Updated: Dec 10, 2023, 11:05 IST

ସ୍ଵାମୀ ଦେଲେ ଏମିତି ନିର୍ଯାତନା ବଦଳିଗଲା ସ୍ତ୍ରୀ ଙ୍କ ଚେହେରା ତଥାପି ମଧ୍ୟ ହାର ନମାନି କରୁଛନ୍ତି ଆଇଏଏସ ଅଧିକାରୀ ହେବାର ର ଏମିତି ପ୍ରସ୍ତୁତି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ଜାଣିଥିବେ ରାୟଗଡ଼ା ଜିଲ୍ଲା ପଦ୍ମପୁରର ନିଆଁରେ ପୋଡି ବଧୂହ-ତ୍ୟା ଉଦ୍ୟମ ଘଟଣା ବିଷୟରେ। ଯେଉଁଥିରେ ଶରୀରର ୮୦ ପ୍ରତିଶତ ଭାଗ ପୋଡିଯାଇଛି ରଶ୍ମିତାଙ୍କର।
Special Report
ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଜଗନ୍ନାଥ ନଗର ବାସିନ୍ଦା ହେଉଛନ୍ତି ରାମେଶ୍ବର ପାଣିଗ୍ରାହୀ। ସ୍ବାମୀ ସ୍ତ୍ରୀ ଉଭୟ ପେଷାରେ ଶିକ୍ଷକତା କରନ୍ତି। ପରିବାର କହିଲେ ସ୍ବାମୀ, ସ୍ତ୍ରୀ ଆଉ ଦୁଇ ଝିଅ। ବଡ ଝିଅ ହେଉଛନ୍ତି ରଶ୍ମିତା। ରଶ୍ମିତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଏମଏସସି। 
ତେବେ ଉଚ୍ଚଶିକ୍ଷିତା ଝିଅ ରଶ୍ମିତା ୨୦୧୫ ମସିହାରେ ପଦ୍ମପୁର ଅଂଚଳର ରାମ ଚନ୍ଦ୍ର ପାଢୀଙ୍କୁ ହିନ୍ଦୁ ରୀତି ନୀତିରେ ବିବାହ କରିଥିଲେ। ସାଂସାରିକ ଜୀବନ ଠିକ ଠାକ ଚାଲିଥିଲା। ହେଲେ ଦୁଇ ବର୍ଷ ପରେ ରଶ୍ମିତାଙ୍କୁ ଶାଶୁ ଘର ପକ୍ଷରୁ ଆରମ୍ଭ ହୋଇଥିଲା ନି-ର୍ଯ୍ୟା-ତ-ନା।
ଆଉ ଏହି ନି-ର୍ଯ୍ୟା-ତ-ନା ୨୦୨୨ ମସିହାରେ ଉଗ୍ର ରୂପ ଧାରଣ କରିଥିଲା। ଶାଶୁ ଘର ଲୋକେ ରଶ୍ମିତାଙ୍କ ଉପରେ କେରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ରଶ୍ମିତାଙ୍କ ପରିବାର ବର୍ଗ। 
Special Report
କିନ୍ତୁ ଏଠି ଏହି ବୋହୁର ଜୀବନ ତ ବଞ୍ଚିଯାଇଛି ହେଲେ ଅଧା ପୋଡା ହୋଇ। ସବୁପରେ ବି ରଶ୍ମିତା ଭାବିଥିଲେ ନ୍ୟାୟ ମିଳିବ, ସେହି ଆଶାରେ ଆଜି ବି ସଂଘର୍ଷ କରୁଛନ୍ତି। କିନ୍ତୁ ରଶ୍ମିତାଙ୍କ ଅପରାଧୀ ଆଜି ବି ବେଶ୍‌ ଆରାମରେ ବୁଲୁଛନ୍ତି।
ଏଭଳି ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର। ହେଲେ ଆଜି ବି ମୁକ୍ତ ବୁଲୁଛନ୍ତି ରଶ୍ମିତାଙ୍କ ସ୍ୱାମୀ ଓ ଦେଢ଼ଶୁର। କଷ୍ଟ ହେଲେ ବି ଯନ୍ତ୍ରଣା ହେଲେ ବି ଆଜି ପୀଡିତା ରଶ୍ମିତା ପାଣିଗ୍ରାହୀ ବୟାନ ରେକର୍ଡ କରାଯାଛି। 
Special Report
ଅସୁସ୍ଥତା ସତ୍ତ୍ବେ ରଶ୍ମିତା ଗୁଣୁପୁର ସିଭିଲ ଜଜ୍‌ କୋର୍ଟରେ ପହଞ୍ଚି ବୟାନ ଦେଇଛନ୍ତି। ବୟାନ ଦେବା ପାଇଁ ଆମ୍ବୁଲାନ୍ସରେ ପହଞ୍ଚି ଷ୍ଟ୍ରେଚରରେ ବୁହା ହୋଇ କୋର୍ଟରେ ପହଁଚିଥିଲେ ରଶ୍ମିତା।
କୋର୍ଟରେ ପହଁଚି ସେଦିନର ଲୋମ ଟାଙ୍କୁରା ଘଟଣା ବଖାଣିଲେ ରଶ୍ମିତା। କେମିତି ପଦ୍ମପୁରସ୍ଥିତ ଶାଶୂଘରେ ସ୍ବାମୀ କିରାସିନି ଢାଳିଥିଲେ ଆଉ ଦେଢ଼ଶୁର ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ ସେସବୁ କିଛି କହିଛନ୍ତି ରଶ୍ମିତା।

Advertisement