Mar 2, 2024, 19:20 IST

ସ୍ଵାମୀଙ୍କ ଦିତୀୟ ବିବାହରେ ସ୍ତ୍ରୀ ପହଞ୍ଚି ସମସ୍ତଙ୍କ ସାମ୍ନାରେ ବହେ ଛେଚିଲେ ଦେଖନ୍ତୁ କଣ ହେଲା ପରିଣାମ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାହା ବେଦୀରୁ ବରକୁ ଉଠାଇ ନେଲା ଭୁବନେଶ୍ୱର କମିଶନ୍‌ରେଟ୍‌ ପୁଲିସ୍‌। ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ବରକୁ ଉଠାଇ ନେଇଥିଲା। ତେବେ ବର ଜିତେନ୍ଦ୍ର ସ୍ୱାଇଁ ପେସାରେ ଜଣେ ଡ୍ରାଇଭର। ଅଭିଯୋଗ ଅନୁସାରେ, ୨୦୦୯ ମସିହାରେ ସେ କୋଲକାତା ଯାଇଥିଲେ।
Special report
ସେଠାରେ ରମା ନାମକ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ପଡ଼ିଥିଲେ ଜିତେନ୍ଦ୍ର। ଜିତେନ୍ଦ୍ରଙ୍କ ପରିବାରରେ କେହି ନାହାନ୍ତି କହିଥିଲେ ବୋଲି ରମା ଅଭିଯୋଗ କରିଛନ୍ତି।
ପରବର୍ତ୍ତୀ ସମୟରେ ସେମାନଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଉଭୟ କୋର୍ଟ ମ୍ୟାରେଜ କରିଥିଲେ। ବାହାଘର ପରେ ସେଠାରେ କୁଆଡ଼େ ୪ ବର୍ଷ ଧରି ରମାଙ୍କ ସହିତ ଜିତେନ୍ଦ୍ର ରହିଥିଲେ। କିନ୍ତୁ ମଝିରେ ମଝିରେ ବାହାନା କରି ଭୁବନେଶ୍ୱର ଆସୁଥିଲେ।
Special report
ଆଉ ପରିବାର ଲୋକଙ୍କୁ ଭେଟୁଥିଲେ। ହେଲେ ରମାଙ୍କୁ ଭୁବନେଶ୍ୱର ଆଣୁନଥିଲେ। ତେଣୁ ରମାଙ୍କ ମନରେ ସନ୍ଦେହ ହୋଇଥିଲା। ତେବେ ବନ୍ଧୁଗଣ ୨୦୧୯ ମସିହାରେ ରମା ଜାଣିବାକୁ ପାଇଥିଲେ ଜିତେନ୍ଦ୍ରଙ୍କ ପୂରା ଜନ୍ମ କୁଣ୍ଡଳୀ।
ତାଙ୍କ ପୂରା ପରିଚୟ ଜାଣିବା ପରେ ପଚାରି ଥିଲେ। ହେଲେ ଜିତେନ୍ଦ୍ର ସବୁକିଛି ରୋକ୍‌ଠୋକ ମନା କରିବା ରମା ଅଭିଯୋଗ କରିଛନ୍ତି। ତା’ପରେ କାହାକୁ କିଛି ନକରି ଭୁବନେଶ୍ୱର ପଳାଇ ଆସିଥିଲେ ଜିତେନ୍ଦ୍ର। ଫୋନ୍‌ ମଧ୍ୟ ଉଠାଉ ନଥିଲେ।
Special report
ସ୍ୱାମୀଙ୍କୁ ନପାଇ ରମା କୋଲକାତାରେ ଏକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାମଲା ଏବେ ଥାନାରୁ ଯାଇ କୋର୍ଟରେ ପହଞ୍ଚିଛି। ହେଲେ ଜିତେନ୍ଦ୍ର ଧରାଛୁଆଁ ଦେଉ ନଥିଲେ। କିଛି ଦିନ ତଳେ ରମା ଜାଣିବାକୁ ପାଇଲେ ଜିତେନ୍ଦ୍ର ଭୁବନେଶ୍ୱରରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି।
Special report
ତା’ପରେ ସେ କିଛି ସମାଜସେବୀଙ୍କ ସହାୟତାରେ ଭୁବନେଶ୍ୱର ଆସିଥିଲେ। ହଠାତ୍‌ ବେଦୀରେ ପହଞ୍ଚିଥିଲେ ରମା। ଆଉ କହିଥିଲେ, ଜିତେନ୍ଦ୍ର ମୋର ପ୍ରଥମ ସ୍ୱାମୀ। ସ୍ତବ୍ଧ ହୋଇଯାଇଥିଲେ ସମସ୍ତେ। ଆରୋପ ଓ ପ୍ରତ୍ୟାରୋପ ଚାଲିଲା।
ତେବେ ଖବର ପାଇ ଭୁବନେଶ୍ୱର ମହିଳା ଥାନା ପୁଲିସ୍‌ ବାହା ମଣ୍ଡପରେ ପହଞ୍ଚିଲା। ବେଦୀରୁ ଜିତେନ୍ଦ୍ର ତାଙ୍କ ପରିବାର ଲୋକ ଓ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ମହିଳା ରମାଙ୍କୁ ଥାନାକୁ ନେଇଯାଇଥିଲା।

Advertisement