Dec 11, 2023, 11:45 IST

ମୋ ସ୍ବାମୀ ସେ କଲେଜ୍ ପଢୁଆ ଝିଅ ସହ ପ୍ରେମ ସଂପର୍କ ରଖି ବହୁତ୍ ରଙ୍ଗୀନ ହେଲା, ଶେଷରେ ବାହା ହେଉଥିଲା.. ଧରି ଛେଚି ଦେଲି

Special Report

ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ଦ୍ୱିତୀୟ ବିବାହ କରୁଥିବା ସମୟରେ ବିବାହ ବନ୍ଧନ ରେ ହାଜର ହେଲା ସ୍ତ୍ରୀ।ଦୁଇ ପିଲା ଥାଉ ଥାଉ ଜଣେ ବ୍ୟକ୍ତି ଅନ୍ୟ ଜଣେ ମହିଳା ଙ୍କୁ ପ୍ରେମ କରୁଥିଲେ।ତାଙ୍କୁ ସ୍ତ୍ରୀ ର ମାନ୍ୟତା ଦେବା ପାଇଁ ମନ୍ଦିରରେ ବିବାହ କରୁ ଥିଲେ।
Special Report
ଏହି ସମୟ ରେ ଆସି ପହଞ୍ଚି ଯାଇଥିଲେ ସ୍ତ୍ରୀ ଓ ଦୁଇ ଝିଅ।ଏହା ପରେ ତାଙ୍କ ସ୍ଵାମୀ ନିଜ ଦ୍ୱିତୀୟ ପତ୍ନୀ ଙ୍କୁ ନେଇ ରୁମ୍ ରେ ଲୁଚାଇ ରଖିଥିଲେ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳ ରେ।
ସୂଚନା ଅନୁସାରେ ସେଠାରେ ରହୁଥିବା ଯୋଗେଶ ନାମକ ବ୍ୟକ୍ତି ଗତ କିଛି ବର୍ଷ ପୂର୍ବେ ବିବାହ କରିଥିଲେ।ବିବାହ ପରେ ସେ ଓ ତାଙ୍କ ପତ୍ନୀ ଙ୍କ ର ଭଲ ସମ୍ପର୍କ ରହିଥିଲା।ଉଭୟ ଙ୍କ ର ଦୁଇଟି ବଡ ବଡ ଝିଅ ରହିଛି।
ଏହା ପରେ ଯୋଗେଶ ଙ୍କ ଜୀବନ କୁ ଅନ୍ୟ ଜଣେ ଯୁବତୀ ଆସିଥିଲେ।ଯୋଗେଶ ତାଙ୍କ ପ୍ରେମ ରେ ପାଗଳ ହୋଇ ଗଲେ।ଯେଉଁ ଥି ପାଇଁ ସେ ସବୁବେଳେ ନିଜ ସ୍ତ୍ରୀ ଓ ପିଲା ଙ୍କ ସହିତ ସବୁବେଳେ ଝଗଡ଼ା କଲେ।ତାଙ୍କୁ ମାରି ଦେବେ ବୋଲି ଧମକାଇଲେ।
Special Report
ଏଥିରେ ଭୟବିତ ହୋଇ ମହିଳା ଜଣକ ନିଜ ବାପ ଘର କୁ ଚାଲି ଆସିଥିଲେ।ଆଉ ଶାଶୁ ଘର କୁ ଗଲେ ନାହିଁ।ଏହା ପରେ ଯୋଗେଶ ଲୁଚି ସେଠାରେ ଏକ ମନ୍ଦିର ରେ ଗତ କାଲି ନିଜ ପ୍ରେମିକ ସହିତ ବିବାହ କରୁ ଥିଲେ।
ଏହି ସମୟ ରେ ତାଙ୍କ ପ୍ରଥମ ପତ୍ନୀ ଓ ଝିଅ ପହଞ୍ଚି ଯାଇ ଥିଲେ।ସେଠାରେ ଜୋର୍ ରେ ଝଗଡ଼ା ହେଉଥିବା ସମୟ ରେ ଯୋଗେଶ ତାଙ୍କ ପ୍ରେମିକା କୁ ନେଇ ରୁମ୍ ଭିତରକୁ ଚାଲି ଯାଇଥିଲେ।ଏହା ପରେ ବାହାର କୁ ଆସି ଝଗଡ଼ା ଆରମ୍ଭ କରିଥିଲେ।
ନିକଟ ରେ ଥିବା କିଛି ଲୋକ ମାନେ ଏ ବିଷୟ ରେ ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ପୋଲିସ ଆସି ଯୋଗେଶକୁ ଗିରଫ କରି ଥିଲା।ଏବେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।ମହିଳା ନିଜକୁ ନ୍ୟାୟ ଦେବା ପାଇଁ ସମସ୍ତଙ୍କ ପାଖରେ ଅନୁରୋଧ କରିଛନ୍ତି।

Advertisement