଓ ସିବିଆଇ। ପଶ୍ଚିମବଙ୍ଗ ରେ ଉଭୟ କେନ୍ଦ୍ରୀୟ ଏଜେନ୍ସୀ ର ଘନଘନ ରେଡ୍ ମଧ୍ଯ ଚାଲିଛି। ଟିଏମସି ସୁପ୍ରିମୋ ଙ୍କୁ ଭୟ ଦେଖାଉଛି ଭାଜପା।
Special report
ପଶ୍ଚିମବଙ୍ଗ ର ସହରାଞ୍ଚଳର ବିକାଶ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ କଲିକତା ମେୟର ଫିରହାଦ୍ ହାକିମ ଓ ଶାସକ ତୃଣମୂଳ କଂଗ୍ରେସ ର ବିଧାୟକ ମଦନ ମିତ୍ର କଘରେ ରବିବାର ଦିନ ସିବିଆଇ ଚଢ଼ାଉ ହୋଇଛି।
ରାଜ୍ୟର ବିଭିନ୍ନ ପୌର ସଂସ୍ଥାରେ କର୍ମଚାରୀ ନିଯୁକ୍ତି ଅନିୟମିତତା ଅଭିଯୋଗ କୁ ଆଧାର କରି ସିବିଆଇ ଚଢ଼ାଉ କରିଛି।ଚଢ଼ାଉ ସମୟଦେ ସିବିଆଇ ର ଦୁଇ ବରିଷ୍ଠ ଅଧିକାରୀ ମନ୍ତ୍ରୀ ହାକିମ ଙ୍କୁ ଜେରା କରିଥିବାର ମଧ୍ୟ ଜଣା ପଡ଼ିଛି।
ସିବିଆଇ ର ଏହି ଚଢାଉ କୁ ତୃଣମୂଳ କଂଗ୍ରେସ ର କର୍ମୀ ମାନେ ବିରୋଧ କରିବା ସହ ଏଥିପ୍ରତି ସେମାନେ ବିକ୍ଷୋପ ମଧ୍ଯ ପ୍ରଦର୍ଶନ କରିଛନ୍ତି।୨୦୨୧ ରେ ସିବିଆଇ ହାକିମ ଓ ମଦନ ମିତ୍ର ଙ୍କୁ ଗିରଫ କରିଥିଲା।
Special report
ସେହିଭଳି ୨୦୧୪ ରେ ସାରଦା ଚିଟଫଣ୍ଡ ମାମଲାରେ ମଧ୍ୟ ମଦନ ମିତ୍ର ସିବିଆଇ ଦ୍ବାରା ଗିରଫ ମଧ୍ୟ ହୋଇଥିଲେ। ଏହି ନିଯୁକ୍ତି ଦୁର୍ନୀତି ମାମଲାରେ ଗୁରୁବାର ଦିନ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ
ରାଜ୍ୟର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରତିନ ଘୋଷ ଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ାଉ କରିଥିଲେ। ଅଭିଯୋଗ ଅନୁସାରେ ୨୦୧୪ ରୁ ୨୦୧୮ ମଧ୍ୟରେ ବେଆଇନ ଭାବରେ ୧୫୦୦ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦିଆ ଯାଇଛି।
ବିଜେପି ଙ୍କ ଅଭିଯୋଗ ଆଧାରରେ ଅଣ ବିଜେପି ଶାସିତ ଅଞ୍ଚଳରେ ବେଶ ସକ୍ରିୟ ହୋଇ ପଡିଛନ୍ତି ଇଡି ଓ ସିବିଆଇ। ଯେଉଁଠି ବିଜେପି ମଧ୍ୟ ଶାସନରେ ଅଛି ସେଠାରେ ଅନେକ ଦୁର୍ନୀତିର ଚେର ମଧ୍ଯ ଲମ୍ବିଛି।
ଆଉ ସେଠାରେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ମାନଙ୍କ ନଜର ମଧ୍ୟ ନାହିଁ। ହେଲେ ବିଶେଷ କରି କିଛି ରାଜ୍ୟରେ ଏବେ ଉଭୟ ସଂସ୍ଥା ବେଶ ଏକ୍ଟିଭ୍ ରହିଛି। ତେବେ ଏହା ଉପରେ ଆପଣ କଣ କହିବାକୁ ଚାହିଁବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement