Feb 1, 2024, 19:14 IST

ସ୍ଵାମୀଙ୍କ ଦିତୀୟ ବିବାହ ସହି ନପାରି ଭୋ ଭୋ ହେଇ ରାସ୍ତାରେ କାନ୍ଦୁଛନ୍ତି ସ୍ତ୍ରୀ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ - Exclusive

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ନିଜ ସ୍ତ୍ରୀ ଙ୍କୁ ଛାଡ ପତ୍ର ନ ଦେଇ ଅନ୍ୟ ଜଣେ ମହିଳା ଙ୍କୁ ବିବାହ କରିବାକୁ ଯାଉଥିଲେ ସ୍ଵାମୀ।ନିଜ ସ୍ଵାମୀ ର ବିବାହ କୁ ରୋକିବାକୁ ଯାଇ ସମ୍ବଲପୁର ଏସପି କାର୍ଯ୍ୟାଳୟ ର ଦ୍ବାରସ୍ଥ ହୋଇଛନ୍ତି ମହିଳା।
Special Report
ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେ।ସେଠାରେ ଯୌତୁକ ଜନିତ ନିର୍ଯ୍ୟାତନା ଯୋଗୁଁ ମହିଳା ନିଜ ଶାଶୁ ଘର ଛାଡ଼ି ବାପ ଘରେ ରହୁଥିଲେ। ଜାଲ ଡିଭୋର୍ସ କାଗଜ ରେ ଯୋଗୁଁ ତାଙ୍କ ସ୍ଵାମୀ ଅନ୍ୟ ଜଣକ କୁ ବିବାହ କରିବାକୁ ଯାଉଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ସାତ ବର୍ଷ ତଳେ ସମ୍ବଲପୁର ଜିଲ୍ଲାର ର ପ୍ରିୟମ୍ବଦା ନାମକ ଜଣେ ମହିଳା ରାଉଲକେଲା ନିବାସୀ ଓମ୍ ପ୍ରକାଶ ଙ୍କୁ ବିବାହ କରି ଥିଲେ।ବିବାହ ର କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା।
Special Report
କିନ୍ତୁ ବିବାହ ର ଏକ ବର୍ଷ ପରେ ଆରମ୍ଭ ହୋଇ ଯାଇଥିଲା ନିର୍ଯ୍ୟାତନା।ପ୍ରିୟମ୍ବଦା ଙ୍କୁ ଯୌତୁକ ଆଣିବା ପାଇଁ ତାଙ୍କ ସ୍ଵାମୀ ଓମ୍ ପ୍ରକାଶ ବାଧ୍ୟ କରିଥିଲେ।ହେଲେ ପ୍ରିୟମ୍ବଦା ଙ୍କ ପରିବାର ରେ ସମସ୍ୟା ଥିବାରୁ ସେ ଆଣି ପାରି ନ ଥିଲେ।
ଏହା ପରେ ପ୍ରିୟମ୍ବଦା ନିଜ ଶାଶୁ ଘର ଛାଡ଼ି ବାପ ଘରେ ରହିଲେ।ବିବାହ ର ସାତ ବର୍ଷ ବିତି ଯାଇଛି।ସେମାନଙ୍କ ଛାଡ ପତ୍ର ହୋଇ ପାରି ନ ଥିଲା।ସେଥିପାଇଁ ଓମ୍ ପ୍ରକାଶ ଗୋଟିଏ ଜାଲ ଛାଡ ପତ୍ର କରି ଦେଇ ଥିଲେ।ଏହା ପରେ ଥାନା ରେ ସେହି ଜାଲ ଛାଡ ପତ୍ର କୁ ଦେଖାଇ ଥିଲେ।
Special Report
ପୋଲିସ ବାବୁ ମାନେ ମଧ୍ୟ ଏହାକୁ ବିଶ୍ୱାସ କରି ନେଇ ଥିଲେ।ଏବେ ତାଙ୍କ ସ୍ଵାମୀ ଦ୍ଵିତୀୟ ବିବାହ କରିବା ପାଇଁ ଯାଉଛନ୍ତି।ପୋଲିସ ବାବୁ ମାନେ ପ୍ରିୟମ୍ବଦା ଙ୍କ ଉପରେ ଚାପ ପକାଇ ଛନ୍ତି।ମହିଳା ଜଣକ ଏବେ ସମ୍ୱଲପୁର ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖ ଧାରଣା ଦେଇଛନ୍ତି।
ତାଙ୍କ ସ୍ଵାମୀ ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି।ତାଙ୍କର ଏ ଯାଏଁ ଛାଡ ପତ୍ର ହୋଇ ନାହି।ତାଙ୍କୁ ମିଛ କହି ଏହି ବିବାହ କରା ଯାଉଚି ବୋଲି ସେ କହିଥିଲେ।ମହିଳା କମିଶନର ର ସଦସ୍ୟ ମାନେ ଏଥିରେ ତାଙ୍କୁ ସାହାର୍ଯ୍ୟ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା କେତେବେଳେ ପ୍ରିୟମ୍ବଦା ଙ୍କୁ ନ୍ୟାୟ ମିଳୁଚି।

Advertisement